‘Sumit ଦୌଡ଼ି କି ପଳାଇଲେ ଆଉ ମୁଁ ମୂର୍ଚ୍ଛା ହେଇଗଲି’

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାରେ ଇତିମଧ୍ୟରେ ଏକ ନୂଆ ମୋଡ଼ ଆସିଛି । ଗତକାଲି ସୁମିତ ଅଚାନକ ଫେରାର୍ ହୋଇଯାଇଥିଲେ । ପରେ ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ପଚାରି ବୁଝିଥିଲେ । ତେବେ ଡାକ୍ତର ସୁମିତ କିଛିଦିନ ପାଇଁ ଛୁଟି ନେଇଥିବା ହସ୍ପିଟାଲ ପକ୍ଷରୁ ତପସ୍ୱିନୀଙ୍କୁ କୁହାଯାଇଥିଲା । ତେବେ ଗତକାଲି ତପସ୍ୱିନୀ ଏନେଇ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରିଥିଲେ ।

ଆଜି ମଧ୍ୟ ଗଣମାଧ୍ୟମ ଆଗରେ ସେ ସୁମିତଙ୍କ ଅସୁସ୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯଦି ସୁମିତଙ୍କ ଦେହ ଖରାପ ଅଛି, ତେବେ ହସ୍ପିଟାଲ ନଯାଇ କ’ଣ ପାଇଁ ସାଙ୍ଗ ଘରେ ରହୁଛନ୍ତି । ତେବେ ତାଙ୍କ ସଂସାରକୁ ନୂଆ କରି ଗଢ଼ିବାକୁ କୋର୍ଟ ଦେଇଥିଲେ ୭ ଦିନ ସମୟ । ଯଦିଓ ଏହି ସମୟରେ ସ୍ୱାମୀସ୍ତ୍ରୀ ଏକାନ୍ତରେ ରହିଥିଲେ, ହେଲେ ଏ ଯାଏ ଉଭୟଙ୍କ ମନ ମିଶି ନଥିବା ଜଣାପଡ଼ିଛି । ସ୍ୱାମୀ କେଉଁଆଡ଼େ ଚାଲି ଯାଇଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି ।

ତପସ୍ୱିନୀ ଅଭିଯୋଗ ଆଣିଛନ୍ତି ସୁମିତ ୭ ଦିନ ମଧ୍ୟରେ ଫେରାର ହେବାକୁ ଯୋଜନା କରିଥିଲେ । ସେ ୨ଟି ଫୋନ୍‌ ତାଙ୍କ ପାଖରେ ରଖିଥିଲେ । ଯେହେତୁ ଗୋଟିଏ ଫୋନ୍‌ ଟ୍ରାକ୍‌ ହେଉଥିଲା, ତେଣୁ ଆଉ ଏକ ଫୋନ୍‌ରେ ସେ ଅନ୍ୟମାନଙ୍କ ସହ କଥା ହେଉଥିଲେ । ଯଦି ସେ ୭ ଦିନ ମଧ୍ୟରେ ଫେରାର ହୋଇଯାଇଥାନ୍ତେ, ତା’ହେଲେ ପ୍ରମାଣିତ ହୋଇ ଯାଇଥାନ୍ତେ ଯେ ସେ ଏବେବି ଯୋଗାଯୋଗରେ ଅଛନ୍ତି ।

ଯେତେବେଳେ କୁହାଗଲା, ତୃତୀୟ ବ୍ୟକ୍ତି ଯୋଗାଯୋଗ କରିପାରିବେ ସେହି ଦିନରୁ ହିଁ ସେ ଫେରାର ହେବା ପାଇଁ ଯୋଜନା କରିଥିଲେ । ଏନେଇ ଆସିକା ଆଇଆଇସି ମୋତେ ଅବଗତ କରାଇଥିଲେ । ଚାପ ପଡ଼ୁଥିବା ନେଇ ଆଇଆଇସି କହିଥିଲେ । ତେଣୁ ପୋଲିସ୍‌ ଏଥିରେ କିଛି କରିପାରିବନି । ଯାହା କରିବ ଆପଣ କରନ୍ତୁ ବୋଲି ଆଇଆଇସି କହିଥିଲେ । ଏହାପରଠୁ ମୁଁ ତାଙ୍କୁ ଜଗି ଥିଲି’

ତପସ୍ୱିନୀ ଆହୁରି କହିଛନ୍ତି, ‘ଖାଇବା ରଖିବାକୁ ଯାଇଥିବା ବେଳେ ୨ ମିନିଟ୍‌ ମଧ୍ୟରେ ସେ ପୋଲିସ୍‌ ସାମ୍ନାରେ ଫେରାର ହୋଇଯାଇଥିଲେ । ବାହାରେ ସ୍କୁଟିରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ସହ ସେ ଫେରାର ହୋଇଯାଇଥିଲେ । ଏହି ୭ ଦିନ ମଧ୍ୟରେ ଆମ ଭିତରେ ସବୁକିଛି ଠିକ୍‌ ଥିଲା । ଅଫିସ୍‌ ଯିବା ପୂର୍ବରୁ ସେ ମୋତେ କହିକି ଯାଆନ୍ତି । ହେଲେ ଗତକାଲି ହଠାତ୍‌ ସେ କେଉଁଆଡ଼େ ପଳାଇ ଯାଇଛନ୍ତି । ହସ୍ପିଟାଲ୍‌ ଯାଇଥିବା ନେଇ ସେ ଆଇଆଇସିଙ୍କୁ ମେସେଜ୍‌ କରିଥିଲେ । ହେଲେ ସେ ହସ୍ପିଟାଲ୍‌ରେ ନଥିଲେ । କିଛି ସମୟ ପରେ ଆଇଆଇସିଙ୍କୁ ଖବର ମିଳିଥିଲା, ୪ ଦିନ ପାଇଁ ସେ ଛୁଟି ଆବେଦନ କରିଛନ୍ତି । ’

ସୁମିତ ଫେରାର ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି, ଏନେଇ ସୁମିତଙ୍କ ଓକିଲ କହିଥିଲେ କି ‘ଡଃ ସୁମିତଙ୍କ ଶରୀର ଅସୁସ୍ଥତା ଯୋଗୁ ୫ ଦିନ ଛୁଟି ଆବେଦନ କରି ବାଲିସିରାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ କରୁଛନ୍ତି । ଡଃ ସୁମିତଙ୍କ କହିବା ଅନୁସାରେ, ଏହି ୭ ଦିନ ମଧ୍ୟରେ ସେମାନଙ୍କ ମନ ମିଶି ନାହିଁ । ଏପରିକି ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ମଧ୍ୟ ହୋଇ ନାହିଁ । ବାଲିସିରାରେ ଜଣେ ବନ୍ଧୁଙ୍କ ଘରେ ଡଃ ସୁମିତ ଅଛନ୍ତି । ଶରୀର ଅସୁସ୍ଥ ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ତପସ୍ୱିନୀଙ୍କ ପାଇଁ ଭଡ଼ା ଘର ଖୋଜୁଥିବା କହିଛନ୍ତି ସୁମିତଙ୍କ ଓକିଲ କହିଛନ୍ତି ।

ଅନ୍ୟପକ୍ଷେ ଗତକାଲି ଠାରୁ ସ୍ୱାମୀ ସୁମିତଙ୍କୁ ପାଉନଥିବା ନେଇ ପତ୍ନୀ ତପସ୍ୱିନୀ  ଆସିକା ଥାନାରେ ଅଭିଯୋଗ କରିଛନ୍ତି । ସୁମିତ ତାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ତପସ୍ୱିନୀ ଆଣିଛନ୍ତି । ସ୍ୱାମୀ-ସ୍ତ୍ରୀ ଏକାନ୍ତରେ ୭ ଦିନ ରହିବା ପରେ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା ଆସିକା ପୋଲିସ୍ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ । ହେଲେ ଏହା ପୂର୍ବରୁ ସୁମିତ୍ ଫେରାର ନେଇ ପତ୍ନୀ ତପସ୍ୱିନୀ ଯେଉଁ ଅଭିଯୋଗ ଆଣିଛନ୍ତି ମାମଲାକୁ ପୁଣି ବିବାଦ ଭିତରକୁ ଠେଲିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *