Sura ଭାଇଙ୍କ କରୋନା ଥେରାପୀ, କହିଲେ କିଛି ଏମିତି…ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ। ସେ ସର୍ଵଦା ଲୋକ ମାନଙ୍କୁ ସାହାଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି। ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି। ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି କେତେବେଳେ ନିଜର ନିଆରା ହିନ୍ଦୀରେ ଇଣ୍ଟରଭିୟୁ ଏବଂ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତି ।


ପୁଣି କେତେବେଳେ ସ୍ୱାମୀ ସ୍ତ୍ରୀ ର ଝଗଡା ବିଷୟ ରେ ନିଜର ନିଆରା ଢଂଗ ର ଉପାୟ ବିଷୟ ରେ କହି ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ବର୍ତ୍ତମାନ ପୁଣିଥରେ ସୁର ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ତ ଜାଣିଥିବେ ଦୀର୍ଘ ଦୁଇ ବର୍ଷ ହେବ କୋରନା ମହାମାରୀ ର ପ୍ରଭାବ ବ୍ୟାପି ରହିଛି। ବର୍ତ୍ତମାନ ଦେଶର ସ୍ଥିତି ଅଳ୍ପ କିଛି ମାତ୍ରାରେ ସୁଧୁରିବାରେ ଲାଗିଛି।

ଏବେ ଧୀରେଧୀରେ ଓମିକ୍ରନ ଭାଇରସ ବ୍ୟାପିବାରେ ଲାଗିଛି। ତେବେ କୋରନା ଭାଇରସ କୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ଏଭଳି କିଛି କଥା କହିଛନ୍ତି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ହସିବେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ କଂଗ୍ରେସ ନେତା ସୁର ରାଉତରାୟ ଙ୍କ କହିବାନୁସାରେ, ସେ ଏହା ଶୁଣିବାକୁ ପାଇଛନ୍ତି ଯେ, ଯଦି ମଇଁଷି ର ମୂତ୍ର ରେ ଜଣେ ବ୍ୟକ୍ତି ପାଞ୍ଚ ରୁ ଛଅ ଥର ଢାଳି ହୋଇ ଗାଧୋଇ ପଡ଼ିବେ ତେବେ ଉକ୍ତ ବ୍ୟକ୍ତି କୁ କୋରନା ହେଉ ଅଥବା ଓମିକ୍ରନ କିଛି ବି ଆକ୍ରାନ୍ତ କରି ପାରିବ ନାହିଁ।ଏହା ସହିତ ସେ କହିଛନ୍ତି ଯେ, ଯେଉଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ତାହା ମଧ୍ୟ ଖୋଲିଯିବା ଉଚିତ। ନଚେତ ଦେଶର ଛୁଆ ଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ। ଯେତେବେଳେ ମିଡିଆ ତାଙ୍କୁ ପ୍ରଶ୍ନ କରିଥିଲା ଯେ, ସେ ସ୍ୱୟଂ ମାସ୍କ ପିନ୍ଧୁ ନାହାନ୍ତି ଏହାଦ୍ବାରା କୋରନା ହେବାର ସମ୍ଭାବନା ରହିଛି।

ତେବେ ସେ ଉତ୍ତର ରେ କହିଥିଲେ ଯେ, ସେ ନେଇଥିବା ଦାମୀ ଇଂଜେକସନ ଦ୍ଵାରା ତାଙ୍କର କିଛି ବି କ୍ଷତି ହୋଇ ପାରିବ ନାହିଁ ଏବଂ କୋରନା ତାଙ୍କର କିଛି ବି କ୍ଷତି କରି ପାରିବ ନାହିଁ।ତେବେ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ଏଭଳି ମନ୍ତବ୍ୟ ରେ ଅନେକ ବ୍ୟକ୍ତି ନିଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Reply

Your email address will not be published.