କନଷ୍ଟେବଳ ସ୍ୱାମୀ ଅଫିସରଙ୍କୁ ସାଲ୍ୟୁଟ୍ ମାରୁଥିବା ଦେଖି IPS ହେଲେ ସ୍ତ୍ରୀ, ପୁରା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାତ୍ର ୧୪ ବର୍ଷ ବୟସ ରେ ହୋଇଗଲା ବିବାହ । ୧୮ ବର୍ଷ ରେ ୨ଟି ସନ୍ତାନ ର ମାଆ । ବିବାହ ପାଇଁ ଅଧା ରେ ରହିଗଲା ପାଠପଢ଼ା । ଦଶମ ପରୀକ୍ଷା ପାସ ନକରି ପାରି ବିବାହ କରିଥିବା ସେହି ମହିଳା ଜଣକ ଆଜି ଜଣେ ଆଇପିଏସ ଅଫିସର । ଏସବୁ କେମିତି ହେଲା ସମ୍ଭବ? କୁହାଯାଏ ସଫଳତା ପାଇବାକୁ ଆବଶ୍ୟକ ହୁଏ ପ୍ରେରଣା । ସେହି ପ୍ରେରଣା ମନୁଷ୍ୟ କୁ ଲକ୍ଷ ସ୍ଥଳ ରେ ପହଞ୍ଚାଇବା ରେ ଶକ୍ତି ଯୋଗାଏ ।

ସେମିତି କିଛି ପ୍ରେରଣା ପାଇଥିଲେ ତାମିଲନାଡୁ ର ଏମ.ଅମ୍ବିକା । କନେଷ୍ଟବଳ ସ୍ୱାମୀ ସିନିଅର ଅଫିସର ଙ୍କୁ ସାଲ୍ୟୁଟ ମାରିବା ଦେଖି ସେ ଆଇପିଏସ ଅଫିସର ହେବାର ନିଷ୍ପତ୍ତି ନେଇଥିଲେ । ଦଶମ ପାସ ପରେ ଅମ୍ବିକା ଙ୍କ ବିବାହ ଜଣେ କନେଷ୍ଟବଳ ଙ୍କ ସହିତ ହୋଇଥିଲା ।

ବିବାହ ର ଦୁଇ ବର୍ଷ ପରେ ସେ ଦୁଇଟି ସନ୍ତାନ ର ମାଆ ହୋଇଥିଲେ । ଥରେ ସାଧାରଣତନ୍ତ୍ର ଦିବସ ରେ ସେ ତାଙ୍କ ସ୍ବାମୀ ଙ୍କ ସହିତ ପୋଲିସ ପରେଡ଼ ଦେଖିବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ସ୍ବାମୀ ଙ୍କୁ ଲୋକ ଙ୍କୁ ସାଲ୍ୟୁଟ ମାରୁ ଥିବାର ଦେଖିଲେ । ଘରକୁ ଆସି ଅମ୍ବିକା ସେ ସାଲ୍ୟୁଟ ମାରୁଥିବା ଲୋକ କିଏ ବୋଲି ପ୍ରଶ୍ନ କରିଥିଲେ । ଅମ୍ବିକା ତାଙ୍କ ସ୍ବାମୀ ସେମାନେ ତାଙ୍କ ସିନିୟର ଅଫିସର ତଥା ଆଇପିଏସ ଅଫିସର ଥିଲେ ବୋଲି କହିଲେ । ସେବେଠାରୁ ଅମ୍ବିକା ଙ୍କ ମନରେ ଆଇପିଏସ ଅଫିସର ହେବାର ଇଚ୍ଛା ଜନ୍ମ ହେଲା ।

ଅମ୍ବିକା ଆଇପିଏସ ହେବା ପାଇଁ କେମିତି ପ୍ରସ୍ତୁତ ହେବାକୁ ପଡ଼େ ବୋଲି ସ୍ୱାମୀ ଙ୍କୁ ପଚାରିଥିଲେ । ସ୍ୱାମୀ ଙ୍କ କହିବାନୁଯାୟୀ ଅମ୍ବିକା ପ୍ରଥମେ ଦଶମ ପାସ କରିଲେ । ଏହାପରେ ଡିଷ୍ଟାଂଶ ରେ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢ଼ିଲେ । ଏହାପରେ ଅମ୍ବିକା ତାମିଲନାଡୁ ର ଏକ କୋଚିଂ ସେଣ୍ଟର ରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ୩ ଥର ୟୁପିଏସସି ପରୀକ୍ଷା ରେ ବିଫଳ ହେବା ପରେ ଶେଷରେ ୨୦୦୮ ମସିହାରେ ସେ ଶେଷ ଉଦ୍ୟମ ରେ ଏଥିରେ କୃତକାର୍ଯ୍ୟ ହୋଇଥିଲେ ।

ଏହାପରେ ତାଙ୍କୁ ମହାରାଷ୍ଟ୍ର ରେ ପୋଷ୍ଟିଂ ମିଳିଛି । ଅମ୍ବିକା ଏବେ ମୁମ୍ବାଇ ଜୋନ ୪ ର ଡିସିପି ଅଛନ୍ତି । ଅମ୍ବିକା ଙ୍କ ଏହି ଜୀବନ କାହାଣୀ ଶୁଣିଲେ ଏହା ପ୍ରତୀତ ହୁଏ ଯେ, ଦୃଢ଼ ଇଚ୍ଛାଶକ୍ତି ନିଶ୍ଚିତ ଭାବରେ ମନୁଷ୍ୟ କୁ ନିଜର ଲକ୍ଷ ସ୍ଥଳ ରେ ପହଞ୍ଚାଇ ଥାଏ । ତେବେ ଆଶା କରୁଛୁ ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତରେ କଣ ରହିଛି ତାହା ଆମକୁ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *