Odia Gk Questions- ସ୍ୱାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ୱାମୀ କୁ ଦିଏ ନାହିଁ, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ କିଛି ଗୋଲକ ଧନ୍ଦା ବିଷୟରେ ଆଲୋଚନା କରିବା ଯାହା ଆପଣଙ୍କୁ ଖୁବ ମଜା ଲାଗିବା ସହ ଆପଣଙ୍କ ଜ୍ଞାନ ମଧ୍ୟ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ୧- ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରିଥାନ୍ତି । ଉତ୍ତର- ଜନ୍ମଦିନ କେକ୍ । ୨- ଫୁଲ ପରି ସେ ଅନେକ ଫୁଲ ରାତିରେ ଝଲକେ ଦିନରେ ନାହିଁ? ଉତ୍ତର- ତାରା ।

୩- ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର । ଭୁଇଁରେ ଶୁଏ ଗୋଡ଼ାଇ ଖାଏ ସଭିଙ୍କ ମନରେ ଡର ।
ଉତ୍ତର- କୁମ୍ଭୀର ।

୪- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷକୁ ଥରେ କିଣି ଥାଆନ୍ତି ।
ଉତ୍ତର- ରାକ୍ଷୀ ।

୫- ନୂଆ ନୂଆ ଭାରି ଆଦର । ନୂଆ ରୁ ପୁରୁଣା ହେଲେ ତୁଠ ପଥର ।
ଉତ୍ତର- ନୂଆ କରି ଆସିଥିବା ଅତିଥି ପ୍ରଥମେ ଅଧିକ ଆଦର ପାଆନ୍ତି କିନ୍ତୁ ପୁରୁଣା ହେଲେ ପାଏ ନାହିଁ ।

୬- ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡ ରେ ବାଳ?
ଉତ୍ତର- କାର୍ଯ୍ୟ ଆରମ୍ଭ ରୁ ବିଘ୍ନ ହେବା ।

୭- ଆଶା କରିଥିଲି ତୋତେ କାଉକୁ ଯେମିତି କୋଇଲି ଭଣ୍ଡାଏ ସେହି ପରି କଲୁ ମୋତେ?
ଉତ୍ତର- ସ୍ୱାର୍ଥ ପାଇଁ ଠକି ଦେଇଯିବା ।

୮- କଣ ଦାନ କଲେ ବଢିଥାଏ ଏବଂ ସାଇତି ରଖିଲେ କ୍ଷୟ ହୁଏ?
ଉତ୍ତର- ଜ୍ଞାନ ।

୯- ଏମିତି କଣ ଅଛି ଯାହା ଝିଅମାନେ ଦେଖେଇ ବୁଲନ୍ତି କିନ୍ତୁ ପୁଅମାନେ ଲୁଚେଇକି ବୁଲୁଥାନ୍ତି ।
ଉତ୍ତର- ପର୍ସ ।

୧୦- ପାଣିରୁ ଜନମ ପାଣି ଛୁଏଂନି ଛୁଇଁ ଦେଲେ ତାକୁ ମୁଁ ରୁହେନି ।
ଉତ୍ତର- ଲୁଣ ।

୧୧- ହାତ ଅଛି ଗୋଡ଼ ନାହିଁ । ତାର ମଥା ମଣିଷକୁ ଗିଳି ଦେଉଛି ଏକ ବିଚିତ୍ର କଥା ।
ଉତ୍ତର- ଟି- ସାର୍ଟ ।

୧୨- ଏମିତି ଏକ ସ୍ଥାନ ଯେଉଁଠି ଧନୀ ହେଉ ଗରିବ ସଭିଏଁ ଗିନା ଧରି ଠିଆ ହୋଇ ଥାଆନ୍ତି ।
ଉତ୍ତର- ଗୁପୁଚୁପ ଷ୍ଟାଣ୍ଡ ।

୧୩- ଗରମ ପାଇଲେ ଆକାଶ ଉଡେ ଶୀତଳ ପାଇଲେ ତଳକୁ ଆସେ ।
ଉତ୍ତର- ବାଷ୍ପ ।

୧୪- ଟୋକିର ମୁଣ୍ଡ ଲାଣ୍ଡିଆ । ବଣ ନଥାଇ ମୁଣ୍ଡିଆ ।
ଉତ୍ତର- ପାହାଡ଼ ।

୧୫- ସ୍ୱାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ୱାମୀ କୁ ଦିଏ ନାହିଁ ତାହା କଣ?
ଉତ୍ତର- କୁଳ ନାମ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଉକ୍ତ ପ୍ରଶ୍ନ ଗୁଡ଼ିକ ର ଉତ୍ତର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Reply

Your email address will not be published. Required fields are marked *