ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ଏକ ପୁରୁଷ ସ୍ତ୍ରୀ ବିନା ସମ୍ଭବ ହୋଇ ନଥାଏ । ତେବେ ବିବାହ ପରେ ସ୍ତ୍ରୀ ଘରେ ପାଦ ରଖିଲେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଲେ, କାରଣ ମହିଳା ଙ୍କ ପାଦ ରେ ମାତା ଲକ୍ଷ୍ମୀ ଙ୍କର ପାଦ ବାସ କରି ଥାଏ । ତେଣୁ ନାରୀ ଙ୍କୁ ସବୁବେଳେ ସମ୍ମାନ ଦେବା କଥା, ଆଉ ଯିଏ ନାରୀ ଙ୍କୁ ସମ୍ମାନ ଦେଇ ନଥାଏ ବା ନାରୀ କୁ ନିର୍ଯାତନା ଦେଇ ଥାଏ ତା ଉପରେ ମାତା ଲକ୍ଷ୍ମୀ ଙ୍କର କୁପ୍ରଭାବ ପଡ଼ି ଥାଏ ଏବଂ ଘରେ ଧନ ର ଅଭାବ ହୋଇ ଥାଏ ।
ତେବେ ଆଗ କାଳ ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଏକ ପବିତ୍ର ସମ୍ପର୍କ ରହୁ ଥିଲା ଏବଂ ଉଭୟ ଉଭୟ ଙ୍କୁ ସମ୍ମାନ ମଧ୍ୟ କରୁ ଥିଲେ, କିନ୍ତୁ ଆଜି କାଲି ର ସମାଜ ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କଳହ ଅଧିକ ଦେଖା ଯାଉଛି ତ ନହେଲେ ସ୍ୱାମୀ ସ୍ତ୍ରୀ କୁ ଅତ୍ୟାଚାର କରୁ ଥିବାର ଦେଖା ଯାଉଛି । ଏହା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି ଯାହାର ପରିଣାମ ମଧ୍ୟ ଭୋଗ କରିବାକୁ ପଡ଼ି ଥାଏ ।
ତେବେ ବଡ଼ ଲୋକ ମାନେ ଯେପରି ସମ୍ପର୍କ ରଖିବେ ଛୋଟ ପିଲା ମାନେ ମଧ୍ୟ ସେହିଭଳି ଶିଖିଥାନ୍ତି ଏଣୁ ଗୁରୁଜନ ମାନେ ସର୍ବଦା କହି ଆସିଛନ୍ତି ଯେ ସବୁବେଳେ ମଧୁର ସମ୍ପର୍କ ରଖିବା ଉଚିତ ଏହା ଦ୍ୱାରା ନିଜର ହିଁ ପରିବାର ସୁଖୀ ହୋଇ ଥାଏ । ତେବେ ଆପଣ ମାନେ ତ ଜାଣି ଥିବେ ଯେ ମାତା ଲକ୍ଷ୍ମୀ କିପରି ସାଗର ରେ ଶେଷନାଗ ରେ ବସି ନାରାୟଣ ଙ୍କର ଚରଣ ସ୍ପର୍ଶ କରିଛନ୍ତି, ଯାହା ଆପଣ ଅନେକ ଫୋଟ ରେ ମଧ୍ୟ ଦେଖି ଥିବେ ।
ତେବେ ନୀତି ଅନୁଯାଇ ଯେଉଁ ସ୍ତ୍ରୀ ରାତିରେ ଶୋଇବା ବେଳେ ସ୍ୱାମୀ ଙ୍କର ପାଦ ଦାବି ଥାଆନ୍ତି ତାଙ୍କ ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି । କୁହାଯାଇଛି ଯେ, ପୁରୁଷ ମାନଙ୍କ ପାଦଠାରୁ ଆରମ୍ଭ କରି ପିଣ୍ଡଳୀ ପର୍ଯ୍ୟନ୍ତ ଯେଉଁ ଭାଗ ରହିଅଛି ସେହି ଭାଗ ଶନିଦେବ ଙ୍କର ଅଟେ ଏବଂ ସ୍ତ୍ରୀ ଙ୍କର ହାତରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ରହିଥିବା ଭାଗ ଶୁକ୍ରଦେବ ଙ୍କର ଅଟେ । ତେବେ ଚାଣକ୍ୟ ନୀତି ଅନୁଯାଇ, ଯେତେ ବେଳେ ଶନି ଙ୍କ ଉପରେ ଶୁକ୍ର ଙ୍କର ପ୍ରଭାବ ପଡ଼ି ଥାଏ ସେତେ ବେଳେ ଘରେ ଧନ ର ବର୍ଷା ହୋଇଥାଏ ।
ଏଣୁ ଶୋଇବା ସମୟ ରେ ପ୍ରତେକ ସ୍ତ୍ରୀ ସ୍ୱାମୀ ଙ୍କର ଗୋଡ଼ ଦବାଇବ ଉଚିତ । ତେବେ ସ୍ୱାମୀ ଙ୍କ ପାଦ ଦାବିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ନିବିଡ ହୋଇଥାଏ ଏବଂ ପରସ୍ପରକୁ ବୁଝି ମଧ୍ୟ ପାରନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି କଳହ ମଧ୍ୟ ରୁହେ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।