‘ଡ୍ରାମା କରିବା ପୂର୍ବରୁ ତୁମେ ମତେ… ‘ Dimple ଙ୍କ କୋହଭରା ନିବେଦନର ଏମିତି ଜବାବ ଦେଲେ Sumit, ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଡିମ୍ପଲ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କର ଭୁଲ ମାନୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି, ଏବଂ ସେ ଡାକ୍ତର ସୁମିତ କୁ ଆପଣାଇବା ନିମନ୍ତେ ଚାହୁଁଛନ୍ତି । ମାତ୍ର ଏହି ବାବଦରେ ବର୍ତ୍ତମାନ ଡାକ୍ତର ସୁମିତ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡିମ୍ପଲ ବହୁତ ବଡ ଭୁଲ କରିଛନ୍ତି । ସେ ଏକ ମାସ ହେବ ଯେଉଁ ଡ୍ରାମା ଚଳାଇଛନ୍ତି, ସେ ଆରମ୍ଭ କରିଛନ୍ତି ଏହି ଡ୍ରାମା କୁ ଏକ ଫାର୍ଷ୍ଟ ଇଂଭିଟେସନ କାର୍ଡ ରୁ ଆରମ୍ଭ କରିଲେ ।

ଏହାପରେ ମୋ ପରିବାର ତଥା ମୋ ନାମ ରେ ଫଲ୍ସ ଆଲିଗେସନ ଲଗାଇବା ଆରମ୍ଭ କରିଦେଲେ । ଏହା ସହିତ ପୋଲିସ, ଓକିଲ ସହିତ କୋର୍ଟ ର ନିଷ୍ପତ୍ତି କୁ  ମଧ୍ୟ ସେ ଆଲିଗେସନ ଲଗାଇଦେଲେ । ମାତ୍ର ଏହା ପରେ ମଧ୍ୟ ସେ ଘର ଭାଙ୍ଗି ମୋ ଘର ଭିତରେ ପଶିଲେ । ଏହାପରେ ସେ କହିଲେ ଆଉଥରେ ଗେଟ ଭାଙ୍ଗିବେ ବୋଲି । ଏହାପରେ ଜନତା ଙ୍କ ସିମ୍ପତି ନେବାପାଇଁ କାନ୍ଦି ନିଜର ଭିଡିଓ ଅପଲୋଡ କରୁଛନ୍ତି ।

ମାତ୍ର ଏହିସବୁ ଜିନିଷ କୋର୍ଟ ରେ ଯେହେତୁ ଅଛି ତେଣୁ କହିବାର ଆବଶ୍ୟକତା କିଛି ନଥିଲା । ମିଡିଆ ରେ ଏହାକୁ କହି ସିମ୍ପତ୍ତି ନେବାକୁ ଚାହୁଁଛନ୍ତି ଏବଂ ଏହାକୁ ଦୂରନିନ୍ଦା କରୁଅଛି । ମାତ୍ର ଏହିସବୁ କରିବା ପୂର୍ବରୁ ତାଙ୍କୁ କେବେ ସ୍ଵାମୀ ର ମନେ ପଡୁନଥିଲା କି ? ଶାଶୁ ଶଶୁର କଥା ମନେ ପଡୁନଥିଲା ? ମୋ ରେପୁଟେସନ ତଳେ ପକାଇବା ପୂର୍ବ ରୁ ତାଙ୍କୁ ଏ ସବୁ କଥା ମନେ ପଡୁନଥିଲା କି ?

ମାତ୍ର ଯଦି ସେ ଏବେ କ୍ଷମା ପ୍ରାର୍ଥନା କରୁଛନ୍ତି ତେବେ ସିଧାସଳଖ କୋର୍ଟ ରେ ଯାଇ ନିବେଦନ କରନ୍ତୁ । ମିଡିଆ ସାମ୍ନା ରେ କହି କିଛି ମୂଲ୍ୟ ନାହିଁ । ମାତ୍ର ମୁଁ ବହୁତ ବିଶ୍ଵାସ କରି ଡିମ୍ପଲ କୁ ବିବାହ କରିଥିଲି । ସେ ଯେଉଁ ଆବୋଶନ କଥା କହୁଛନ୍ତି ତାହା ସଂପୂର୍ଣ୍ଣ ଭାବରେ ମିଛ କଥା । ମୋ ବିଶ୍ଵାସରେ ସେ ବିସ ଦେଇଛନ୍ତି । ଜଣଙ୍କୁ ତଳେ ପକାଇବା ପରେ ପୁଣି ଭୁଲ ମାଗୁଛନ୍ତି । ଏହା ଉଚିତ ନୁହେଁ ।

ବହୁତ କିଛି ସେ କରିଛନ୍ତି ମୋ ପ୍ରତି ଏବଂ ତପସ୍ଵିନୀ ଦାସ ନିଜେ ଜାଣିଛନ୍ତି ସେ କଣ କଣ କରିଛନ୍ତି ମୋ ସହିତ ସେ ସବୁ ମୁଁ କହିବାକୁ ଚାହୁଁନି । ମାତ୍ର ସାତ ଜନ୍ମରେ ମୁଁ ତାଙ୍କ ସହିତ ଆଉ ରହିବାର ନାହିଁ କି ତାଙ୍କୁ ଆପଣାଇ ପାରିବି ନାହିଁ । ମାତ୍ର ବର୍ତ୍ତମାନ ଉପର କୋର୍ଟ ର ନିସ୍ପତି ଯାହା ହେବ ମୁଁ ତାକୁ ମାନ୍ୟତା ଦେବି ବୋଲି କହିଛନ୍ତି ଡାକ୍ତର ସୁମିତ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *