Sumit-Tapaswini ଙ୍କ କଲ ରେକର୍ଡ଼ିଂ ଭାଇରାଲ, ସାମ୍ନାକୁ ଆସିଲା ବିବାଦୀୟ ଦମ୍ପତ୍ତିଙ୍କ ଫୋନ କଲ ଅଡିଓ, ସେମାନେ ଯାହା କଥା ହେଉଛନ୍ତି ଶୁଣି ଆପଣ ବି ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ କିଛି ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଥିଲା ଏବେ ପ୍ରତି ଘଣ୍ଟାରେ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ପ୍ରଥମେ ସୁମିତ ତପସ୍ଵିନୀଙ୍କର ଏକ ଭିଡିଓ ଛାଡିଲେ ଯେଉଁଥିରେ ତପସ୍ଵିନୀ ସୁମିତଙ୍କୁ ୮ ଲକ୍ଷ ଟଙ୍କା ମାଗୁଥିଲେ । ଏହା ପରେ ତପସ୍ଵିନୀ ଏହି ଭିଡିଓର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେହି ଟଙ୍କା ତାଙ୍କ ବାପା ସୁମିତଙ୍କ ପାଠ ପଢା ପାଇଁ ଦେଇଥିଲେ । ଏହା ପରେ ସୁମିତ ଏକ ଅଡିଓ ମେସେଜ ଛାଡିଲେ ଯେଉଁଥିରେ ସେ ତପସ୍ଵିନୀଙ୍କ ପାଇଁ ଅସୁସ୍ଥ ହୋଇଯିବା କଥା କହିଥିଲେ ।

ଏହା ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ଏକ ଫଟୋ ରଖିଲେ ଯାହା ତାଙ୍କର ଅବୋସନ ବେଳର ଫଟୋ । ତପସ୍ଵିନୀ ବର୍ତ୍ତମାନ ସୁମିତ ଓ ତାଙ୍କ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ ଆଣୁ ଥିବା ବେଳେ ବର୍ତ୍ତମାନ ସୁମିତ ଏବଂ ତପସ୍ଵିନୀଙ୍କର ଏକ କଲ୍ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କଲ୍ ରେକର୍ଡର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଏହି କଲ୍ ରେକର୍ଡଟିକୁ ଆପଣ ମାନେ ଶୁଣିଲେ ଆପଣ ମାନେ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭାଇରାଲ ହେଉଥିବା କଲ୍ ରେକର୍ଡରେ ସୁମିତ ଓ ତପସ୍ଵିନୀ ଝଗଡା କରୁଥିବାର ଜଣା ପଡୁଛି । କଲ୍ ରେ ସୁମିତ କହୁଛନ୍ତି ଏମିତି କର ନାହିଁ ବୁଡିଯିବ । ଏହା ପରେ ତପସ୍ଵିନୀ କହୁଛନ୍ତି ମୁ ଏମିତି ହିଁ କରିବି ପଛେ ବୁଡିଲେ ବୁଡିବି ହେଲେ ସମସ୍ତଙ୍କୁ ନେଇକି ଯିବି ।

ଏହାପରେ ସୁମିତ କହୁଛନ୍ତି ଏହା ହେଉଛି ତମର ଜନ୍ମର ପ୍ରକୃତି ନିଜେ ବୁଡି ସମସ୍ତଙ୍କୁ ବୁଡାଇବାର । ତପସ୍ଵିନୀ କହୁଛନ୍ତି ଏବେ ମୋତେ କେହି ବି ଅଟକାଇ ପାରିବେ ନାହିଁ । ନା ତମେ ନା ବାପା ନା ମା ନା ପ୍ରକୃତି ମୋର ଯେତେବେଳେ ଇଛା ହେବ ମୁ ବାହାରିବି ଯିବି । ମୋତେ ଯିଏ ଅଟକାଇବା ପାଇଁ ଚେଷ୍ଟା କରିବ ବୋପାକୁ ମାଉସୀ କହି ଯିବ । ଏହା ପରେ ତପସ୍ଵିନୀ ସୁମିତଙ୍କୁ କହୁଛନ୍ତି ମୋ ଲାଇଫ ମୋ ଇଛା ।

ଏହି ଅଡିଓ ରେକର୍ଡଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଅଡିଓ ରେକର୍ଡ ଶୁଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଅଡିଓ ରେକର୍ଡ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *