ସ୍ବାମୀ ହଠାତ୍ ଚାଲିଗଲେ, ମୋ ଲାଇଫ ସେଇଠି ସରିଗଲା। Actress Namita Das

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଅଭିନେତ୍ରୀ ନମିତା ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଚଳଚିତ୍ର ରେ ନିଜର ଦମଦାର ପ୍ରଦର୍ଶନ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଅଭିନେତ୍ରୀ ନମିତାଙ୍କର ସ୍ବାମୀଙ୍କ ଦେହାନ୍ତ ପରେ ସେ ଏବେ ପୁରା ଏକ ହୋଇ ଯାଇଛନ୍ତି । ନମିତା ଦାସ ନିଜ ସ୍ଵାମୀ ଙ୍କ ସ୍ମୃତି କୁ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଜାଣିବା ସେ କହିଛନ୍ତି ।

ଅଭିନେତ୍ରୀ ନମିତା ଦାସ କହିଛନ୍ତି ଯେ” ରାତି 10ଟା ପରେ ମୋ ପାଖକୁ ଫୋନ ଆସେ ଡଲି ତୁମେ ଆସିଲାଣି ଆଉ ଏବେ କହିବାକୁ କେହି ନାହାନ୍ତି । ସ୍ଵାମୀ ହଠାତ ଚାଲିଗଲେ ମୋ ଲାଇଫ ସରିଗଲା । ଆମେ ଦୁଇ ଜଣ ଯାହା ବି କରିଛୁ ତାକୁ ବଞ୍ଚାଇ ରଖିବାକୁ ପଡିବ । ତାଙ୍କ ସ୍ମୃତି ରେ ମୁଁ ନିଶ୍ଚୟ କିଛି କରିବି ଯାହା ମୁଁ ଭବିକି ରଖିଛି । ମୋ ସ୍ଵାମୀଙ୍କର ସାମାନ୍ୟ ଜ୍ଵର ହୋଇଥିଲା । ଏହାପରେ ସେ ଅଣନିଶ୍ଵାସୀ ଅନୁଭବ କରିଲେ । ଏହା ପରେ ମୁଁ ଓ ମୋ ପୁଅ ତାଙ୍କୁ ମେଡିକାଲ ନେଇ ଯାଇଥିଲୁ ।

ସେଠାରେ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ନେବାକୁ କହିଲେ । ଏହାପରେ ତାଙ୍କର ଫାଷ୍ଟ ଷ୍ଟ୍ରୋକ ହୋଇଛି ବୋଲି ଡାକ୍ତର କହିଲେ । ସେ ଅଣନିଶ୍ଵାସୀ କରୁଥିଲେ ମଧ୍ୟ ଡର ରେ ତାଙ୍କର ଏମିତି ହୋଇଗଲା । ତାଙ୍କର ବିପି, ଡାଇବେଟିସ ମଧ୍ୟ ଥିଲା । ଆଉ ଆଇସିୟୁ କୁ ନେବା ପରେ ସବୁ କିଛି ସରିଗଲା । ସେହି ସମୟରେ ଶୁଟିଙ୍ଗ ମଧ୍ୟ ଚାଲିଥିଲା । ମୁଁ ଅଭିନେତା ଆକାଶ ଙ୍କର ମା ଚରିତ୍ରରେ ଅଭିନୟ କରୁଥିଲି । ମାସେ ଯାଏଁ ଶୁଟିଙ୍ଗ ବନ୍ଦ ରହିଲା ମୋ ସ୍ଵାମୀଙ୍କ ଦେହାନ୍ତ ପରେ ।

ଏହାପରେ ମୁଁ ଶୁଟିଙ୍ଗ ସେସ କରିଥିଲି । ସ୍ଵାମୀ ଯିବା ପରେ ଆମେ ମା ପୁଅ ବଞ୍ଚିବାକୁ ପଡିଛୁ । ମୁଁ ଯେତିକି ଦିନ ବଞ୍ଚିଛି ତାଙ୍କର ସ୍ମୃତି କହି ହେବନି । ସେ ମୋ ପାଇଁ ଯାହା ବି କରିଛନ୍ତି ସେ ସବୁକୁ ମୁଁ ବଞ୍ଚାଇ ରଖିବି । ଏ ସମ୍ପର୍କ କୁ ମୁଁ ସବୁ ଦିନ ପାଇଁ ମନେ ପକାଇବି । ମୁଁ ଯଦି ରାତି ରେ ଡେରି ରେ ଫେରେ ତେବେ ମୋ ସ୍ଵାମୀ ଜିପିଏସ ଟ୍ରାକ ରେ ରହିଥାନ୍ତି । ଆଉ ସେ ସବୁ କହିବାକୁ ଏବେ କେହି ନାହାନ୍ତି । କି ପଚାରିବାକୁ କେହି ନାହାନ୍ତି ।

ମୋତେ ଏତେ ଜଲ୍ଦି ଛାଡି ଚାଲିଗଲେ ସେ । ଘରେ ବସି ବୋରିଙ୍ଗ ହେବାରୁ ମୁଁ ସନ୍ଧ୍ୟା ରାଗିଣୀ ସିରିଏଲ ର ଶୁଟିଙ୍ଗ ଆରମ୍ଭ କରିଛି । କାହିଁକି ନା ପୁଅ ଆଜି ଅଛି ସେ ବାହାରକୁ ପଳାଇବ । ମୋତେ ଯେଉଁ ମାନେ ମୋରାଲ ଓ ମେଣ୍ଟାଲ ସପୋର୍ଟ କରିଛନ୍ତି ସେମାନଙ୍କୁ ମୁଁ ଯେତେ ଧନ୍ୟବାଦ ଦେବୀ ସେତେ କମ ପଡିବ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *