ବନ୍ଧୁଗଣ, ସୂଚନା ଅନୁଯାୟୀ ଘରେ ଆଉ ଶୁଭୁନାହିଁ ହେମଦସ୍ତା ଶବ୍ଦ । ତରକାରୀ ଟିକିଏ ଆସ୍ଵାଦିଷ୍ଠ ହେଲେ ହେଉ ପଛେ ପେଟକୁ ଭାତ ନ ଗଲେ ପଛେ ନ ଯାଉ କିନ୍ତୁ ତପସ୍ଵିନୀ ଙ୍କ ସ୍ଵାମୀ ସୁମିତ ଆଉ ନ ରାଗନ୍ତୁ । ସେଥିପାଇଁ ଆଜି ନିଜ କଥା ନିଜେ ରଖିଛନ୍ତି ତପସ୍ଵିନୀ । ଆଉ ତାଙ୍କ ଘରେ ଶୁଭୁନାହିଁ ହେମଦସ୍ତା ଶବ୍ଦ । ସ୍ଵାମୀ ର ମନକୁ ଜିତିବା ପାଇଁ ହେମଦସ୍ତା ରେ ଆଉ କୁଟିବେ ନାହିଁ ତପସ୍ଵିନୀ ।
ସୁନାର ସଂସାର ନିମନ୍ତେ ସବୁକିଛି କରିବା ନିମନ୍ତେ ରାଜି ଅଛନ୍ତି ତପସ୍ଵିନୀ । ତାଙ୍କ ପାଖରେ ଗ୍ରାଇଣ୍ଡର ଟିଏ ନଥିଲା । କେତେବେଳେ କେମିତି ହେମଦସ୍ତା ବ୍ୟବହାର କରି ଟିକିଏ ରଶୁଣ ଅଦା ଛେଚିଦେଉଥିଲେ ତପସ୍ଵିନୀ । ହେମଦସ୍ତା ବ୍ୟବହାର କରିଲେ ଶବ୍ଦ ନିହାତି ଭାବରେ ଆସିବ । କିନ୍ତୁ କେତେ ସମୟ ? ୧୦ ରୁ ୧୫ ମିନିଟ ର ଶବ୍ଦ କଣ ସୁମିତ ର ପରିବାରକୁ ଡିଷ୍ଟର୍ବ କରୁଥିଲା ? କରୁ କି ନ କରୁ ମାତ୍ର ସୁମିତ ମଧ୍ୟ ସେହି କଥା ଦୋହରାଇଲେ ।
ଆଉ ସୁମିତା ଙ୍କ କଥା ପରେ ତପସ୍ଵିନୀ କହିଲେ ଯେ ଆଉ ଛୁଇଁବି ନାହିଁ ହେମଦସ୍ତା କୁ । ଆଉ ହେମଦସ୍ତା ଛାଡିଦେଲେ ତପସ୍ଵିନୀ । ନ ହେଉ ପଛେ ସ୍ଵାଦିଷ୍ଟ ଖାଦ୍ୟ ଟିକିଏ । କିନ୍ତୁ ତପସ୍ଵିନୀ ଙ୍କୁ ଦରକାର ସୁମିତ ଙ୍କ ପ୍ରେମ । ତରକାରୀ ର ସ୍ଵାଦ କଣ ସତରେ ପ୍ରେମର ସ୍ଵାଦ ଠାରୁ ଅଧିକ ହୋଇପାରେ ? ସେଥିପାଇଁ ଏହି ପ୍ରେମ ର ସ୍ଵାଦ ନିମନ୍ତେ ତପସ୍ଵିନୀ ଛାଡିଦେଲେ ହେମଦସ୍ତା ।
ତପସ୍ଵିନୀ କହିଛନ୍ତି ମୋର ବର୍ତ୍ତମାନ ନୂଆ ନୂଆ ଘର ହୋଇଛି । ଏଣୁ ମୋ ପାଖେ ଗ୍ରାଇଣ୍ଡର ତ ନାହିଁ ଯାହା ଯେମିତି ଥିବ, ହେମଦସ୍ତା ରେ ଯଦି ବା ମୁଁ ଅଦା ରଶୁଣ ଛେଚି ଦେଇଥିବି, ତେବେ ତାହା ଯଦି ସମସ୍ୟା ସୃଷ୍ଟି କରୁଛି ତେବେ ଠିକ ଅଛି ମୁଁ ଆଜିଠାରୁ ଆଉ ତାହା ମଧ୍ୟ କରିବି ନାହିଁ । ଚଳିତ ମାସ ଗତ ୨୫ ତାରିଖ ରେ ମେଡିସନ ସେଣ୍ଟର ରେ ଯେତେବେଳେ ପହଞ୍ଚିଥିଲେ ସୁମିତ ଆଉ ତପସ୍ଵୀନି, ସେହି ସମୟରେ ଏହି ହେମଦସ୍ତା କଥା ଉଠିଥିଲା ।
ଆଉ ଏବେ ନା ତପସ୍ଵିନୀ ଛେଚୁଛନ୍ତି ହେମଦସ୍ତା, ନା ଶୁଭୁଛି ହେମଦସ୍ତା ଶବ୍ଦ । ମାତ୍ର ସୁମିତ ଙ୍କ ପରିବାର ଲୋକେ ଅଭିଯୋଗ ଉପରେ ଅଭିଯୋଗ କରିଛନ୍ତି । କିନ୍ତୁ ତପସ୍ଵିନୀ ସୁମିତ ଙ୍କ ପାଇଁ ସବୁକିଛି ଛାଡିଦେବା କଥା ଜଣା ପଡିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।