ସ୍ତ୍ରୀ ସହ ସ୍ଵାମୀ ଯାହା କଲା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ….

ସତରେ କଣ ଗୋଟେ ଝିଅ ଜୀବନ ଏତେ ଶସ୍ତା ? ଯିଏ ଯେମିତି ଚାହିଁବ ସେମିତି ତା ସହ ଖେଳିପାରିବ ? ଏ ଘଟଣା ଶୁଣିଲେ ବୋଧେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଏତେ ନିନ୍ଦନୀୟ ଓ ବିଭତ୍ସ କାଣ୍ଡ କେହି ଘଟାଇପାରେ ତାହା କଳ୍ପନା ବାହାରେ । କିଛି କହିବା ପୂର୍ବରୁ ପ୍ରଥମେ ଆପଣ ମାନେ ଏହି ବାହାଘର ଫଟୋକୁ ଭଲ ଭାବରେ ଦେଖନ୍ତୁ । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ଵରର ଚନ୍ଦନ ରାଣା ।

ହେଲେ ନିହିର ଏହି ଯୁବତୀ ଜଣକ ଜାଣି ନଥିଲେ ବରଣ ମାଳା ନୁହେଁ ବିଷଧର ସାପକୁ ସେ ବେକରେ ପକାଇ ଛନ୍ତି । ପ୍ରଥମେ ସେ ବିଶ୍ଵାସରେ ବିଶ ଆଉ ପରେ ଯୁବତୀଙ୍କ ସର୍ବନାଶ ଉଦ୍ୟମ କରିଛନ୍ତି ସମ୍ପୃକ୍ତ ଯୁବକ । ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଭୀମପୁର ଗାଁର ଏହି ଘଟଣା ।

ସୋମବାର ଦିନ ସକାଳ ପ୍ରାୟ ସାଢେ 11ଟା ଭୀମପୁରା ଗାଁରେ ଏକ ଭଡା ଘରେ ରହୁଥିବା ବର୍ଷା ସିଂହଙ୍କ ଘରକୁ ଆସିଥିଲେ ଅଭିଯୁକ୍ତ ଚନ୍ଦନ ରାଣା ଏବଂ ତାର ଜଣେ ସହଯୋଗୀ । ଏହି ସମୟରେ ଘରେ ବର୍ଷା ତାଙ୍କ ସାନ ଭଉଣୀ ବନିତା ଏବଂ ଦୁଇ ପୁଅ ଝିଅ ବି ଥିଲେ । ହଠାତ ଚନ୍ଦନ ଆଉ ବନିତାଙ୍କ ମଧ୍ୟରେ ଯୁକ୍ତି ତରକ ପରେ ତାଙ୍କ ଉପରେ ଅତର୍କିତ ଭାବେ ଏସିଡ ମଆଡ କରିଥିଲା ଚନ୍ଦନ ।

ଏହା ପରେ ସେ ଭଉଣୀ ବନିତା ଏବଂ ତାଙ୍କ ଦୁଇ ଛୁଆଙ୍କ ଉପରେ ଏସିଡ ଛିଟିକି ପଡିବାରୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଆଉ ଏ ଘଟଣା ପରେ ଚାରି ଜଣ ଆକୁଳ ଚିତ୍କାର କରୁଥିବା ବେଳେ ଘଟଣା ସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ ଚନ୍ଦନ ଏବଂ ତାର ସହଯୋଗୀ ।

ବନିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆଜିକୁ ଦେଢ ମାସ ତଳେ ବନିତାଙ୍କ ପ୍ରେମ ବିବାହ କରିଥିଲା ଚନ୍ଦନ । ଉଭୟ ପରିବାରଙ୍କ ସହମତିରେ ମନ୍ଦିରରେ ବିବାହ ହେଲା । କିନ୍ତୁ ଚନ୍ଦନ ଆଗରୁ ବିବାହିତ ଏବଂ ତାର ଦୁଇଟି ଛୁଆ ଥିବା କଥା ଜାଣିବା ପରେ ନିଜ ବାପ ଘରକୁ ଚାଲି ଆସିଲେ ବନିତା । ବାପଘରକୁ ଆସିବା ପରେ ବନିତା ଭୀମପୁର ଗାଁରେ ନିଜ ବଡ ଭଉଣୀଙ୍କ ଘରେ ରହୁଥିଲେ ।

ଆଉ ସେଠାରେ ଚନ୍ଦନ ନିଜ ସହଯୋଗୀ ସହ ଆସି ଏଭଳି କାଣ୍ଡ କରିଛି । ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *