ବିଧାନ ସଭାରେ ବିଚିତ୍ର ଦୃଶ୍ୟ, ନିଜ ଆସନରୁ ଉଠି ଆସି ବିରୋଧୀ ପାର୍ଟି ସାଂସଦ Suryabanshi Suraj ଙ୍କ ପିଠି ଥାପୁଡେଇଲେ Pranab Prakash Das ! ଜାଣନ୍ତୁ ପୁରା ଘଟଣା…

ସୂରଜଙ୍କ ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଖବର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆଜି ବିଧାନ ସଭାରେ ସୂର୍ଯ୍ୟ ବଂଶୀ ସୂରଜଙ୍କ ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ଦାସ ।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ ନିଜର ବିବ୍ରୁତି ରଖିଥିଲେ । ସେ ତାଙ୍କର ବିବ୍ରୁତିରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । ତେବେ ବନ୍ଧୁଗଣ ଏଠି ଆମେ କହି ରଖିବାକୁ ଚାହୁଁ ଯେ, ବିରୋଧୀ ଦଳର ବିଧାୟକ ହେଉଛନ୍ତି ସୂର୍ଯ୍ୟ ବଂଶୀ ସୂରଜ ।

ତାଙ୍କ ଭାଷଣ ସରୁ ସରୁ ବିଧାନସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ବିଜେଡି ସାଙ୍ଘାଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠି ଆସି ସୂର୍ଯ୍ୟ ବଂଶୀଙ୍କ ପିଠି ଥାପୁଡାଇ ଥିଲେ । ଏହା ବିଧାନସଭାରେ ବେସ ଚର୍ଚ୍ଚାର ବିଷୟ ହୋଇଛି । ରାଜନୀତିରୁ ଉର୍ଦ୍ଧରେ ରହି ପ୍ରଣବ ପ୍ରକାଶ ଦାସ ଧାମନଗର ବିଧାୟକଙ୍କ ପିଠି ଥାପୁଡାଇବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

ଯଦି ଆମେ ବିଧାନସଭା କଥା ଦେଖିବା ତା ହେଲେ ସେଇଠି ବିଭିନ୍ନ ପ୍ରସଙ୍ଗରେ ତମ୍ବି ତୁଫାନ ଆଲୋଚନା ହୁଏ । ଆଉ ସେହି ଆଧାରରେ ଯେଉଁ ନୂଆ ବିଧାୟକ ଆସିଥାନ୍ତି ବିଶେଷ କରି ସୂର୍ଯ୍ୟ ବଂଶୀ ସୂରଜଙ୍କ କଥା ଯଦି ଦେଖିବା ତାଙ୍କ ପିଠି ଥାପୁଡେଇ ଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଜଣେ ଅଭିଜ୍ଞ ଯେତେବେଳେ ଜଣଙ୍କ ପିଠି ଥାପୁଡାଏ ଏ ଗୋଟେ ତାଙ୍କ କାର୍ଯ୍ୟକୁ ପ୍ରଶଂସା ବୋଲି କୁହା ଯିବ ।

ସୂର୍ଯ୍ୟ ବଂଶୀ ସୂରଜ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ବିଧାୟକ ହୋଇଛନ୍ତି । ବିଧାୟକ ହେବା ପରେ ସେ ଜନସାଧାରଣଙ୍କ ମଙ୍ଗଳ ପାଇଁ ସବୁବେଳେ ଛିଡା ହେଉଛନ୍ତି । ବିରୋଧୀ ଦଳ ନେତା ହୋଇ ସେ ସବୁବେଳେ ଜନସାଧାରଣଙ୍କ ପାଇଁ ଛିଡା ହେଉଛନ୍ତି । ବୋଧ ହୁଏ ସେଥିପାଇଁ ପ୍ରଣବ ତାଙ୍କ ପିଠି ଥାପୁଡାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *