ଘର ପଛ ପଟେ ନଟର ପଟର ହେଉଥିଲା ପୁରୁଣା ପ୍ରେମିକ ଅପେକ୍ଷା କରିଥିଲା କେବେ ଆସିବ କନିଆ । ଆଉ କନିଆ ବି ଠିକ ସେହି ସମୟରେ ସୁନା ଗହଣା ସବୁ ପିନ୍ଧି ଲାଲୀ ଯୋଡାରେ ଚାଲି ଆସିଲା ପ୍ରେମିକ ପାଖକୁ ଏହା ପରେ ବାଇକରେ ବସି ଉଭୟ ଚମ୍ପଟ ମାରିଲେ । ଏହା ପରେ ବର ଜଣକ ଶିଶୁପାଳ ହେଇଗଲେ । ଏହି ଶିଶୁପାଳ ବରଙ୍କ ନାମ ହେଉଛି ପ୍ରେମ କୁମାର ମାଝୀ । ସେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି-‘ଆମ ବିବାହ ଫିକ୍ସ ହେଇଥିଲା । ତାଙ୍କ ନାମ ହେଉଛି ଲିଜା ମହାରଣା । ବିବାହ ଶେଷ ହେଲା ଆଉ ଯେତେବେଳେ ଯିବାର ଥିଲା ଖାଇବାକୁ ବସିବା ବେଳକୁ ସେ ଗୋଟେ ପିଲା ସହ ଫେରାର ହେଇଗଲା । ସେ ମୋ ସହ ମିଶିକି କଥା ହେଉଥିଲା । ସୁନା ଗହଣା ଯାହା ପିନ୍ଧି ଥିଲା ମଙ୍ଗଳସୂତ୍ର ଆଉ କାନର ଯାହା ବି ଥିଲା ସବୁ ନେଇ ଗଲା ।
ମୋର ଭୁଲ କିଛି ନାହିଁ ସେ ଯେମିତି କଥା ହେଉଥିଲା କିଛି ବି ଡାଉଟ ହେଲାନି ସେ ବହୁତ ଭଲ ଭାବରେ କଥା ହେଉଥିଲା’ । ତେବେ ଦର୍ଶକ ବନ୍ଧୁ ବାହା ହୋଇ କନିଆ ଫେରାର ହୋଇଛି ଆଉ ଏପଟେ ଶିଶୁପାଳ ହୋଇ ବର ଥାନାକୁ ଯାଇଛି । ବାହା ବେଦି ସଜା ହେଇଥିଲା ଆଉ ବାହା ହେଇଥିଲା କନିଆ । ବିବାହ ଶେଷ ହେବା ପରେ ସୁନା ଗହଣା ଧରି ପ୍ରେମିକ ସହ ଫେରାର ହୋଇ ଯାଇଛି କନିଆ ।
ଏ ହେଉଛି ସେ କନିଆ ଯାହାର ନାମ ଲିଜା ଅଟେ । ମିଡିଆ ରିପୋର୍ଟସ ଅନୁସାରେ ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣ ପଡାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଆଉ ଏହି ଘଟଣା ଉକ୍ତ ବରଙ୍କ ଜୀବନକୁ ଛାର ଖାର କରି ଦେଇଛି । ପୁଅର ଗୋଟିଏ କଥା ଯଦି ପ୍ରେମ ଆଗରୁ ଥିଲା ତେବେ ଆଗରୁ କହିଲନି କାହିଁକି । ଏ ହେଉଛି ଏକ ଏପରି ବର ଯିଏ ଶିଶୁପାଳ ହୋଇଛି ।
ଆଉ କେହି କେହି ତାକୁ ମାଈପ ଛଡା ବି କହିବେ । ଏ ନିନ୍ଦା ଆଉ ଅପବାଦ ସହି କେମିତି ସେ ବାଟ ଚାଳିବେ ତାହା ମନେ ମନେ ଭାବୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।