“ମାସେ ହେଲାଣି ଝିଅଟେ ବାହାରେ ବସିଛି, ସେ ଗୋଟେ ଲୋକ ପାଇଁ ବ୍ରହ୍ମପୁରର ଇଜ୍ଜତ ଗଲାଣି, ତାକୁ…” Sumit ଙ୍କ ବାପା ଉପରେ ତାତିଲେ ସ୍ଥାନୀୟ ଲୋକ, କଣ କେହିଲେ ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖା ଦେଇଛି । ଗତ ଅନେକ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଏବେ ନାରୀ ଶକ୍ତିର ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରଥମରୁ ହିଁ ତପସ୍ଵିନୀ ନିଜ ଅଧିକାର ପାଇବା ପାଇଁ ନିଜ ଶଶୁର ଘର ସାମ୍ନାରେ ଧାରଣା ଦେଇ ବସିରହିଥିଲେ । କୋର୍ଟ ଏକ ଭଲ ନିଷ୍ପତ୍ତି ନେବା ପରେ ମଧ୍ୟ ସୁମିତ କୋର୍ଟ ନିଷ୍ପତ୍ତିକୁ ଅବମାନନା କରିଛନ୍ତି ।

ଆସନ୍ତା କାଲି କୋର୍ଟର ଶୁଣାଣୀ ଅଛି ଓ ଏବେ ୪୮ ଘଣ୍ଟା ହେଇଗଲା ତପସ୍ଵିନୀ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ବନ୍ଧୁଗଣ ଏବେ ତପସ୍ଵିନୀ ଆଉ ଏକା ନାହାନ୍ତି ତାଙ୍କ ସହିତ ଜନସାଧାରଣଙ୍କ ସମର୍ଥନ ଅଛି । ପ୍ରଥମରୁ ପ୍ରମିଳା ମାଉସୀ ତାଙ୍କ ସହ ଧାରଣାରେ ବସି ଥିଲେ । ଏହା ପରେ ବ୍ରହ୍ମପୁରର ନାରୀ ମାନେ ତପସ୍ଵିନୀଙ୍କ ସମର୍ଥନ ପାଇଁ ଛିଡା ହୋଇଥିଲେ ଓ ଏବେ ବ୍ରହ୍ମପୁରର ପୁରୁଷ ମାନେ ତପସ୍ଵିନୀଙ୍କ ସମର୍ଥନ ପାଇଁ ଛିଡା ହୋଇଛନ୍ତି ।

ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସୁମିତ ଓ ତାଙ୍କ ବାପାଙ୍କ ଘର ସାମ୍ନାରେ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଛି । ବର୍ତ୍ତମାନ ଣାର ପାତ୍ର ହେଇଗଲେଣି ସୁମିତ ଓ ତାଙ୍କ ପରିବାର । ବ୍ରହ୍ମପୁର ବାସୀ ମାନେ ସୁମିତ ଓ ତାଙ୍କ ପରିବାରକୁ ଛି ଛାକର କରୁଛନ୍ତି ।

ଲୋକ ମାନଙ୍କ କହିବା ମୁତାବକ, ଏକ ମାସ ହେଲାଣି ତପସ୍ଵିନୀ ଧାରଣା ଦେଇ ବସି ଛନ୍ତି । ତପସ୍ଵିନୀ ଯେଉଁ ଭଳି ଗୋଟେ ଝିଅ ଓ ଭଉଣୀ ସେମିତି ସମସ୍ତଙ୍କର ମା ଭଉଣୀ ଛନ୍ତି । କେବଳ ସୁମିତ ଓ ତାଙ୍କ ପରିବାର ପାଇଁ ବ୍ରହ୍ମପୁରର ଇଜ୍ଜତ ତଳେ ପଡୁଛି । ଗୋଟିଏ ଲୋକ ପାଇଁ ସୋସିଆଲ ମିଡିଆରେ ବ୍ରହ୍ମପୁରର ଇଜ୍ଜତ ତଳେ ପଡିଛି । ପ୍ରମୋଦ ସାହୁଙ୍କୁ ଘରୁ ବାହାରିବା ପାଇଁ ଲୋକ ମାନେ କହୁଥିବା ବେଳେ ପ୍ରମୋଦ ସାହୁ ନିଜ ପୁଅ ସୁମିତ ସାହୁଙ୍କୁ ଲୁଚାଇ ନିଜେ ଘର ଭିତରେ ଲୁଚି ଛନ୍ତି ।

ବନ୍ଧୁଗଣ ଧୀରେ ଧୀରେ ଏହି ମାମଲାରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଲୋକମାନେ ଚାହିଁଲେ ତପସ୍ଵିନୀଙ୍କୁ ନ୍ୟାୟ ଦେଇପାରିବେ ଓ ଏବେ ଲୋକ ମାନେ ତପସ୍ଵିନୀଙ୍କ ଦୁଃଖରେ ଛିଡା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *