ଦେଢଶୁର ନା ସ୍ଵାମୀ କାହାକୁ ଦେବେ ଭୋଟ ! ହଁ ଆଜ୍ଞା ଗତ ମେ’ 23 ତାରିଖରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ଜନ୍ମଦିନ ଥିଲା । ନିଜ ଜନ୍ମଦିନର ଅବସରରେ ରାଣୀ ପଣ୍ଡା ଆଖପାଖ ଅନେକ ଗୁଡିଏ ମନ୍ଦିର ବୁଲି ବୁଲି ଭଗବାନଙ୍କୁ ଦର୍ଶନ କରିଥିଲେ । ତେବେ ଏହାରି ମଧ୍ୟରେ ରାଣୀ ପଣ୍ଡା ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କୁ ମଧ୍ୟ ଦର୍ଶନ କରିଥିଲେ । ତେବେ ଜନ୍ମଦିନର ଅବସରରେ ରାଣୀ ପଣ୍ଡା ଲିଙ୍ଗରାଜ ମନ୍ଦିର ପାଇଁ କିଛି ସ୍ଵଇଛାରେ ଦାନ କରିବାକୁ ଇଛା କରିଥିଲେ ।
ତେବେ ରାଣୀ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ । ଯେ ମୋର ଜନ୍ମ ଦିନରେ ମୁଁ ଅନେକ ଗୁଡିଏ ମନ୍ଦିର ସବୁ ବୁଲି ଦର୍ଶନ କରିଛି । ପ୍ରଭୁଙ୍କ ଠାରେ ଏହା ପ୍ରାର୍ଥନା ମଧ୍ୟ କରିଛି । ହେ ପ୍ରଭୁ ମୋତେ ଆଉ ସାଢେ ଚାରିକୋଟି ଓଡିଶାବାସୀଙ୍କୁ ସବୁବେଳେ ଘଣ୍ଟ ଘୋଡାଇ ରଖିଥାଅ । ତେବେ ମୁଁ ମନ୍ଦିରକୁ ଆସିବା ଦେଖି ମନ୍ଦିର ପ୍ରଶାସନ ଓ ପଣ୍ଡିତ ସେବାୟତ ଆଦି ସବୁ ଲୋକଙ୍କର ମୋ ପ୍ରତି ଏତେ ସମ୍ମାନ ଓ ଆଦର ଦେଖି ମୋତେ ବହୁତ ଖୁସି ଲାଗିଥିଲା ।
ତେବେ ଆସନ୍ତା ବର୍ଷ ଜାଗରରେ ମୁଁ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସ୍ଵଇଛାରେ 5 ଲକ୍ଷ ଟଙ୍କା ଦାନ କରିବି ବୋଲି ପ୍ରତିଶ୍ରୁତି ଦେଇକି ଯାଇଛି । ତେଣୁ ପ୍ରଭୁଙ୍କ ପାଖରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ମୁଁ ନିହାତି ଭାବେ ପୂରଣ କରିବି । ମୋ ଜନ୍ମଦିନକୁ ଯିଏ ଏତେ ଭଲ ଭାବେ ପାଳନ କରୁଥିଲା । ସେ ତ ମୋ ହାତ ଅଧା ବାଟରେ ଛାଡି ଦେଇ ଚାଲିଗଲା । ଗଲା ତ ଗଲା ଏମିତି ଛାଡିକି ଗଲା ମୁଁ ପୁରା ସପୂର୍ଣ୍ଣ ବ୍ଳାଙ୍କ ହେଇଗଲି ।
ତେବେ ରାଣୀ ପଣ୍ଡା ନିର୍ବାଚନକୁ ନେଇ ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ରଖି କହିଥିଲେ । ଯେ ନିର୍ବାଚନ ତ ଚାଲିଛି । ହେଲେ ମୁଁ କାହାକୁ ଭୋଟ ଦେବି ଏବେ ପର୍ଯ୍ୟନ୍ତ ମଧ୍ୟ କିଛି ନିଷ୍ପତ୍ତି ନେଇନାହିଁ । କାରଣ ଯଦି ସ୍ଵାମୀଙ୍କୁ ଭୋଟ ଦେଲେ ଦେଢଶୁରଙ୍କ ମନ ଖରାପ ହେବ । ତେଣୁ ଭୋଟ କାହାକୁ ଦେବି କିଛି ସଠିକ ନିଷ୍ପତ୍ତି ନେଇନାହିଁ । ତେବେ ଖୁବ ଶୀଘ୍ର ଠିକ ନିଷ୍ପତ୍ତି ନେଇ ମୁଁ ଭୋଟ ଦେବାକୁ ଜିବି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।