ସୁନ୍ଦରିଆ ବୋହୂ ଟେ ମୋର, ମୁଁ ତା’ର ସାସୁ ନୁହଁ ତା ମା’, ସେ ମତେ କେବେ ଛାଡିକି ଯିବନି, ପୁଅ ଜେଲ୍ ଗଲା ପରେ ଆମେ…

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଦିଲ୍ଲୀରେ ଅଛନ୍ତି ଆଉ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଆଉ ଅନ୍ୟ ପକ୍ଷେ ଏବେ ଓଡିଶାରେ ଶୀତାଂଶୁ ନାମକ ଏକ ଯୁବକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୀତାଂଶୁ ନାମକ ଜଣେ ମାନସିକ ରୋଗୀ ପିଣ୍ଟୁ ନନ୍ଦଙ୍କୁ 50 ହଜାର ଟଙ୍କାର ଚେକ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଚେକଟି ବାଉନ୍ସ ହେଇ ଯାଇଥିଲା ଯାହାଫଳରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ।

ଏହା ପରେ ଶୀତାଂଶୁଙ୍କର ଆପତ୍ତି ଜନକ ମନ୍ତବ୍ୟ ପାଇଁ ଲୋକ ମାନେ ତାଙ୍କୁ ରାସ୍ତାରେ ମାରପିଟ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜନସାଧାରଣଙ୍କୁ ଶୀତାଂଶୁ ନିଜ ପରିଚୟ ଏକ ପ୍ରଯୋଜକ କହୁଥିବା ବେଳେ ବାସ୍ତବରେ ସେ ଜଣେ ମାନସିକ ରୋଗୀ ବୋଲି ତାଙ୍କ ମାଆ କହିଛନ୍ତି । ଆଉ ଏବେ ଶୀତାଂଶୁ ଥାନାରେ ଅଛନ୍ତି  ।

ଆଉ ଏହାରି ମଧ୍ୟରେ ତାଙ୍କ ମାଆ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଶୀତାଂଶୁଙ୍କ ମା ଗଣମାଧ୍ୟମ ଆଗରେ କହିଛନ୍ତି-‘ସେ କହୁଛି ତା ସ୍ତ୍ରୀ ତାକୁ ଛାଡି ପଳେଇଛି ହେଲେ ସ୍ତ୍ରୀ କାହିଁକି ଯିବ ସ୍ତ୍ରୀ ମୋ ଘରେ ଅଛି ।

ସେ ପଳେଈ ଥାନ୍ତା ମୁଁ କହିଲି ତୁ ମୋ ଘରୁ ବୋହୂ ହେଇ ଆସିଛୁ ତୁ ଯିବୁ କାହିଁକି ତୁ ଚାକିରି କରିଛୁ ବହୁତ ସୁନ୍ଦର ବହୁତ ଟେ । ମୁଁ ପୁଣି କେନ୍ଦ୍ରପଡା ଝିଅ ଗୋଟେ ଆଣିଛି ସାନ ବାହା ହେଇଛି । କହିଲେ ମାଆ ତମେ ଆମକୁ ପାଠ ପଢାଅ ଆମେ ଚାକିରି କରିବୁ । ମୁଁ କହିଲି ତାକୁ ମୁଁ ରଖିବିନି ସେ ତମକୁ ମାରୁଛି ତମ କଥା ଶୁଣୁନି ସେ ଥାନାରେ ଏଗ୍ରୀମେଣ୍ଟ କରିବ ସବୁ କଥା ମାନିବ ତା ପରେ ଘରେ ରହିବ ।

ତା ମୁଣ୍ଡ ଖରାପ ଶତ୍ରୁ ମାନେ ତାକୁ ନିଶା ଦ୍ରବ୍ଯ ଦେଉଛନ୍ତି ସେ ତାଙ୍କ କଥାରେ ଚଳୁଛି । ଆମ କଥା ସେ ଶୁଣୁନି ବିପଦ ପଡିଲେ ସେ ଡାକ ପକାଉଚି । ସେ ଟେଣ୍ଟ କାମ କରୁଛି ଆଉ ଫିଲ୍ମ ବାଲା ତାକୁ ଡାକି କାମ କରାଉଛନ୍ତି ହେଲେ ସେମାନେ ପଇସା ଦେଉ ନାହାନ୍ତି । ସବୁ ଜାଗାରେ ତାର ବାକି ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *