ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ ଜଣଙ୍କ କରୁଥିଲେ ଦ୍ଵିତୀୟ ବିବାହ । ଏବଂ ଖବର ପାଇ ସେଠାରେ ପହଞ୍ଚିଗଲା ଦ୍ଵିତୀୟ ସ୍ତ୍ରୀ । ଏହାପରେ କ’ଣ ହେଲା ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପ୍ରଥମ ସ୍ତ୍ରୀ ଦ୍ଵିତୀୟ ବିବାହ କରୁଥିବା ସ୍ଵାମୀ ପାଖରେ ପହଞ୍ଚିଗଲା ଏବଂ ପୋଲିସ ଙ୍କ ପାଖରେ ଯାଇ ଅଭିଯୋଗ କରିଲା । ଏହାପରେ ପୋଲିସ ଉଠେଇ ଆଣିଛି ସ୍ଵାମୀ ଙ୍କୁ । ବର୍ତ୍ତମାନ ଥାନାରେ ସ୍ଵାମୀ ଅଟକ ଅବସ୍ଥା ରେ ରହିଅଛି ।
ତେବେ ମହିଳା ଜଣଙ୍କ ସ୍ଵାମୀ କହିଛନ୍ତି ଯେ, ମୋ ଉପରେ ଅଭିଯୋଗ ଅଛି ଯେ ମୁଁ ଆଉ ଗୋଟିଏ ବିବାହ କରୁଛି । ମାତ୍ର ୨ ବର୍ଷ ପୂର୍ବ ରୁ ଏକ ପେପରେ ରେ ସେ ଲେଖିକି ଦେଇଥିଲା ଯେ ମୁଁ ମାଜିଷ୍ଟ୍ରେଟ ସାମ୍ନା କୁ ଯିବିନାହିଁ, ମୁଁ ଲେଖିକି ଦେଉଛି ମୁଁ ଅଲଗା ରହିବି ତମେ ଯାହା କରିବାର ଅଛି କର ମୁଁ ଯାହା କରିବାର ଅଛି କରିବି । ବିବାହ ୨୦୧୩ ରେ ହୋଇଥିଲା ବୋଲି ସ୍ଵାମୀ ଜଣଙ୍କ କହିଛନ୍ତି ।
ଡିଭୋର୍ସ ନ ଦେଇ ସ୍ଵାମୀ ଆନନ୍ଦ ଶର୍ମା ଦ୍ଵିତୀୟ ବିବାହ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପ୍ରଥମ ସ୍ତ୍ରୀ ସରସ୍ଵତୀ ସରକାର ଏବଂ ଏହାପରେ ସ୍ଵାମୀ ଙ୍କୁ ଥାନାରେ ଅଟକ ରଖି ଉଦିତ ନାରାୟଣ ପୋଲିସ ପଚରା ଉଚରା କରୁଛନ୍ତି । ଏହିଭଳି ଘଟଣା ଆସିଛି ରାଉରକେଲା ସହରରୁ । ଜଳଦାସି ବ୍ଲକ ଅଞ୍ଚଳରେ ରହୁଥିବା ଆନନ୍ଦ ଶର୍ମା ତାଙ୍କ ପ୍ରଥମ ସ୍ତ୍ରୀ ସହିତ ଡିଭୋର୍ସ ନ ଦେଇ ଖୁସବୁ ମଣ୍ଡଳ ସହିତ ଦ୍ଵିତୀୟ ବିବାହ କରିବାକୁ ହନୁମାନ ବାଟିକା ରେ ଆୟୋଜନ କରିଥିଲେ ଏବଂ ଏହାପରେ ଖବର ପାଇ ପହଞ୍ଚିଥିଲା ପ୍ରଥମ ସ୍ତ୍ରୀ ।
ତେବେ ସ୍ତ୍ରୀ ର ଅଭିଯୋଗ କ୍ରମେ ସ୍ଵାମୀ ଙ୍କୁ ଅଟକ ରଖିଛି ପୋଲିସ । ତେବେ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ମୋ ସହ ବିବାହ ସମ୍ପର୍କ ରେ ଥିବା ସମୟରେ ମଧ୍ୟ ମୋ ସ୍ଵାମୀ ଅନ୍ୟତ୍ର ଝିଅ ମାନଙ୍କ ସହିତ ସମ୍ପର୍କ ରଖନ୍ତି । ଝିଅ ଙ୍କ ସହିତ ସମ୍ପର୍କ ରଖିବା ଅଭ୍ୟାସ ଏହା ପ୍ରଥମ ନୁହେଁ । ପୂର୍ବ ରୁ ମଧ୍ୟ ଦୁଇ ଝିଅ ଙ୍କ ସହିତ ସେ ବିବାହ କରିଛନ୍ତି ବୋଲି ସୂଚନା ପାଇଥିବା ବେଳେ ଅଭିଯୋଗ କରିଛନ୍ତି ସ୍ତ୍ରୀ ।
ସ୍ତ୍ରୀ ଜଣଙ୍କ କହିଛନ୍ତି ଯେ ଗୋଟିଏ ଘରେ ଆମ୍ଭେ ଥିବା ବେଳେ ମୋ ସ୍ଵାମୀ ଆନନ୍ଦ ଶର୍ମା ତାଙ୍କ ଗାର୍ଲଫ୍ରେଣ୍ଡ ମାନଙ୍କୁ ମଧ୍ୟ ନେଇ ଆସନ୍ତି । ଏବଂ ଜୋର ଜବରଦସ୍ତ ମୋ ଝିଅ କୁ ମାରିଦେବା ଧମକ ଦେଇ ଡିଭୋର୍ସ ପେପର ରେ ମୋ ଦସ୍ତଖତ ନେଇଥିଲେ ବୋଲି କହିଛନ୍ତି ସ୍ତ୍ରୀ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।