ବନ୍ଧୁଗଣ, ଓଡିଆ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ଆପଣ ମାନେ ଟିଭି ପରଦାରେ ନିଶ୍ଚିତ ଦେଖିଥିବେ । ସେ ନିଜର ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ବର୍ତ୍ତମାନ ସୁଟିଙ୍ଗ ସେଟରେ ଏଭଳି ଏକ ସିନ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିନେତା ପ୍ରଜ୍ଞା ବିଭିନ୍ନ ପୋଷାକ ପିନ୍ଧି ଲୋକ ମାନଙ୍କୁ ହସାଇ ଥିବାର ଆପଣ ମାନେ ଦେଖିଥିବେ । ସତରେ ତାଙ୍କ କଥା କୁ ତାଙ୍କ ଭାବଢଙ୍ଗି ଏବଂ ତାଙ୍କ ପୋଷାକ ପିନ୍ଧିବାର ଢାଞ୍ଚା ଦେଖିଲେ ଲୋକେ ବହୁତ ହସିଥାନ୍ତି ।
ମାତ୍ର ସବୁଠାରୁ ବଡ କଥା ହେଉଛି ଯେ ପ୍ରଜ୍ଞା ନିଜ ଦକ୍ଷତା ଅନୁସାରେ ଓଡିଶାବାସୀ ଙ୍କ ଓଠରେ ହସ ଭରି ପାରୁଛନ୍ତି । ଏବଂ ଦର୍ଶକ ଙ୍କ ଯେତେ ଦୁଃଖ ଥିଲେ ମଧ୍ୟ ତାଙ୍କ କଥା ଏବଂ ଅଭିନୟ କୁ ଦେଖିଲେ ସବୁ ଭୁଲିଯାଇଥାନ୍ତି । ନିକଟରେ ତାଙ୍କ ବିବାହ କାର୍ଯ୍ୟ ସମାପ୍ତ ହୋଇଥିଲା ବୋଲି ଆପଣ ମାନେ ଜାଣିଥିଲେ ।
ସେ ତାଙ୍କ ମନ ପସନ୍ଦ ଝିଅ କୁ ନିଜ ଜୀବନସାଥୀ କରି ଜନ୍ମଜନ୍ମାନ୍ତର ନିମନ୍ତେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ବର୍ତ୍ତମାନ ବେସ ଖୁସି ରେ ଜୀବନ ଜାପନ କରୁଥିବାର ନଜର ଆସିଛନ୍ତି । ପ୍ରଜ୍ଞା ଙ୍କର ବିବାହ ସମୟରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଅନେକ ଅନେକ ଶୁଭେଛା ତଥା ଶୁଭ କାମନା ଜଣାଇଥିଲେ । ଏହାପରେ ନିଜ ଘରକୁ ନୂତନ କରି ଆସିଥିବା ତାଙ୍କ ଧର୍ମ ପତ୍ନୀ ଙ୍କୁ ସେ ବହୁତ ଭଲ ପାଉଛନ୍ତି ମଧ୍ୟ କହିଛନ୍ତି ପ୍ରଜ୍ଞା ।
ବର୍ତ୍ତମାନ ସୁଟିଙ୍ଗ ଚାଲୁଥିବା ସମୟରେ ପ୍ରଜ୍ଞା ଙ୍କର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । ସେହି ଦୃଶ୍ୟ ଟି ହେଉଛି ନିକଟରେ ପ୍ରଜ୍ଞା ସୁଟିଙ୍ଗ ସେଟ ରେ ଥିବା ସମୟରେ ତାଙ୍କ ଧର୍ମ ପତ୍ନୀ ଙ୍କ ଶାଢୀ ପିନ୍ଧି ସେଥିରେ ନାଚିଛନ୍ତି । ଏହି ନାଚରେ ତାଙ୍କ ସହଯୋଗୀ ଜଣେ ଅଭିନେତ୍ରୀ ମଧ୍ୟ ଥିଲେ । ଏବଂ ସେ ମଧ୍ୟ ଗୀତ ତାଳେ ତଳେ ନାଚିବାରେ ଲାଗିଥିଲେ ।
ମାତ୍ର ସମସ୍ତେ ପ୍ରାଏ ପ୍ରଜ୍ଞା ଙ୍କ ନାଚ କୁ ହସି ହସି ବେସ ପ୍ରଶଂସା କରିଥିବାର ସୋସିଆଲ ମିଡିଆ କମେଣ୍ଟରେ ଦେଖିବାକୁ ମିଳିଛି । ତାଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ ଭଗବାନ ଙ୍କ ଆଶୀର୍ବାଦ ପ୍ରଜ୍ଞା ଙ୍କ ଉପରେ ରହିଥାଉ ଏବଂ ସେ ଏହିଭଳି ଭାବରେ ଲକ୍ଷାଧିକ ଦର୍ଶକ ଙ୍କ ଓଠରେ ହସ ଫୁଟାଇ ସମସ୍ତଙ୍କ ହୃଦୟରେ ରାଜ କରନ୍ତୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।