କିଛିଦିନ ପରେ ହୋଇଥାନ୍ତେ ବାହାଘର, ହସ ସୁନ୍ଦର କରିବାକୁ ଯାଇ ଘଟିଗଲା ଏମିତି…

ସୁନ୍ଦର ହସ ପାଇଁ ଚାଲିଗଲା ଜୀବନ ! ହଁ ଆଜ୍ଞା ଜଣେ ଯୁବକ ନିଜର ଦାନ୍ତକୁ ନିଜର ହସକୁ ଆହୁରି ସୁନ୍ଦର କରିବା ପାଇଁ କୃତିମ ଉପାୟରେ ଅପରେସନ କରୁଥିଲେ । ହେଲେ ସେହି ସୁନ୍ଦର ହସର ଚକର ତାଙ୍କର ଜୀବନ ଚାଲିଯାଇଛି । ହଁ  ଆଜ୍ଞା ପୁଅର କୃତିମ ହସ ପାଇଁ କାନ୍ଦିଲା ପୁରା ପରିବାର । ମୁହଁରେ ସୁନ୍ଦର ହସ ଫୁଟାଇବାର ଚକରରେ ଏବେ ଚାଲିଯାଇଛି ଜୀବନ । ହାଇଦ୍ରାବାଦ ଠାରେ ଏଭଳି ଏକ ଘଟଣା ଘଟିଯାଇଛି । ସପ୍ତାହ ତଳେ ତାଙ୍କର ନିର୍ବନ୍ଧ ସରିଥିଲା ।

ଆଉ କିଛି ଦିନ ପରେ ତାଙ୍କର ନିର୍ବନ୍ଧ ହୋଇଥାନ୍ତା । ତେବେ ଏହି ଯୁବକ ଜଣଙ୍କ ହେଉଛନ୍ତି 28 ବର୍ଷୀୟ ଲକ୍ଷ୍ମୀନାରାୟଣ ଭିଞ୍ଜାମ । ଗତ 16 ତାରିଖରେ ଏକ ଇଣ୍ଟରନେସନାଲ ଡେନ୍ତାଲ କ୍ଲିନିକରେ ନିଜର ସର୍ଜରୀ କରିଥିଲେ । ଯେମିତିକି ତାଙ୍କ ହସ ଆହୁରି ସୁନ୍ଦର ଦେଖାଯିବ । ସେ ଯେମିତି ଚାହୁଁଥିଲେ ଠିକ ସେହିପରି ସେ ଦାନ୍ତକୁ ମଧ୍ୟ ସୁନ୍ଦର କରିପାରିଥାନ୍ତେ । ହେଲେ ଦୁର୍ଭାଗ୍ୟବଶତଃ ନିସ୍ତେଜ ମେଡ଼ିସିନ ଅଧିକ ହେବାରୁ ତାଙ୍କର ଜୀବନ ଚାଲିଯାଇଛି ।

ତେବେ ହସକୁ ସୁନ୍ଦର କରିବ ଏପାଇଁ ଦାନ୍ତର ଅପରେସନ କରୁଥିଲେ । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କର ଖୁସି ହେବାର ସ୍ଵପ୍ନ ସବୁଦିନ ପାଇଁ ସ୍ଵପ୍ନ ହୋଇ ରହିଯାଇଥିଲା । ତେବେ ଲକ୍ଷ୍ମୀନାରାୟଣଙ୍କ ବାପାଙ୍କ କହିବା ଅନୁଯାଇ ତାଙ୍କ ପୁଅର ସର୍ଜରୀ ହେବ ପରେ ଡାକ୍ତର ତାଙ୍କ ଖବର ଦେଇ ଡାକ୍ତରଖାନାକୁ ଡକାଇଥିଲେ । ହେଲେ ସେଠାରେ ଲକ୍ଷ୍ମୀନାରାୟଣଙ୍କ ପରିବାର ପହଞ୍ଚିବା ପୂର୍ବରୁ ତାଙ୍କ ପୁଅକୁ ମୃ-ତ ଘୋଷଣା କରିଥିଲେ ଡାକ୍ତର । ହେଲେ ପୁଅ ନିଜର ଅସ୍ତ୍ରୋପଚାର ସମୟରେ ଘର ଲୋକଙ୍କୁ ଆଗରୁ କିଛି କହିନଥିଲା ବୋଲି ପରିବାର ଲୋକେ କହିଛନ୍ତି । ତେବେ ଲକ୍ଷ୍ମୀନାରାୟଣଙ୍କର ପୂର୍ବରୁ ସେଭଳି କିଛି ସ୍ଵାସ୍ଥଗତ ସମସ୍ଯା ମଧ୍ୟ ନଥିଲା ।

ହେଲେ ଅଚାନକ ଭାବରେ ପୁଅର ଏଭଳି ମୃତ୍ୟୁ ଖବର ଶୁଣି ଘର ପରିବାର ଲୋକ ଦୁଃଖରେ ମର୍ମାହତ ହୋଇ ପଡିଛନ୍ତି । ଏଥିସହ ତାଙ୍କ ପୁଅର ମୃ-ତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ ମଧ୍ୟ କରିଛନ୍ତି । ହେଲେ ଅପର ପକ୍ଷରେ ଏହି ଘଟଣାକୁ ଡାକ୍ତରଖାନାର କର୍ତ୍ତୁପକ୍ଷ ଅସ୍ଵୀକାର କରିବାରେ ଲାଗି ପଡିଛନ୍ତି । ତେବେ ଆସନ୍ତା ମାର୍ଚ ମାସରେ ତାଙ୍କର ବାହାଘର ହେବାକୁ ଥିଲା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *