କୋର୍ଟଙ୍କ ବଡ ନିଷ୍ପତ୍ତି, ଛାଡପତ୍ର ପରେ ସ୍ୱାମୀଙ୍କ ଭରଣପଷୋଣ ପାଇଁ ଟଙ୍କା ଦେବେ ସ୍ତ୍ରୀ, କିନ୍ତୁ କେଉଁ ପରିସ୍ଥିତିରେ ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସିଲା କୋର୍ଟ ର ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡ଼ପତ୍ର ପରେ ସ୍ୱାମୀ ଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ । ତେବେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଛାଡ଼ପତ୍ର ର ଅଧିକାଂଶ ମାମଲାରେ ସ୍ୱାମୀ ଙ୍କୁ ଭରଣ ପୋଷଣ ପାଇଁ ଟଙ୍କା ଦେବାକୁ ପଡ଼ିଥାଏ । ସବୁବେଳେ ଏଭଳି ହେବ ତାହା ର କୌଣସି ମାନେ ନାହିଁ । ଅନେକ ସ୍ଥାନରେ ସ୍ତ୍ରୀ ମାନେ ମଧ୍ୟ ଏଭଳି କିଛି କରିଥାନ୍ତି ଯାହା ଆପଣ ମାନେ କେବେ ଆକଳନ ମଧ୍ୟ କରିପାରି ନଥାନ୍ତି ।

ସ୍ୱାମୀ ଙ୍କ ଠାରୁ ସବୁ କିଛି ନେଇ ଭରଣ ପୋଷଣ ମଧ୍ୟ ଦାବି କରିଥାନ୍ତି । ଏହା ଉପରେ ଯଦି ପୋଲିସ ଙ୍କ ସହିତ କୋର୍ଟ ଙ୍କ ଦୃଢ଼ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ ଏଭଳି କିଛି ନିର୍ଦୋଷ ସ୍ୱାମୀ ଏହିଭଳି ଭାବରେ ସ୍ତ୍ରୀ ମାନଙ୍କ ଠାରୁ ବର୍ତ୍ତି ପାରିବେ । ତେବେ ମହାରାଷ୍ଟ୍ର ର ଏଭଳି କିଛି ଘଟଣା ସାମ୍ନା କୁ ଆସିଛି ଯେଉଁଠି କୋର୍ଟ ସ୍ତ୍ରୀ ଙ୍କୁ ସ୍ୱାମୀ ଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି ।

ତେବେ ସୂଚନାନୁଯାୟୀ ମହାରାଷ୍ଟ୍ର ରୁ ଏକ ମାମଲା ସାମ୍ନା କୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ମହିଳା ଙ୍କୁ ତାଙ୍କର ପୁର୍ବତନ ସ୍ୱାମୀ ଙ୍କୁ ପ୍ରତ୍ୟେକ ମାସରେ ଭରଣ ପୋଷଣ ପାଇଁ ୩ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ରାୟ କୁ ବମ୍ବେ ହାଇକୋର୍ଟ ମଧ୍ୟ ସହମତ ଜଣାଇଛନ୍ତି ।

ଏହା ବ୍ୟତୀତ କୋର୍ଟ ସ୍ୱାମୀ ଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ମହିଳା ଙ୍କ ସ୍କୁଲ କୁ ନିର୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟେକ ମାସରେ ତାଙ୍କ ଦରମା ରୁ ପାଞ୍ଚ ହଜାର ଟଙ୍କା କାଟି କୋର୍ଟ ରେ ଜମା କରାଇବେ । ତେବେ ସୂଚନାନୁଯାୟୀ, ଏହି ଦମ୍ପତ୍ତି ଙ୍କ ୨୦୧୫ ମସିହାରେ ଛାଡ଼ପତ୍ର ହୋଇଥିଲା । ବର୍ତ୍ତମାନ ସ୍ୱାମୀ କହିଛନ୍ତି ଯେ, ମୁଁ ମୋର ସ୍ତ୍ରୀ ଙ୍କ ପାଠପଢା ରେ ଅନେକ ପଇସା ଖର୍ଚ୍ଚ କରିଥିଲି ।

ଯେଉଁ କାରଣରୁ ସେ ଗୋଟିଏ ଭଲ ଚାକିରୀ କରି ପାରିଲେ । ସେ ଆବେଦନ କରି ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି । ଅନ୍ୟ ପଟେ ତାଙ୍କ ସ୍ତ୍ରୀ ଏବେ ମାସିକ ୩୦ ହଜାର ଟଙ୍କା ଦରମା ପାଉଛନ୍ତି । ଯେଉଁଥି ପାଇଁ ସେଥିରୁ ଭରଣ ପୋଷଣ ଦେବା ପାଇଁ କୋର୍ଟ ରେ ସ୍ୱାମୀ ଆବେଦନ କରିଛନ୍ତି ।

ତେବେ ଏହା ସହିତ ଦେଖିବାକୁ ଗଲେ ଯେଉଁମାନେ ମାନସିକ ଅଶାନ୍ତି ଦେଇ ସ୍ୱାମୀ ମାନଙ୍କୁ ନିର୍ଯାତନା ଦେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ କୋର୍ଟ ଏମିତି କିଛି କଡ଼ା ନିଷ୍ପତ୍ତି ନେଲେ ହୁଏତ ଆଉ ସବୁ ସ୍ୱାମୀ ମାନେ ଆଶ୍ୱସ୍ତିକର ମନେ କରିବେ । ତେବେ ମହାରାଷ୍ଟ୍ର ରେ କୋର୍ଟ ଙ୍କ ଏଭଳି ନୂତନ ନିଷ୍ପତ୍ତି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *