ସ୍ୱାମୀ କନେଷ୍ଟବଳ ହୋଇ ଦେଉଥିଲେ ଅଫିସରଙ୍କୁ ସମ୍ମାନ ,ଏହା ଦେଖି ସ୍ତ୍ରୀ ନିଜେ ବନିଗଲେ IPS ଅଫିସର

ସ୍ତ୍ରୀ କୁ ଦେଖି ହଟାତ ଉଠି ପଡି ସାଲ୍ଯୁଟ ମାରିଲେ କନଷ୍ଟେବଳ ସ୍ଵାମୀ ! ହଁ ଅଜ୍ଞା ଆମେ ଆଜି ତାମିଲନାଡୁର ଏନ ଅମ୍ବିକାଙ୍କ ବିଷୟରେ କହିବାକୁ ଯାଉଛୁ । ମାତ୍ର 14 ବର୍ଷ ବୟସରେ ତାଙ୍କର ଜଣେ ପୋଲିସ କନଷ୍ଟେବଲଙ୍କ ସହ ବିବାହ କରିଦିଆଯାଇଥିଲା । 18 ବର୍ଷ ବେଳକୁ ତାଙ୍କର 2 ଟି ପିଲା ମଧ୍ୟ ହୋଇଯାଇଥିଲେ । ଦିନେ ଅମ୍ବିକା ତାଙ୍କ ସ୍ଵାମୀଙ୍କ ସହ ଗଣତନ୍ତ୍ରର ପ୍ୟାରେଡ ଦେଖିବାକୁ ଯାଇଥିଲେ । ସେଠାରେ ତାଙ୍କ ସ୍ଵାମୀ ଅନ୍ୟ ବଡ ବଡ ଅଫିସରଙ୍କୁ ସାଲ୍ଯୁଟ ମାରୁଥିବାର ଦେଖିବାକୁ ପାଇଲେ ।

ତେବେ ସେହି ମୂହୁର୍ତ୍ତକୁ ଦେଖି ଅମ୍ବିକା ମଧ୍ୟ ମନେ ମନେ ସ୍ତିର କରିଦେଇଥିଲେ । ଯେ ସେ ଜଣେ ବଡ ଅଫିସର ହେବେ । ପ୍ୟାରେଡରୁ ଫେରିବା ପରେ ଅମ୍ବିକା ତାଙ୍କ ସ୍ଵାମୀଙ୍କ ସହ ତାଙ୍କ IAS ବନିବା କଥା ବିଷୟରେ କହିଥିଲେ । ତାଙ୍କ ସ୍ଵାମୀ କହିଥିଲେ । IAS ବନିବା ଏତେ ସହଜ କଥା ନୁହେଁ । ଏଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ । ସ୍ଵାମୀଙ୍କ ଠାରୁ ସବୁ ତଥ୍ୟ ନେଇସାରିବା ପରେ UPSC ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଅମ୍ବିକା ।

ତାପରେ ଅମ୍ବିକା ନିଜର ଛାଡିଥିବା ପାଠକୁ ପୁଣି ଥରେ ପଢିବା ଆରମ୍ଭ କରିଥିଲେ । +3 ପଢିସାରିବା ପରେ ସେ UPSC ପରୀକ୍ଷା ପାଇଁ ପଢିବା ଆରମ୍ଭ କରିଦେଲେ । ହେଲେ ଅମ୍ବିକାଙ୍କ ପାଇଁ ପରିବାର ସମ୍ଭାଳିବା ସହ ପାଠ ପଢିବା ସମ୍ଭବ ହେଉନଥିଲା । ତାପରେ ସ୍ଵାମୀଙ୍କ ଠାରୁ ପରାମର୍ଶ ନେଇ ସ୍ଵାମୀଙ୍କ ସପୋର୍ଟରେ ଅମ୍ବିକା ଚେନ୍ନାଇ ପାଠ ପଢିବା ପାଇଁ ବାହାରିଗଲେ । ଅମ୍ବିକା କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ତାଙ୍କୁ ଏଥିରେ 3 ଥର ବିଫଳତାର ସାମ୍ନା କରିବାକୁ ପଡିଥିଲା ।

UPSC ରେ 3 ଥର ବିଫଳ ହେବା ପରେ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଫେରି ଆସିବା ପାଇଁ କହିଥିଲେ । ତାପରେ ଅମ୍ବିକା ନିଜ ସ୍ଵାମୀଙ୍କ ଠାରୁ ଶେଷ ସୁଯୋଗ ନେଇ ପରୀକ୍ଷା ପାଇଁ ନିଜର ପୁରା ଦିନ ରାତି ଏକ କରିଦେଇଥିଲେ । ତାପରେ 2008 ରେ ଅମ୍ବିକା UPSC ପରୀକ୍ଷାରେ ପାସ୍ କରିଥିଲେ । ଯାହାପରେ ଅମ୍ବିକାଙ୍କର IPS ହେବାର ସ୍ଵପ୍ନ ପୂରଣ ହୋଇପାରିଥିଲା । ତେବେ ଇଛା ଶକ୍ତି ସୁଦୃଢ ଥିଲେ ଆପଣଙ୍କୁ ସଫଳତା ପାଇବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *