କାହିଁକି ଏଯାଏଁ ଚୁପ୍ Sumit, କେବେ ଭାଙ୍ଗିବ ସୁମିତଙ୍କ୍ ନୀରବତା ? Sumit ଙ୍କ ଏଭଳି ନୀରବତା ପଛରେ ରହିଛି କାହାର ହାତ ?

ବହୁ ଚର୍ଚିତ ମାମଲା ସୁମିତ ଓ ତପସ୍ଵିନୀ କେସରେ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ତଳେ ସୁମିତ ତପସ୍ଵିନୀଙ୍କୁ ଛାଡି ଚାଲି ଯାଇ ଥିଲେ । କିନ୍ତୁ ସେ ପୁଣି ଥରେ ଫେରି ଆସିଲେ । ପ୍ରଶ୍ନ ଉଠୁଛି କି ସୁମିତ ଜଣେ ଡାକ୍ତର ଅର୍ଥାତ ସେ ବହୁତ ଶିକ୍ଷିତ, କିନ୍ତୁ ଏହା ସତ୍ବେ ବି ସେ ଏହିଭଳି କାମ କାହିଁକି କରୁଛନ୍ତି । ସୁମିତ କଣ କୌଣସି ମାନସିକ ଚିନ୍ତା ମଧ୍ୟରେ ଅଛନ୍ତି । ତାଙ୍କ ଭିତରେ କଣ ଚାଲିଛି ଏହି ସବୁ ବିଷୟରେ କଥାବାର୍ତ୍ତା ହେବାର ଅଛି ।

ମିଡିଆ ସାମ୍ନାରେ ଓ ତପସ୍ଵିନୀଙ୍କୁ ସବୁ ବିଷୟରେ ଖୋଲି କହିବାର ଅଛି କି କାହିଁକି ସେ ତପସ୍ଵିନୀଙ୍କୁ ଛାଡି ଚାଲି ଗଲେ । ଯେତେବେଳେ କି କୋର୍ଟ ସୁମିତଙ୍କୁ ତପସ୍ଵିନୀଙ୍କ ଦାୟିତ୍ଵ ନେବା ପାଇଁ ଓ ଉଭୟ ମିଶି ରହିବା ପାଇଁ କହିଥିଲେ । କିନ୍ତୁ ଏହି ସବୁ ମଧ୍ୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସୁଛି । କହିଦେଉଛୁ କି ସୁମିତ ସାହୁ ପାରିବାରିକ କୋର୍ଟରେ ତପସ୍ଵିନୀଙ୍କ ବିରୁଦ୍ଧରେ ଛାଡପତ୍ର କେସ ଫାଇଲ କରିଛନ୍ତି ।

ଯାହାର କି ଆଜି ଡେଟ ଥିଲା । ସେଥିପାଇଁ ଦୁଇ ଜଣ ଆଜି କାଉନ୍ସିଲିଙ୍ଗ ପାଇଁ ଆସିଥିଲେ । କହିବାକୁ ଗଲେ ୪ ଦିନ ଛୁଟି ପରେ ସୁମିତ ଏହିଭଳି କରିବେ ବୋଲି କେହି ବି ଜାଣି ନ ଥିଲେ । ଅନ୍ୟ ପଟେ ସୁମିତଙ୍କୁ ଖୋଜୁ ଖୋଜୁ ଓ ସୁମିତଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ SDGM କୋର୍ଟରେ ତପସ୍ଵିନୀ ପହଞ୍ଚି ଥିଲେ ।

ସୁମିତ କୋର୍ଟର ନିୟମ ଅବମାନନା କରିଛନ୍ତି ଏହା ବିଷୟରେ ବି ତପସ୍ଵିନୀଙ୍କ ଓକିଲ କୋର୍ଟ ଆଗରେ କହିଛନ୍ତି । ତପସ୍ଵିନୀଙ୍କ ଓକିଲଙ୍କ କହିବା ଅଟେ କି ଅଚାନକ ଦିନେ ସୁମିତ ଗାୟବ ହୋଇଗଲେ ଓ ସେହି ସମୟରୁ ଆଜି ପର୍ଯ୍ୟନ୍ତ ସେ ତପସ୍ଵିନୀଙ୍କ କୌଣସି ବି ପ୍ରକାରର କଥା ନ ବୁଝିବା କାରଣରୁ ଆଜି ତପସ୍ଵିନୀ କୋର୍ଟ ଆସିଛନ୍ତି ।

ସେ ନିଜର ସମସ୍ତ ଅସୁବିଧା ଓ କୋର୍ଟର ନିୟମକୁ ଅବମାନନା କରିଥିବା କଥା ବି ସେ କୋର୍ଟକୁ ଓ ବିପକ୍ଷ ଓକିଲକୁ କହିଛନ୍ତି । ବର୍ତ୍ତମାନ ୧୭ ତାରିଖ ଦିନକୁ ସମସ୍ତେ ଅପେକ୍ଷା କରିଛନ୍ତି । ଯଦି ସୁମିତଙ୍କ ବିଷୟରେ କହିବା ତେବେ ସୁମିତ ମାନସିକ ରୂପରେ ଚିନ୍ତିତ ରହୁଛନ୍ତି ବୋଲି ଜଣା ପଡିଛି । ସେଥିପାଇଁ ତ ସେ ଚୁପ ରହୁଛନ୍ତି ।

Leave a Reply

Your email address will not be published. Required fields are marked *