ନମସ୍କାର ବନ୍ଧୁଗଣ ତେବେ ଆଉ ମାତ୍ର କିଛି ସମୟର ଅପେକ୍ଷା । ଉଦ୍ଧାର ହେବ ରାହୁଲ । ବୋରୱେଲ ପାଇଁ ଖୋଳା ଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ ମାତ୍ର ୨ ଫୁଟ୍ର ବ୍ୟବଧାନ ରହିଛି ।
ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି । ତେବେ କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ ଜଗନ୍ନାଥ । ଦୀର୍ଘ ୪ ଦିନର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖା ପାଖି ପହଞ୍ଚି ଯାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି ।
ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାର କରିବା ପରେ ତତକ୍ଷଣାତ୍ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ । ଏଥି ପାଇଁ ସେହିସ୍ଥାନର ଚତୁପାର୍ଶ୍ୱକୁକଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି । ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍ । ସେ ରାହୁଲର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ ।
ତେବେ କିଛି ସମୟ ପର୍ଯ୍ୟନ୍ତ ରାହୁଲ କୌଣସି ହରକତ କରୁ ନଥିଲା କିନ୍ତୁ ବର୍ତ୍ତମାନ ସେ ନିଃଶ୍ୱାସ ପ୍ରଶ୍ଵାସ ନେବା ସହ ତାର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି ଯାହା ଆସ୍ବସ୍ତି ଅଟେ । ତେବେ ଛତିଶଗଡ଼ ରାଜ୍ୟ ଜାଞ୍ଜଗିର- ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ପରହ୍ରିଡ଼ ଗାଁରେ ରାହୁଲଙ୍କ ଘର । ଗତ ଶୁକ୍ରବାର ଦିନରେ ୨ଟା ବେଳେ ପିଲାଟି ତାଙ୍କ ଘର ପଛରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ବୋରୱେଲରେ ଖସିପଡିଥିଲା ।
ପିଲାଟିର ପରିବାର ସଦସ୍ୟ ଖୋଜି ଖୋଜି ନପାଇବାରୁ ପାଟି କରି ଡାକିଥିଲେ । ତେବେ ଶିଶୁର ସ୍ୱର ଗର୍ତ୍ତ ଭିତରୁ ଶୁଣାଯାଇଥିଲା । ଯାହା ପରେ ତୁରନ୍ତ ପରିବାର ସଦସ୍ୟ ଏହା ବିଷୟରେ ୧୧୨ କୁ ଫୋନ କରି ସାହାଯ୍ୟ ପାଇଁ ଜଣାଇଥିଲେ । ତେବେ ଏହାପରେ ଏହାପରେ ପୁଲିସ୍ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଅପରାହ୍ନ ୪ଟାରୁ ରାହୁଲଙ୍କୁ ୮୦ ଫୁଟ ତଳୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।
ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ବୋରୱେଲ ନିକଟରେ ସମାନ୍ତରଳ ଭାବେ ଜେସିବି ଦ୍ୱାରା ଆଉ ଗୋଟିଏ ଗାତ ଖୋଳା ଯଇଥିଲା । କିନ୍ତୁ ସେଠାରେ ପଥର ପଡିବାରୁ ଆଉ ଖୋଳିବା ସମ୍ଭବ ହୋଇନଥିଲା । ଯାହା ଫଳରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଧିକାରୀମାନଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ହୋଇ ଅପରେସନ୍ ଆରମ୍ଭ କରିଥିଲେ ।
ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅପରେସନ୍ ରାହୁଲର ତଦାରଖ କରିଥିଲେ । ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରସୋର କରା ଯାଇଥିଲା । ବୋରୱେଲ ପାଖରେ ଡାକ୍ତରୀ ଟିମ ଉପସ୍ଥିତି ଥିବା ବେଳେ ରାହୁଲକୁ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପାଇପ୍ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଇଥିଲା ।
ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠା ଯାଉଥିଲା । କଦଳୀ, ଫଳ ଏବଂ ଓଆର୍ଏସ୍ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠା ଯାଉଥିଲା । ତେବେ ଅନ୍ୟ ପଟେ ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର ପାଇଁ ଗୁଜରାଟରୁ ରୋବଟ୍ ଅଣାଯାଇଥିଲା । ତାହା ଚତୁରତାର ସହିତ ଉକ୍ତ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ପ୍ରେରଣ କରୁଥିଲା ।
ରୋବୋଟର ସୂଚନା ମୁତାବକ ଶିଶୁଟି କିଛି ସମୟ ଛିଡ଼ା ହୋଇ ପୁଣି ଶୋଇପଡ଼ୁଥିଲା । ଗର୍ତ୍ତ ବାହାରେ ଏକାଧିକ ମେସିନ ଦ୍ବାରା ଏକ ଟନେଲ ଖୋଳାଯାଇଥିଲା । କାଳେ ଗର୍ତ୍ତଟି ଭୁଶୁଡ଼ି ପଡ଼ିବ, ସେ ନେଇ ବହୁ ସୁରକ୍ଷିତ ଭାବେ କାର୍ଯ୍ୟ କରାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।