ଗ୍ରହଣ କଲାନି ସ୍ଵାମୀ, ଏବେ ପ୍ରେମିକ ନେବ କି ନିଷ୍ପତ୍ତି… ଲକ୍ଷ୍ମୀପ୍ରିୟା ନାମକ ଏକ ମହିଳା ନିଜ ସ୍ଵାମୀଙ୍କୁ ଛାଡି 8 ମାସ ହେବ ନିଜ ପ୍ରେମିକ ପାଖରେ ରହିଥିଲା । ତାପରେ ଏବେ ଲକ୍ଷ୍ମୀପ୍ରିୟା ନିଜ ପ୍ରେମିକକୁ ଛାଡି ସ୍ଵାମୀ ପାଖକୁ ଆସିବାରୁ ସ୍ଵାମୀ ଏବେ ସ୍ତ୍ରୀ କୁ ରଖିବାକୁ ଚାହୁଁନାହିଁ । ସେପଟେ ଲକ୍ଷ୍ମୀପ୍ରିୟାର ପ୍ରେମିକ ମଧ୍ୟ ଲକ୍ଷ୍ମୀପ୍ରିୟାଙ୍କୁ ଛାଡି ପଳାଇଛି । ତେବେ ଏବେ ଲକ୍ଷ୍ମୀପ୍ରିୟା କାହାର ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି ? ଦିନ ପରେ ଦିନ ସମୟ ଗଡିବାରେ ଲାଗିଛି ।
ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ସ୍ଵାମୀଙ୍କ ମନ ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଏବେ ସ୍ତ୍ରୀ ଦୋଛକିରେ ରହିଛନ୍ତି । କାରଣ ଏପଟେ ସ୍ଵାମୀ ଗ୍ରହଣ କରୁନି କି ସେପଟେ ପ୍ରେମିକ ମଧ୍ୟ ନେବାକୁ ଚାହୁଁନି । ତେବେ ଲକ୍ଷ୍ମୀପ୍ରିୟାଙ୍କ ସ୍ଵାମୀ କହିଛନ୍ତି । ଯେ ଯେଉଁ ସ୍ତ୍ରୀ ମୋତେ ଛାଡି ନିଜ ପ୍ରେମିକ ସହ ଘରୁ ପଳେଈ ଯାଇଥିଲା । ସେହି ସ୍ତ୍ରୀ କୁ ମୁଁ ଆଉ ମୋ ଘରେ ରଖିବାକୁ ଚାହୁଁନାହିଁ । ମୋ 2 ପିଲାଙ୍କୁ ନେଇ ମୁଁ ଏକେଲା ରହିବାକୁ ଚାହୁଁଛି । ହେଲେ ଆଉ ସେ ସ୍ତ୍ରୀ କୁ ରଖିବାକୁ ମୁଁ ଚାହୁଁନାହିଁ ।
ତେବେ ଅପର ପକ୍ଷରେ ଲକ୍ଷ୍ମୀପ୍ରିୟା କହିଛନ୍ତି । ଯେ ମୁଁ ଯାହାକୁ ଭଲ ପାଇ ମୋ ସ୍ଵାମୀକୁ ଛାଡି ତା’ ସହ ଘରୁ ପଳାଇଥିଲି । ତାଙ୍କ ଘରେ ମଧ୍ୟ ମୋ ବିଷୟରେ ସବୁ ଜାଣିଥିଲେ । ଏବେ ଯଦି ସେ ଆଣିକି ମୋତେ ମୋ ଶାଶୁଘରେ ଛାଡିକି ଯିବ । ତେବେ ମୋତେ ଆଉ କଣ ମୋ ସ୍ଵାମୀ ଗ୍ରହଣ କରିବେ । ତେଣୁ ମୁଁ ମୋ ପ୍ରେମିକଙ୍କ ପାଖକୁ ଫେରିଯିବାକୁ ଚାହୁଁଛି । ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ମନୋରଞ୍ଜନ ବେହେରାଙ୍କ ଝିଅ ଲକ୍ଷ୍ମୀପ୍ରିୟା 15 ବର୍ଷ ତଳେ ଢେଙ୍କାନାଳ ଜିଲ୍ଲାର ମହେନ୍ଦ୍ର ମହାରଣାଙ୍କୁ ବିବାହ କରିଥିଲେ ।
ତେବେ ଏହି 8 ମାସ ତଳେ ଲକ୍ଷ୍ମୀପ୍ରିୟା ପ୍ରେମିକ ବିକ୍ରାନ୍ତ ସହ ଚାଲି ଯାଇଥିବାରୁ ଏବେ ଲକ୍ଷ୍ମୀପ୍ରିୟାକୁ ସ୍ଵାମୀ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ତେବେ ସେପଟେ ଲକ୍ଷ୍ମୀପ୍ରିୟାଙ୍କୁ ଭଲ ପାଇ ଘରୁ ନେଇ ପଳାଇ ଥିବା ପ୍ରେମିକ ବିକ୍ରାନ୍ତ ଏବେ ତାଙ୍କୁ ଛାଡି ପଳାଇଛି । ତେବେ ଲକ୍ଷ୍ମୀପ୍ରିୟା ଏବେ କାହାର ହେବେ ? ତାହାକୁ ନେଇ ଅନେକ ଦ୍ଵନ୍ଦ ଲାଗି ରହିଛି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।