ସ୍ଵାମୀ ସ୍ତ୍ରୀ ମିଶିଗଲେ କିନ୍ତୁ ହୋଟେଲରେ ପ୍ରେମିକା କୁ ଡାକି ମାଡ ମାରିବା ସହ ଡ୍ରାଇଭର ଲଗାଇ କାର ଚଢାଇ ଦେଲା ପ୍ରେମିକ । ଆଉ ତା ପରେ…

ଦାମିକିଆ ପୁଅ ମନ ଦେଇ ଭଲ ପାଉଥିଲା । କିନ୍ତୁ ମନ ଟିକେ ବିଗିଡିଗଲା ସେଥିପାଇଁ ପ୍ରେମିକାକୁ ମାଡ ମାରିଲା । ଏମିତିକି ପ୍ରେମିକା ଉପରେ ଗାଡି ଚଢାଇ ଦେଲା । ଆଉ ପ୍ରେମିକାର ଗୋଡ ଭାଙ୍ଗି ଚୂରମାର ହୋଇଗଲା । ଆଉ ଏବେ ପ୍ରେମିକା ମେଡିକାଲରେ ରହି ପ୍ରେମିକ କଥା ଭାବୁଛି । ହଁ ଦର୍ଶକ ବନ୍ଧୁ ବଡ ଘରର ପୁଅ ଦେଖି ଭଲ ପାଇଥିଲା ପ୍ରେମିକା । ଆଉ ଏବେ ଗୋଡ ଭାଙ୍ଗିବା ପରେ ପ୍ରେମ କଥା ମନେ ପକାଉଚି ପ୍ରେମିକା ।

ସୂଚନା ଅନୁଯାୟୀ ପ୍ରେମିକ ଜଣକ ବାହା ହୋଇଛି ତଥାପି ସେ ଆଉ ଗୋଟେ ଝିଅକୁ ପ୍ରେମ କରୁଥିଲା । ଆଉ ପ୍ରେମିକ ବିଷୟରେ ସବୁ କିଛି ଜାଣି ମଧ୍ୟ ଯୁବତୀ ପ୍ରେମ କଉଥିଲା । ଦୁହିଙ୍କର ସମ୍ପର୍କ 4 ବର୍ଷର ଥିଲା । ଆଉ ଯେବେ ସ୍ଵାମୀ ସ୍ତ୍ରୀ ଉଭୟ ମିଶି ହୋଟେଲକୁ ସେହି ପ୍ରେମିକାକୁ ଡାକିଛନ୍ତି ଯେଉଁ ପ୍ରେମିକାଙ୍କ ପାଇଁ ସେମାନଙ୍କ ପାରିବାରିକ ଜୀବନରେ ଝଡ ସୃଷ୍ଟି ହୋଇଥିଲା ।

ଆଉ ଯେବେ ସ୍ତ୍ରୀ ପ୍ରେମିକା ହୋଟେଲରେ ପାଟି ତୁଣ୍ଡ କରୁଥିଲେ ସେତେବେଳେ ଅତି ନିର୍ମମ ଭାବେ ପ୍ରେମିକ ପ୍ରେମିକା ମାଡ ମାରିଲା । ଏମିତି ମାଡ ମାରିଲା ନା ସହି ହେଉଛି ନା କାହାକୁ କହି ହେଉଛି । ଏବେ ପ୍ରେମିକା ଅନୁତାପ କରି ଭାବୁଛି ଏମିତି ଭୁଲ ଜୀବନରେ କେହି ବି କରନି । ପ୍ରେମିକା ଇଂଷ୍ଟାଗ୍ରାମ ରେ ପୋଷ୍ଟ କରି ଲେଖିଛି ଯେଉଁ ପ୍ରେମିକକୁ ମୁଁ ଏତେ ଭଲ ପାଉଥିଲି ସେ ଆଜି କାର ଚଢାଇ ମୋ ଗୋଡ ଭାଙ୍ଗି ଦେଇଛି ।

ଯାହା ପାଇଁ ମୁଁ ଭବିଷ୍ୟତରେ କେବେ ବି ଚାଲିପାରିବିନି । ଏ ହେଉଛି ସେ ପ୍ରେମିକ ଯାହାକୁ ମନ ପ୍ରାଣ ଦେଇ ପ୍ରେମିକା ଭଲ ପାଉଥିଲା ଆଉ ଏବେ ହୃଦୟ ଭାଙ୍ଗିଛି ସତ କିନ୍ତୁ ଗୋଡ ମଧ୍ୟ ଭାଙ୍ଗିଛି । ଏ ଅଭିଯୋଗ ପରେ ମଧ୍ୟ ପୋଲିସ ପ୍ରେମିକ କୁ ଏ ଯାଏଁ ଆରେଷ୍ଟ କରି ନାହିଁ । ଏମିତି କିଛି ଚର୍ଚ୍ଚା ସେତେବେଳେ ହେଉଛି ଯେବେ ଯୁବତୀଙ୍କ ଅଭିଯୋଗ ପରେ ବି ପୋଲିସ ଚୁପ ରହିଛି ।

କାରଣ ପ୍ରେମିକ ହେଉଛି ବଡ ଲୋକିଆ । ତା ପାଖରେ ଟଙ୍କା ଅଛି ଆଉ କ୍ଷମତା ମଧ୍ୟ ଅଛି । ମୁମ୍ବାଇ ଥାନା ନିକଟରେ ଘଟିଛି ଏମିତି ଏକ ଲୋମ ଟାଙ୍କୁରା ଘଟଣା । ଯାହାକୁ ସୋସିଆଲ ମିଡିଆରେ ନିଜେ ସେୟାର କରିଛନ୍ତି ପୀଡ଼ିତା ପ୍ରେମିକା ଜଣକ । ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ପାଇଁ ସାହସ କରିପାରୁ ନାହିଁ ।

ତେବେ ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତି କାରଣ କର୍ପୋରେସନ ର MD ଙ୍କ ପୁଅ ଅଶ୍ବଜିତ ଗାଏକ୍ଵାଡ ଯିଏ କି ନିଜ ପ୍ରେମିକା ସହ ଏମିତି କାଣ୍ଡ ଘଟାଇଛନ୍ତି । ଯିଏ ଟଙ୍କା ଗାଡିରେ ଶୁଅନ୍ତି ଟଙ୍କା ରେ ଚାଲନ୍ତି । ପ୍ରେମିକ ରାତି ଅଧାରେ ପ୍ରେମିକାକୁ ହୋଟେଲକୁ ଡାକି ସାଙ୍ଗ ଓ ସ୍ତ୍ରୀ ଠାରୁ ମାଡ ଖୁଆଇ ଡ୍ରାଇଭରକୁ ଲଗାଇ ପ୍ରେମିକା ଗୋଡରେ ଗାଡି ଚଢାଇ ଦେଇଛି । ଟଙ୍କା ପାଇଁ ବଡ ଘରର ପୁଅ ଦବଙ୍ଗଗିରି କରୁଛି ବୋଲି ଏହି ଘଟଣାରୁ ସ୍ପଷ୍ଟ ଜଣା ପଡୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *