ଏବେ ନିଜ ପସନ୍ଦର ଘର ଖୋଜିବେ Tapaswini-Sumit, ପୋଲିସ ଖୋଜିଥିବା ଘର ପସନ୍ଦ କଲେନି ସୁମିତ ଓ ତପସ୍ଵିନୀ

ନମସ୍କାର ବନ୍ଧୁଗଣ ତେବେ ଦାମ୍ପତ୍ୟ କଳହକୁ ନେଇ ଛନ୍ଦି ହୋଇପଡ଼ିଥିବା ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶ ପୁଣି ଏକାଠି ରହିବେ । ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଭଡ଼ାଘର ନେଇ ରହିବେ । ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି । ସେପଟେ ଗତ ୭ ଦିନ ଧରି ବାହାରେ ଜଗି ରହିଥିବା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କୋର୍ଟ ହଟାଇ ଦେଇଛନ୍ତି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୁଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।


ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ଭେଟିବା ପାଇଁ ଦୁହିଁଙ୍କ ପରିବାରକୁ ଅନୁମତି ମିଳିଛି । ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ୭ ଦିନ ସମୟ ନେଇଥିବା ବେଳେ ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ ।

ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ତପସ୍ୱିନୀ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ ।

ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ । ତେବେ ଧାରଣାରେ ବସିବାର ୨୪ ଘଣ୍ଟା ପରେ ତପସ୍ୱିନୀଙ୍କୁ ବୋହୂ ବୋଲି ସ୍ୱୀକାର କରିଥିଲେ ସୁମିତଙ୍କ ବାପା । ଏପରିକି ସୁମିତ ମଧ୍ୟ ବାହା ହୋଇଥିବା ମାନିଥିଲେ । ତେବେ ମାମଲା କୋର୍ଟରେ ବିଚାର ଚାଲିଥିବାରୁ ମୁଁ କିଛି କରିପାରିବି ନାହିଁ ବୋଲି ସୁମିତ କହିଥିଲେ ।


ଗତ ତିନି ତାରିଖରେ ଏହି ହାଇପ୍ରୋଫାଇଲ୍‌ ମାମଲାର ବିଚାର କରିଥିଲେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଲେ । ଆସିକାରେ ଏକ ଭଡ଼ା ଘରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଭଡ଼ା ଘର ଠିକ୍‌ କରି ସୁରକ୍ଷା ଦାୟିତ୍ୱରେ ରହିଥିଲେ ଆସକା ଥାନା ଆଇଆଇସି । ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବର୍ତ୍ତମାନ ଦୁହିଁଙ୍କୁ ଏକାଠି ରହିବାର ନିର୍ଦେଶ ମିଳିଛି ଏବଂ ଦୁହେଁ ବର୍ତ୍ତମାନ ନିଜ ମନ ପସନ୍ଦ ର ଭଡା ଘର ମଧ୍ୟ ଖୋଜୁଛନ୍ତି ତେବେ ହଠାତ୍‌ ଭଡାଘର ଠିକ୍‌ ହୋଇ ନପାରିବାରୁ ତାଙ୍କୁ ଆସ୍କା ଚିନିକଳର ଅତିଥି ଭବନରେ ରଖାଯାଇଥିଲା । ଏବେ ଏକ ଭଡା ଘରେ ସେମାନଙ୍କୁ ରଖାଯିବ । ଆସନ୍ତା ମାସ ୧୭ ତାରିଖରେ ରେ ପରବର୍ତ୍ତୀ ଶୁଣାଣୀ ହେବ । ତେବେ ଏହି ସମୟରେ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *