ସୁନା ପାଇଁ ଭାଙ୍ଗିଗଲା ବାହାଘର… ଅଧିକ ସୁନା ପାଇଁ ଜିଦିକଲେ ପୁଅଘର ଲୋକ, ବାପା, ମାଆ ମୁଣ୍ଡରେ ହାତ ଦେଲେ…

ସୁନା ପାଇଁ ଭାଙ୍ଗିଲା ବାହାଘର ! ହଁ ଅଜ୍ଞା ସୁନା ଦର ବର୍ତ୍ତମାନ ବଜାରରେ ଆକାଶ ଛୁଆଁ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ସାତସପନ ହୋଇଯାଇଛି । ଝିଅର ବାହାଘରରେ ସୁନା ଦେଇନପାରିବାରୁ ଝିଅର ବାହାଘର ମଧ୍ୟ ଭାଙ୍ଗିଯାଇଛି । ତେବେ ଜଣେ ଯୁବତୀ ମିଡିଆ ସାମ୍ନାରେ କହିଛନ୍ତି । ବାପା, ମାଆ ବାହାଘର ସୁନା କିଣିନପାରିବାରୁ ମୋ ବାହାଘର ଭାଙ୍ଗିଗଲା । ଖାଲି ମୁଁ କାହିଁକି ମୋ ଭଳି ଅନେକ ସାଧାରଣ ଘରର ଝିଅ ମାନେ ଏହି ଅଧିକ ଚଢା ସୁନା ଦର ଯୋଗୁ ବାହାଘର ଭାଙ୍ଗି ଯାଉଛି ।

ଗୋଟେ ଝିଅର ବାହାଘର କେତେ ଯେ କଷ୍ଟ ଏହା ସମସ୍ତେ ଜାଣନ୍ତି । ଝିଅକୁ ବାହା କରେଇବା ପାଇଁ ବାପା, ମାଆଙ୍କର ସବୁ ଅର୍ଜିତ ଧନ ଝିଅ ବାହାଘରରେ ଲଗାଇ ଦେବାକୁ ପଡିଥାଏ । ହେଲେ ଏବେକା ସମୟରେ ସୁନା ଦର ଏତେ ଅଧିକ ବଢିଯାଇଛି । ଯେ ଗୋଟେ ଝିଅର ବାହାଘର ଭାଙ୍ଗି ଯାଇଛି । ଯୁବତୀ ଜଣଙ୍କ ବାହାଘର ଭାଙ୍ଗିଯିବା ଦୁଃଖରେ ଏପରି କିଛି କହିଛନ୍ତି ।

ବାହାଘର ହେବ ବୋଲି ମୋ ମନରେ ବି ସବୁ ଝିଅଙ୍କ ପରି କେତେ କଣ ସ୍ଵପ୍ନ ରହିଥିଲା । ହେଲେ ସବୁ ଠିକ ହୋଇ ବି ସୁନା ପାଇଁ ଆମର ବାହାଘର ଅଧାରୁ ଭାଙ୍ଗିଗଲା । ସୁନା ରେଟ୍ 73 ହଜାର ଟଙ୍କା ହେଲାଣି । ଗରିବ ଲୋକଙ୍କ ପାଇଁ ଖାଇବାକୁ ବି ଭଲରେ ଟଙ୍କା ନାହିଁ । ସେମାନେ ଏତେ ଟଙ୍କା ଖର୍ଚ କରି ସୁନା କିଣି ଝିଅ ମାନଙ୍କୁ କଣ ଆଉ ବାହାଘର କରିପାରିବେ ।

ତେବେ ସୂଚନା ମୁତାବକ ସୁନା ଦର 73 ହଜାର ଟଙ୍କା ହୋଇଯାଇଛି । ଦିନକୁ ଦିନ ସୁନା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହିଭଳି ଯଦି ଲାଗି ରହେ, ତେବେ ସୁନା ଦର 80 ହଜାର ଟଙ୍କା ଛୁଇଁବ ବୋଲି ଅନୁମାନ କରାଯାଏ । ତେବେ ସୁନା ଦର ଖୁବ ଶୀଘ୍ର 80 ହଜାର ଛୁଇଁବ ବୋଲି ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ଖାଲି ସୁନା କାହିଁକି ? ରୂପାର ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଭଳି ଭାବେ ସୁନାର ଦରଦାମ ବୃଦ୍ଧି ପାଉଥିବା କାରଣରୁ ସାଧାରଣ ଲୋକ ନିଜର ଝିଅ ବାହାଘର କରିବା ପାଇଁ ଚିନ୍ତିତ ହୋଇ ପଡ଼ୁଛନ୍ତି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *