ସୁସ୍ଥ ରହିବା ପାଇଁ ଖାଦ୍ୟଶୈଳୀ କେମିତି ହେବା ଆବଶ୍ୟକ ? ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରରେ କିପରି ଖାଦ୍ଯ ଖାଇବା ଉଚିତ ! Niharika Dash

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବ୍ୟସ୍ତ ବହୁଳ ଜୀବନ ସହ ଖରାପ ଖାଦ୍ୟ ଶୈଳୀ ପାଇଁ ପ୍ରାୟ ଲୋକ ମୋଟାପଣର ଶିକାର ହେଉଛନ୍ତି । ବିଜି ସେଡ୍ୟୁଲରେ ଏହି ସମସ୍ୟା ହେଲେ ଲୋକଙ୍କର ଚିନ୍ତା ଅଧିକ ବଢ଼ିଯାଉଛି । ଯେତେବେଳେ ଏହି ସମସ୍ୟା ଦେଖାଯାଏ ତେବେ କିଛି ଜଣ ଏଥିପାଇଁ ବିଭିନ୍ନ ପ୍ରକାରର ଟ୍ରିକ ଆପଣାନ୍ତି । କିଛି ଡାଏଟିଂ କରନ୍ତି ତ ଅନ୍ୟମାନେ ଜିମ୍‌ରେ କସରତ କରି ଝାଳ ବୁହାଇ ଚର୍ବି ଅଂଶକୁ କମାଇବାରେ ଲାଗିଯାନ୍ତି ।


ଅନ୍ୟମାନେ ମୋଟାପଣରୁ ମୁକ୍ତି ପାଇଁ ଖାଇବା ହିଁ ଛାଡିଦିଅନ୍ତି । ଯାହାର ଅତି ଖରାପ ପ୍ରଭାବ ଶରୀର ଉପରେ ସିଧାସଳଖ ପଡ଼ିଥାଏ । ତେବେ ଏମାନେ ଦିନରେ ଖାଇବା ପରେ ରାତିରେ ନ ଖାଇ ଖାଲି ପେଟରେ ଶୋଇଯାନ୍ତି । ଶୀଘ୍ର ପତଳା ହେବା ନିଶାରେ ସେମାନେ ଏପରି ଭୁଲ କରିଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓଜନ କମାଇବା ପାଇଁ ବ୍ରେକଫାଷ୍ଟ ଓ ଲଞ୍ଚ ଭଳି ଡିନର ମଧ୍ୟ ଖୁବ ମହତ୍ୱପୂର୍ଣ୍ଣ ।

କିନ୍ତୁ ମନେ ରଖିବେ ରାତି ସମୟରେ ଯେପରି କମ୍‌ ପରିମାଣରେ ଖାଇବେ । ଏବଂ ଡିନରରେ ହାଲକା ଓ ପୌଷ୍ଟିକ ଆହାର ଗ୍ରହଣ କରିବା ଉଚିତ । ଯାହା ହଜମ ହେବାରେ ସହଜ ହୋଇଥାଏ । ଏଥିରେ କ୍ୟାଲୋରୀ ମଧ୍ୟ କମ ଥାଏ । ତେବେ ଡାଏଟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ପତଳା ହେବା ପାଇଁ ଭୁଲରେ ବି ମେନ ମିଲ୍ସକୁ ସ୍କିପ କରନ୍ତୁ ନାହିଁ । କାରଣ ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲୋରୀର ମାତ୍ରା ତ କମିଯାଏ । କିନ୍ତୁ ଏନର୍ଜି ଲେଭଲ ପୁରା କମିଯାଏ ।

ବ୍ୟକ୍ତି ଜଣକ ହାଲିଆ ହୋଇଯାଏ । ତେବେ ବ୍ରେକ ଫାଷ୍ଟ ରେ ଆପଣ ଫଳ, ବାଦାମ, ଜୁସ ନେଇ ପାରିବେ । ଖରାବେଳେ ଆପଣ ଭାତ କିମ୍ବା ରୁଟି ମଧ୍ୟ ରୁ ଗୋଟିଏ ଖାଇ ପାରିବେ ତାସହ ଡାଲି ଏବଂ ଅନ୍ୟ ପୁଷ୍ଟିକ ଜିନିଷ ନେଇ ପାରିବେ । ତେବେ ରାତିରେ ଶୋଇବାର ୩ଘଣ୍ଟା ପୂର୍ବରୁ ଡିନର କରିନେବା ଉଚିତ । କାରଣ ଶୋଇବା ଓ ଖାଇବା ମଧ୍ୟରେ ଠିକ ସମୟର ବ୍ୟବଧାନ ରହିବା ଆବଶ୍ୟକ । ତେଣୁ ଏହି ସମୟକୁ ସବୁବେଳେ ମେଣ୍ଟେନ କରନ୍ତୁ ।

ଏବେ ଜାଣି ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ କଣ ଖାଇବା ଦରକାର ଆପଣ ରାତିରେ ହାଲକା ଜିନିଷ ଖାଆନ୍ତୁ ଯେପରି ଦଲିଆ, ଡାଲମା, ସନ୍ତଳା,ଭଜା ତେବେ ଏହା ସହ ଆପଣ ନିଶ୍ଚିତ ଭାବରେ ଏହା ଧ୍ୟାନ ଦେବେ ଯେପରି ସନ୍ଧ୍ୟା ସମୟରେ ଆପଣ ନିଜର ମିଲ କୁ ଭୁଲି ନ ଯାଆନ୍ତୁ ସେଥିପାଇଁ ଆପଣ ଫଳ ମଧ୍ୟ ଖାଇ ପାରିବେ । ତେବେ ଏହି ପରି ଭାବରେ ଆପଣ ନିଜର ସ୍ୱାସ୍ଥ୍ୟ କୁ ସୁସ୍ଥ ଏବଂ ଫିଟ ରଖି ପାରିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *