ସ୍ୱାମୀ ସ୍ତ୍ରୀ ଙ୍କର ଏହି ଭୁଲ୍ ପାଇଁ ସନ୍ତାନ ହୋଇଥାନ୍ତି ବିକଳାଙ୍ଗ, କଣ ଆପଣ କରୁ ନାହାଁନ୍ତି ତ ଏମିତି ?

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ରରେ ଏହି ବିଷୟରେ ଅନେକ କଥା ବର୍ଣ୍ଣିତ ରହିଛି । ନାରୀମାନେ ଗର୍ଭ ଧାରଣ କରିଥିବା ସମୟରେ ଯଦି ଶିବ ମନ୍ଦିର କିମ୍ବା ଶିବ ଦର୍ଶନ କରନ୍ତି ତେବେ ସେହି ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ କିମ୍ବା ଅଳ୍ପାୟୁ ହୋଇଥାନ୍ତି । ଏହା ସହିତ ସ୍ୱାମୀ ସ୍ତ୍ରୀଙ୍କ ମିଳନର ମଧ୍ୟ ନୀତିନିୟମ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ନିୟମକୁ ନମାନି ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନ ମାନେ ବିକଳାଙ୍ଗ କିମ୍ବା ମୃତ ସନ୍ତାନ ଜନ୍ମ ନିଅନ୍ତି ଏବଂ କିଛି କ୍ଷେତ୍ରରେ ସନ୍ତାନ ଜନ୍ମ ପରେ ପରେ ମୃତ ବରଣ କରିଥାନ୍ତି ବା ଅଳ୍ପାୟୁସ ହୋଇଥାନ୍ତି ।


ତେବେ ସେହି ନିୟମ ଗୁଡିକ ହେଉଛି ପୂର୍ଣ୍ଣିମା ଏବଂ ଅମାବାସ୍ୟା ତିଥିରେ ସ୍ୱାମୀ ସ୍ତ୍ରୀଙ୍କର ମିଳନରେ ସନ୍ତାନ ଉତ୍ପତ୍ତି ହେଲେ ସେହି ସନ୍ତାନ ନିଶ୍ଚିୟ ବିକଳାଙ୍ଗ ହୋଇଥାଏ ଏବଂ ଅକାଳରେ ମୃତ୍ୟୁ ବରଣ କରିଥାଏ । ନାରୀ ଋତୁ ମତୀ ହେବାର ୩ ଦିନ ଭିତରେ ସ୍ୱାମୀ ସ୍ତ୍ରୀଙ୍କର ମିଳନ ହେଲେ ନିଶ୍ଚିତ ସନ୍ତାନଟି ବିକଳାଙ୍ଗ ହୋଇଥାଏ । ଅକାଳ ମୃତ୍ୟୁ ବରଣ କରିଥାଏ । ତେବେ ମୃତ ସନ୍ତାନ ଜନ୍ମ ନେଇଥାଏ ଏବଂ ରୋଗିଣା ମଧ୍ୟ ହୋଇଥାଏ ।

୪ ଦିନରେ ସ୍ୱାମୀ ସ୍ତ୍ରୀଙ୍କର ମିଳନ ହେଲେ ସନ୍ତାନ ଅଳ୍ପାୟୁସ ଏବଂ ଦାରିଦ୍ର୍ୟ ହୋଇଥାଏ । ୫ ଦିନରେ ମିଳନ ହେଲେ ସନ୍ତାନ ସୁନ୍ଦର ହୋଇଥାଏ । ୬ ଦିନରେ ମିଳନ ହେଲେ ବଦଗୁଣ ସମ୍ପୁର୍ଣ୍ଣ ହୋଇଥାଏ । ୭ ଦିନରେ ମିଳନ ହେଲେ ଅପୁତ୍ରିକ ହୁଏ ଏବଂ କନ୍ୟା ହେଲେ ପର ପୁରୁଷ ଗାମୀ ହେବ । ୮ ଦିନରେ ମିଳନ ହେଲେ ଧନବାନ ସୁଖୀ ଧାର୍ମିକ ଓ ପୁତ୍ରବାନ ହୋଇଥାଏ ।

୯ ଦିନରେ ମିଳନ ହେଲେ ସନ୍ତାନ ସୁନ୍ଦର ହୁଏ ଏବଂ କନ୍ୟା ହେଲେ ସତୀ ପତିବ୍ରତା ସଦାଚାରିଣୀ ହୋଇଥାଏ । ୧୦ ଦିନରେ ମିଳନ ହେଲେ ସନ୍ତାନ ବଳିଷ୍ଠ ଏବଂ ସୁଖୀ ହୋଇଥାଏ । ୧୧ ଦିନରେ ମିଳନ ହେଲେ ଧର୍ମହୀନ ହୁଏ । ୧୨ ଦିନରେ ମିଳନ ହେଲେ ସୁସନ୍ତାନ ଲାଭ ହୁଏ । ୧୩ ଦିନରେ ମିଳନ ହେଲେ ସନ୍ତାନ ମହାପାପୀ ହୁଏ ।

୧୪ ଦିନରେ ମିଳନ ହେଲେ ସନ୍ତାନଟି ସୁସ୍ଥ ସୁନ୍ଦର ସୁଶୀଳ ଧର୍ମପରାୟଣ ଏବଂ ବିଚକ୍ଷଣ ବୁଦ୍ଧି ଯୁକ୍ତ ହୋଇଥାଏ । ୧୫ ଦିନରେ ମିଳନ ହେଲେ ସନ୍ତାନ ଧାର୍ମିକ ହୁଏ । କନ୍ୟା ହେଲେ ପତିପରାୟଣ ଏବଂ ସ୍ୱାତି ହୁଏ । ୧୬ ଦିନରେ ମିଳନ ହେଲେ ସନ୍ତାନଟି ମହାତ୍ମା ଭାଗ୍ୟବାନ ଧାର୍ମିକ ସୁଶୀଳ ଶାନ୍ତ ସ୍ଵଭାଵ ଓ ଧନବାନ ହୁଏ । ତେବେ ସେହିପରି ସ୍ୱାମୀ ସ୍ତ୍ରୀ ମିଳନର ରାତ୍ରି ପ୍ରହର ନିୟମ ଅଛି ।

ଯଦି ସ୍ୱାମୀ ସ୍ତ୍ରୀ କାମାନଦ୍ଧ ହୋଇ ପ୍ରହରର ନିୟମ ନମାନନ୍ତି ତେବେ ସନ୍ତାନ ବିକଳାଙ୍ଗ ଓ ଅଳ୍ପାୟୁସ ହୋଇଥାନ୍ତି । ଆମର ଓଡ଼ିଆ ସମୟ ଅନୁସାରେ ଦିନ ୪ ପ୍ରହର ଏବଂ ରାତ୍ରି ୪ ପ୍ରହର ହୋଇଥାଏ । ଅର୍ଥାତ ଦିନ ଓ ରାତି ମିଶି ୮ ପ୍ରହର ହୋଇଥାଏ । ସନ୍ଧ୍ୟା ୬ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ପ୍ରଥମ ପ୍ରହର ଏବଂ ରାତି ୯ ଟା ଠାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦ୍ୱିତୀୟ ପ୍ରହର ଏବଂ ରାତି ୧୨ ଟା ଠାରୁ ରାତି ୩ ଟା ପର୍ଯ୍ୟନ୍ତ ତୃତୀୟ ପ୍ରହର ଏବଂ ରାତି ୩ ଟା ଠାରୁ ସକାଳ ୬ ତା ପର୍ଯ୍ୟନ୍ତ ଚତୁର୍ଥ ପ୍ରହର ହୋଇଥାଏ ।

ଏହି ପ୍ରଥମ ପ୍ରହରରେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନଟି ମୃତ୍ୟୁ ମୁଖରେ ପଡିଥାଏ । ସେହିପରି ଦ୍ୱିତୀୟ ପ୍ରହରରେ ମିଳନ ହେଲେ ସନ୍ତାନଟି ଦରିଦ୍ର ହୋଇଥାଏ । ତୃତୀୟ ପ୍ରହରରେ ମିଳନ ହେଲେ ସନ୍ତାନଟି କୁଶଶ୍ଚିତ ମନ ଓ କାଙ୍ଗାଳ ହୋଇଥାଏ ଏବଂ କନ୍ୟା ହେଲେ ଦୁଷ୍ଟା ଏବଂ ପତି ଘାତିନି ହୋଇଥାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ପରର ଦାସୀ ହୋଇ ଦୁଃଖ ଭୋଗ କରିଥାଏ ।

ତେବେ ସେହିପରି ରାତ୍ରିରର ଚତୁର୍ଥ ପ୍ରହରରେ ମିଳନ ହେଲେ ସନ୍ତାନଟି ଦୀର୍ଘାୟୁ ସୁନ୍ଦର ଏବଂ ଧାର୍ମିକ ହୋଇଥାଏ ଓ କନ୍ୟା ଜାତ ହେଲେ ସେହି କନ୍ୟା ସୁନ୍ଦର ଦୀର୍ଘାୟୁ ପତିବ୍ରତା ଧର୍ମପରାୟଣ ହୋଇଥାଏ । ସେହିପରି ଦିବା ସମୟରେ ବା ଦିନ ବେଳେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସେହି ସନ୍ତାନ ଉତ୍ପତ୍ତି ହେଲେ ସେହି ସନ୍ତାନ ଅଳ୍ପ ଦିନ ଜୀବିତ ରହେ । ନଚେତ ସେହି ସନ୍ତାନ ପାପି ହୋଇଥାଏ ।

ସେହିପରି ବାରୁଣୀ ବେଳାରେ କିମ୍ବା ମାହେନ୍ଦ୍ର ବେଳାରେ ମିଳନ ହେଲେ ସନ୍ତାନ ମାନେ ଦୀର୍ଘଜୀବୀ ହୋଇଥାନ୍ତି ଏବଂ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସୁଖୀ ମଧ୍ୟ ହୋଇଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *