ସୁସ୍ଥ କିଡ୍‌ନି ପାଇଁ କେତେ ପାଣି ପିଇବେ ? ଜାଣନ୍ତୁ ପାଣି ପିଇବାର ସଠିକ ନିୟମ (Dr Manas Pradhan)

ବନ୍ଧୁଗଣ ପାଣି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ପାଣି ବିନା କୌଣସି ପ୍ରାଣୀ ବଞ୍ଚି ପାରିବ ନାହିଁ । ଖାଇବା ପରେ ହେଉ ବା ଖାଇବା ପୂର୍ବରୁ ଲୋକମାନେ ନିଶ୍ଚୟ ପାଣି ପିଇଥାନ୍ତି । ତେବେ ବନ୍ଧୁଗଣ ପାଣି ବିଷୟରେ ଅନେକ ଲୋକଙ୍କର ଭୁଲ ଧାରଣା ଅଛି । ଲୋକମାନେ ଭାବନ୍ତି ବହୁତ ପାଣି ପିଇବା ଭଲ ହେଲେ ବହୁତ ପାଣିକୁ ଦେଖି ସେମାନେ ଜାଣି ପାରୁ ନାହାନ୍ତି କେତେ ପାଣି ତାଙ୍କ ଶରୀର ପାଇଁ ଜରୁରୀ ।


ଏମିତି ମଧ୍ୟ କେତେକ ଲୋକ ଅଛନ୍ତି ଯେଉଁ ମାନେ ଦିନକୁ ୧୦ ରୁ ୧୨ ଲିଟର ପାଣି ପିଉଛନ୍ତି । ୧୦ ରୁ ୧୨ ଲିଟର ମାନେ ଗୋଟେ ବାଲଟି ପାଣି ସେମାନେ ପିଉଛନ୍ତି । ହେଲେ ବନ୍ଧୁଗଣ ଏହା ଭୁଲ ଅଟେ  । ତେବେ ଗୋଟେ ସୁସ୍ଥ ଲୋକ ଦିନକୁ କେତେ ପାଣି ପିଇବା ଉଚିତ ତାହା ଜାଣିବା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ଜଣେ ସାଧାରଣ ଲୋକ ଦିନକୁ ୮ ରୁ ୧୦ ଗ୍ଳାସ ପାଣି ପିଇବା ଉଚିତ । ନର୍ମାଲ ଗ୍ଳାସ ହେଉଛି ଆମର ଅଢେଇସ ଏମ.ଏଲ ତ ଆପଣ ଦିନକୁ ଦୁଇ ରୁ ଅଢେଇ ଲିଟର ପାଣି ପିଇବା ଉଚିତ । ଏହା ସହିତ ଆପଣ କେତେ ପାଣି ପିଇବେ ତାହା ନିର୍ଭର କରେ ଆପଣ କାମ କଣ କରୁଛନ୍ତି । ଜଣେ ଲୋକ ଅଫିସରେ ବସି କାମ କରୁଛି ଓ ଆଉ ଜଣେ ଲୋକ ଚାଷ ଜମିରେ କାମ କରୁଛି ତେବେ ଉଭୟଙ୍କ ପାଇଁ ଅଲଗା ରୁଟିନ ।

କାରଣ ଚାଷ ଜମିରେ ଯିଏ କାମ କରୁଛି ତାର ଅଧିକ ଝାଳ ବାହାରୁଛି ତେବେ ଯଦି ଆପଣଙ୍କ ଝାଳ ଅଧିକ ବାହାରୁଛି ତା ହେଲେ ଆପଣ ପାଣି ଅଧିକ ପିଇପାରିବେ ତଥା ୩ ରୁ ୪ ଲିଟର । ହେଲେ ଯଦି ଆପଣ ଅଫିସ ବା ଘରେ ରହି କାମ କରୁଛନ୍ତି ଅଧିକ ବାହାରକୁ ବାହାରୁ ନାହାନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଦୁଇ ରୁ ଅଢେଇ ଲିଟର ପାଣି ଯଥେଷ୍ଟ ।


ଏହା ସହିତ ଆପଣ ମାନେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଅନ୍ତୁ । ଅନେକ ଲୋକ ଭାବନ୍ତି ଖାଦ୍ୟ ହଜମ ହେବା ପାଇଁ ପାଣି ପିଆଯାଏ ହେଲେ ବନ୍ଧୁଗଣ ଖାଦ୍ୟ ହଜମ ହେବା ପାଇଁ ଏସିଡର ଆବଶ୍ୟକତା ଥାଏ ଯାହା ଆଗରୁ ଆମ ପେଟ ଭିତରେ ରହିଥାଏ । ଆପଣ ମାନେ ଦିନରେ ଅଧିକ ଶୋସୋ ହେଲେ ପାଣି ପିଇପାରିବେ ହେଲେ ସନ୍ଧ୍ୟା ପରଠାରୁ ଆପଣ ମାନେ କମ ପାଣି ପିଇବା ଉଚିତ । ରାତିରେ ଅଧିକ ପାଣି ପିଇବା ଉଚିତ ନୁହେଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *