ସ୍ଵାମୀ-ସ୍ତ୍ରୀ ଉଭୟ ଥିଲେ ଶିକ୍ଷକ ପିଲାଙ୍କ ଭବିଷ୍ୟତ ତିଆରି କରିପାରୁ ଥିଲେ ହେଲେ ନିଜର ଭବିଷ୍ୟତ ଅନ୍ଧାର ହେଇ ଗଲା । ସ୍ତ୍ରୀ ଯାଉ ଥିଲେ କାମକୁ ଅର୍ଥାତ ପିଲାଙ୍କୁ ପାଠ ପଢେଇବାକୁ ଆଉ ଏପଟେ ସ୍ଵାମୀ ବି ଶିକ୍ଷକ ଥିଲେ । ହେଲେ ଘରେ ତାଙ୍କୁ ଗୋଟିଏ ଅଜବ ନିଶା ଘାରି ଥିଲା । ସେ ନିଶା ଥିଲା ଅନଲାଇନ ଗେମ ଖେଳିବା ଆଉ ସେଥିରେ ଟଙ୍କା ଲଗେଇବା । ଯେଉଁଥି ପାଇଁ ଅନେକ ସାରା ଟଙ୍କା ବି ସେ ଅପର୍ଯୟ କରିଥିଲେ ।
ଆଉ ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଏଭଳି ଏକ କଳହ ଯାହାର ହେଲା କରୁଣ ପରିଣତି । ଅନଲାଇନ ଗେମ ଖେଳି ଟଙ୍କା ଉଡାଉ ଥିଲେ ସ୍ଵାମୀ ଆଉ ସ୍ତ୍ରୀ କଲେ ଏହାର ପ୍ରତିବାଦ ଆଉ ଏହା ପରେ ଆରମ୍ଭ ହେଲା ଝଗଡା । ଉଭୟଙ୍କ ମଧ୍ୟରେ ଏହି ଝଗଡା ଏତେ ଉଗ୍ର ରୂପ ନେଲା ଶେଷରେ ନିଜର ଜୀବନକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଲେ ଉଭୟ ସ୍ଵାମୀ-ସ୍ତ୍ରୀ ।
ଆଉ ଆତ୍ମହତୟଆ କରିବାକୁ ଉଦ୍ୟମ କରିବା ବେଳେ ସ୍ତ୍ରୀର ତ ମୃତ୍ୟୁ ହୋଇଗଲା କିନ୍ତୁ ସ୍ଵାମୀ ଗୁରୁତ୍ଵର ଅବସ୍ଥାରେ ଏବେ ବି ଜୀବନ ମରଣ ସହ ସଂଗ୍ରାମ କରୁଛି । ତେବେ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାଟକୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗାଁରେ । ସୂଚନା ଅନୁଯାଇ ଜୟସେନ ଡେଙ୍ଗାଡି ଗାଁରେ ରହୁଥିଲେ ଆଉ ସ୍ତ୍ରୀ ଶୈଳେନ୍ଦ୍ରି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିବାରୁ ଛୁଟି ହେଲେ ସ୍ଵାମୀଙ୍କ ପାଖକୁ ଆସୁଥିଲେ ଆଉ ଛୁଟି ଶେଷ ହେବା ପରେ ପୁଣି ଚାଲି ଯାଉ ଥିଲେ ।
ହେଲେ ସ୍ତ୍ରୀ ନଥିବା ବେଳେ ଜୟସେନ ଏକା ଅନୁଭବ କରୁଥିଲେ ଆଉ ଯେଉଁଥି ପାଇଁ ପକେଟରୁ ମୋବାଇଲ ଫୋନ ବାହାର କରି ନିୟମିତ ଭାବେ ଖେଳ ଖେଳିବା ଆରମ୍ଭ କଲେ । ଆଉ ସେହି ଖେଳରେ ଟଙ୍କା ବି ଉଡେଇଲେ । ଆଉ ସ୍ତ୍ରୀ ଯେତେବେଳେ ଏ କଥା ଜାଣିଲେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା ଆଉ ଯାହା ନେଲା ଉଗ୍ର ରୂପ । ତେବେ ସକାଳେ ଜୟସେନ ଏବଂ ଶାଳେନ୍ଦ୍ରି କବାଟ ନ ଖୋଳିବାରୁ ସ୍ଥାନୀୟ ଲୋକେ କବାଟ ବାଡେଇ ଥିଲେ ।
ଆଉ ଝରକା ବାଟେ ଉଭୟ ଆତ୍ମହତୟଆ କରିଥିବାର ଜଣା ପଡି ଥିଲା । ତେବେ ଶୈଳେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରିବା ସହ ଜୟସେନଙ୍କୁ ଗୁରୁତ୍ଵର ଅବସ୍ଥାରେ ଡାକ୍ତର ଖାନା ନିଆ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।