ସ୍ଵାମୀ ସ୍ତ୍ରୀ ସମ୍ପର୍କ କିପରି ହେବା ଉଚିତ ? ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ନିଶ୍ଚୟ ଦେଖନ୍ତୁ…(Acharya Arun)

ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ କିଭଳି ହେବା ଉଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଥରେ ଗୋଟେ ଜମିଦାର ଘରର ଜଣେ ଯୁବକ ବିବାହ କରିଲେ ଅତି ଆନନ୍ଦର ସହ ବିବାହ ଉତ୍ସବ ମଧ୍ୟ ସମ୍ପନ୍ନ ହେଲା । ଉଭୟ ସ୍ଵାମୀ ସ୍ତ୍ରୀ ଅତି ସୁଖର ସହ ନିଜ ବୈବାହିକ ଜୀବନକୁ ଆରମ୍ଭ କଲେ । ହେଲେ ବନ୍ଧୁଗଣ ବିବାହର 7 ଦିନ ପରେ ଯୁବକକୁ କୃଷ୍ଠ ରୋଗ ହେଇଗଲା । କୃଷ୍ଠ ରୋଗ କଥା ଶୁଣି ସମସ୍ତେ ଧୀରେ ଧୀରେ ଦୂରେଇବାକୁ ଆରମ୍ଭ କଲେ ।

କିନ୍ତୁ ପତ୍ନୀ ଜଣକ ଚିନ୍ତା କରିଲା ଯାହା ହାତକୁ ଧରି ସେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛି ଯଦି ସେ ତାଙ୍କ ପାଇଁ କିଛି କରିବେ ତା ହେଲେ ସେ ବଞ୍ଚିବେ ଯଦି ସେ କିଛି କରିବେ ନାହିଁ ତେବେ ତାଙ୍କ ସ୍ଵାମୀ ମରିଯିବେ । ଏହା ବିଚାର କରି ସ୍ତ୍ରୀ ଜଣକ ନିଜ ସ୍ଵାମୀର ସେବା କରିବାକୁ ଆରମ୍ଭ କଲେ । ବାପା ମା ବନ୍ଧୁ ବାନ୍ଧବ ସମସ୍ତେ ଯୁବକ ଠାରୁ ଦୂରେଇ ହେଇ ରହିଲେ ହେଲେ ସ୍ତ୍ରୀ ନିଜ ସ୍ଵାମୀର ସେବା କରିଲା ।

15 ବର୍ଷ ଚାଲିଗଲା ଆଉ ସେହି ଅଞ୍ଚଳରେ ସମସ୍ତେ ଜାଣିଗଲେ ଯେ ଏଭଳି ଏକ ସ୍ତ୍ରୀ ଅଛି ଯିଏ ନିଜ ସ୍ଵାମୀର କୁଷ୍ଠ ରୋଗ ଠିକ କରିବା ପାଇଁ ସେବା କରୁଛି । 15 ବର୍ଷ ପରେ ସ୍ଵାମୀ ଜଣକ ନିଜ ଘର ଦୁଆର ମୁହଁରେ ବସିଥାନ୍ତି ଆଉ ସେହି ସମୟରେ ଜଣେ ବେଶ୍ୟା ତାଙ୍କ ଘର ଦେଇ ରାଜ ଦରବାରକୁ ନାଚ କରିବାକୁ ଯାଉଥାନ୍ତି । ସେତେବେଳେ ସ୍ଵାମୀଙ୍କ ମନ ସେହି ବେଶ୍ୟା ସହିତ ଲାଗିଗଲା । ସେତେବେଳେ ସ୍ତ୍ରୀ ଆସି ସ୍ଵାମୀକୁ ପଚାରିଲା, ତମ ମନ କାହିଁକି ଦୁଃଖ ଅଛି ।

ସ୍ଵାମୀ କହିଲା ସେହି ବେଶ୍ୟା ସହ ମୋ ମନ ଚାଲିଗଲା ମୁଁ ଥରେ ତା ସହ ମିଶିବାକୁ ଚାହୁଁଛି । ଏହା ପରେ ସ୍ତ୍ରୀ ଚିନ୍ତା କଲା ଆଉ ବେଶ୍ୟା ପାଖକୁ ଯାଇ ସବୁ କଥା କହିଲା । ବେଶ୍ୟା ଜଣକ ତାଙ୍କ ସ୍ଵାମୀ ସହ ମିଶିବା ପାଇଁ ମାନି ଗଲେ । ଆଉ ସ୍ତ୍ରୀ ନିଜ ସ୍ଵାମୀକୁ କାନ୍ଧରେ ବସେଇ ସେହି ବେଶ୍ୟା ଘରକୁ ନେଇ ଜଙ୍ଗଲ ରାସ୍ତାରେ ଗଲେ । ଜଙ୍ଗଲରେ ଯାଉଥିବା ବେଳେ ଜଣେ ସନ୍ଥ ତପସ୍ୟା କରୁଥିଲେ ।

ଆଉ ଭୁଲ ବଶତଃ ସ୍ଵାମୀର ଗୋଡ ସେହି ସନ୍ଥ ଦେହରେ ବାଜିଗଲା ଯାହାଫଳରେ ସନ୍ଥଙ୍କ ତପସ୍ୟା ଭଙ୍ଗ ହେଇଗଲା । ସନ୍ଥ ଜଣକ ଅଭିଶାପ ଦେଲେ ଯେ, ଯାହାର ଗୋଡ ବାଜି ମୋର ତପସ୍ୟା ଭଙ୍ଗ ହେଇଛି ସୂର୍ଯ୍ୟ ଉଦୟ ହେବା ପରେ ତାର ମୃତ୍ୟୁ ହେବ । ଏହା ଶୁଣି ସ୍ଵାମୀ କାନ୍ଦିବାକୁ ଲାଗିଲା ଆଉ ସ୍ତ୍ରୀ ମଧ୍ୟ ଦୁଃଖରେ ଭରିଗଲା ।ସ୍ତ୍ରୀ କହିଲା ଯଦି ମୁଁ ପତିବ୍ରତା ହୋଇଥିବି ଆଉ ଯଦି ମୋର ମନ ସଚ୍ଚଟ ଥିବ ତା ହେଲେ ଆସନ୍ତା କଲି ସୂର୍ଯ୍ୟ ଉଦୟ ହେବେ ନାହିଁ ।

ହେଲେ ସୂର୍ଯ୍ୟ ଦେବ କହିଲେ ମୁଁ ଉଦୟ ହେବି ହେଲେ ତମ ସ୍ଵାମୀର କିଛି ହେବ ନାହିଁ । ବନ୍ଧୁଗଣ ଏହା ପରେ ସୂର୍ଯ୍ୟ ଉଦୟ ହେଲେ ଓ ତାଙ୍କ ସ୍ଵାମୀର ଦେହ ଭଲ ହେଇଗଲା । ତେଣୁ ବନ୍ଧୁଗଣ ଆମେ ସମସ୍ତେ ଯଦି ଗୋଟେ ପତି ଧର୍ମ ପାଳନ କରିବା ତା ହେଲେ ନିଶ୍ଚୟ ଆମେ ଗୋଟେ ମହତ ମଣିଷ ହୋଇପାରିବା । ଆଉ ଗୋଟେ ପତ୍ନୀ ଯଦି ନିଜ ଧର୍ମକୁ ପାଳନ କରେ ତା ହେଲେ ସେ ନିଜ ସ୍ଵାମୀକୁ ଏକ ନୂତନ ଜୀବନ ଦେଇପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *