Sumit ଙ୍କ ପରିବାରକୁ ବାହାରୁ ତାଲା ପକେଇଛନ୍ତି Tapaswini, ଦେଖନ୍ତୁ Live Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲାର ଆଗାମୀ ଶୁଣାଣୀ ଆସନ୍ତା କାଲି ହେବାକୁ ଯାଉଛି ତେବେ ଏହି ମାମଲାକୁ ନେଇ ପ୍ରତ୍ୟକ ସମୟରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଗୋଟେ ମାସର ଧାରଣା ପରେ ତପସ୍ଵିନୀ ଦାଣ୍ଡରୁ ବାରଣ୍ଡାକୁ ଯାଇଛନ୍ତି । ବର୍ତ୍ତମାନ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳୁଛି । ଏହି ମାମଲାଟି ବର୍ତ୍ତମାନ ବ୍ୟକ୍ତିଗତ ହୋଇଯାଇଛି  ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲା ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସୁମିତଙ୍କ ଓକିଲ ଏକ ବଡ ଖୁଲାସା କରିଛନ୍ତି । ଓକିଲ ବାବୁଙ୍କର ଏକ କଲ୍ ରେକର୍ଡିଙ୍ଗ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ତପସ୍ଵିନୀ ଦାସଙ୍କ ବିଷୟରେ ଏକ ବଡ କଥା କହିଛନ୍ତି ।

ଓକିଲ କହିଛନ୍ତି-‘ମୋ କ୍ଲାଇଣ୍ଡ ଏବେ ହାଉସ ଆରେଷ୍ଟ ହୋଇ ଅଛନ୍ତି ସେମାନଙ୍କର କିଛି ସିଗ୍ନେଚର ଦରକାର ହେଉଛି । ସେଥିପାଇଁ ଆମେ ପ୍ରମୋଦ ସାହୁଙ୍କ ଘରକୁ ଯାଇଥିଲୁ । ସେମାନେ ରାସ୍ତା ଉପରେ ଚେୟାର ପକାଇ ବସିଥିଲେ ସେହି ସ୍ଥାନରେ ଆଇଆଇସି ଓ ଲେଡି କନେଷ୍ଟବଳ ଥିଲେ । ଆପଣ ମାନେ ଜାଣିଥିବେ ସେଠାରେ ୧୪୪ ଲାଗୁ ହୋଇଛି’ ।

ଆଗକୁ ସେ କହିଛନ୍ତି-‘ସେଠି ଯାଇ ପଚରା ଉଚରା କରିବା ପରେ ସେମାନେ ଘର ଭିତରକୁ ଗଲେ ସେମାନେ ଆମକୁ ସେପଟକୁ ପଠାଇଲେ ହେଲେ ଆମେ ସେପଟେ କିଛି ବି ପାଇଲୁ ନାହିଁ । ସମସ୍ତଙ୍କ ଉପସ୍ଥିତିରେ ଆମେ ଭିତରକୁ ଗଲୁ ସିଗ୍ନେଚର କରି ଆଣିଲୁ ବାସ ସେତିକି କଥା । ଆମେ ସମସ୍ତଙ୍କୁ ଜଣାଇ ଭିତରକୁ ଯାଇଛୁ । ହେଲେ ତପସ୍ଵିନୀ ଦାସ କହୁଛନ୍ତି କିଛି ଲୋକ ବିନା ଅନୁମତିରେ ଘରକୁ ପଶି ଆସୁଛନ୍ତି ଏହା ମିଛ’ ।

ଆଗକୁ ସେ କହିଛନ୍ତି-‘ସେମାନେ ହିଁ ଆମକୁ କହିବା ପରେ ଆମେ ଗଲୁ ଘର ଭିତରେ ସେମାନଙ୍କୁ ତାଲା ପକାଇ ରଖା ଯାଇଥିଲା ସେହି ସମୟରେ ସେମାନେ ଫଟ୍ କିନା ଯାଇ ତାଲା ଖୋଲି ବାହାରକୁ ଆସିଗଲେ ତା ପରେ ଆମେ ଗଲୁ  । ସେହି ଘର ଲୋକଙ୍କୁ ସେମାନେ ତାଲା ପକାଇ ରଖିଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତଙ୍କ ଓକିଲ ଏକ ବଡ ଖୁଲାସା କରିଛନ୍ତି । ତେବେ ଏହି ଘଟଣାର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *