ଜଟଣୀରେ ଗତ 8 ତାରିଖରେ ବିଜେଡିର ରାଲି ତଥା ନିର୍ବାଚନ ପ୍ରଚାର କାର୍ଯ୍ୟ ଚାଲୁଥିବା ବେଳେ ହଟାତ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା । ଜଟଣୀର ବିଜେଡି ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତରାୟ ଓ ସାଂସଦ ମନ୍ମଥ ରାଉତରାୟ ଜଟଣୀରେ ନିଜର ସମର୍ଥକ ମାନଙ୍କୁ ନେଇ ରାଲି କରୁଥିଲେ । ତେବେ ସେହି ରାଲି ସମୟରେ ହଟାତ ସୁର ରାଉତରାୟଙ୍କର କିଛି କଙ୍ଗ୍ରେସ ସମର୍ଥକ ମାନେ ଆସି ବିଜେଡିର ରାଲିରେ ଥିବା ପୌରାଧକ୍ଷ ଅନନ୍ତ ବେହେରାଙ୍କୁ ମାଡ ମାରିଥିଲେ ।
ଜଟଣୀରେ ବିଜେଡିର ରାଲି ଯାଉଥିବା ବେଳେ ବିଭୁତିଙ୍କ କିଛି ଖାସ୍ ଲୋକଙ୍କୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କର ସମର୍ଥକ ଆସି ଆକ୍ରମଣ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଭୁତିଙ୍କ ଖାସ୍ ଜଟଣୀ ପୋରାଧକ୍ଷ ଅନନ୍ତ ଏଭଳି କିଛି କହିଛନ୍ତି । ଅନନ୍ତ ହେଉଛନ୍ତି ବିଭୁତି ବଳବନ୍ତଙ୍କର ଖାସ ଲୋକ । ଏହାପରେ ତୁରନ୍ତ ଅନନ୍ତ ସୁରଙ୍କ ସମର୍ଥକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି । 2 ଟି ଖଣ୍ଡା ଧରି ରାସ୍ତାରେ ମୋତେ ଧମକାଇ ଅଟାକାଇଥିଲେ ।
ଏଥିସହ ମୋତେ ଟଙ୍କା ମଧ୍ୟ ଦାବୀ କରିଛନ୍ତି । ତଳେ ପକାଇ ମୋତେ ମାଡ ମାରିବା ସହ ବେକରୁ ସୁନା ଚେନ ମଧ୍ୟ ନେଇଯାଇଛନ୍ତି । ତେବେ ଯେଉଁ ସବୁ ଲୋକ ଅନନ୍ତଙ୍କୁ ମାଡ ମାରି ଖଣ୍ଡାରେ ଆକ୍ରମଣ କରିବାକୁ ଚାହିଁଥିଲେ । ସେମାନେ ସବୁ ସୁର ରାଉତରାୟଙ୍କର ସମର୍ଥକ ବୋଲି ଅନନ୍ତ ଦାବୀ କରି କହିଛନ୍ତି । ଯେ ବିଜେଡି ରାଲି ଯାଉଥିବା ବେଳେ ସୁରଙ୍କ କିଛି ସମର୍ଥକ ବିଜେଡିର କର୍ମୀଙ୍କୁ ଆକ୍ରମଣ କରିଛନ୍ତି ।
ତେବେ କଙ୍ଗ୍ରେସରୁ ସୁର ରାଉତରାୟ ବାହାରିବା ପରେ ଭିତିରିଆ ବିଜେଡି ଦଳ ସହ ସମ୍ପର୍କ ରଖିଥିଲେ ମଧ୍ୟ ସୁରଙ୍କ ପୂର୍ବତନ କଙ୍ଗ୍ରେସ ଦଳର ସମର୍ଥକ ଏବେ ପର୍ଯ୍ୟନ୍ତ ବିଜେଡି କର୍ମୀଙ୍କୁ ପସନ୍ଦ କରୁନାହାନ୍ତି । ବିଜେଡି ଓ କଙ୍ଗ୍ରେସ କର୍ମୀଙ୍କ ମଧ୍ୟରେ ଏବେ ଯାଏଁ ପଡିନାହିଁ । ସୁର ରାଉତରାୟ ଭିତିରିଆ ବିଜେଡିରେ ଥିଲେ ମଧ୍ୟ ସୁରଙ୍କ ସମର୍ଥକ କିନ୍ତୁ ବିଜେଡି ସହ ମିଶୁ ପାରୁନାହାନ୍ତି ବୋଲି ଏଭଳି କିଛି କଥା ବର୍ତ୍ତମାନ ଚର୍ଚା ହେବାରେ ଲାଗିଛି । ଜଟଣୀରେ ଏବେ ପର୍ଯ୍ୟନ୍ତ ବି ମନ୍ମଥ ଓ ବିଭୁତି ଏକ ହୋଇ ପାରୁନାହାନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।