ଶାଳୀକୁ ବାହା ହେଲା ଭିଣେଇ, ନିଜ ଭଉଣୀକୁ ନିଜ ସ୍ଵାମୀ ସହ ବାହା କରାଇଲା ସ୍ତ୍ରୀ, ଆଉ ତାପରେ ସ୍ତ୍ରୀ କହିଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ତ୍ରୀ ର ଜିଦି ସ୍ଵାମୀ ଆଉ ଥରେ ବାହା ହୁଅନ୍ତୁ । ସେ ପୁଣି ଆଉ କାହା ସହିତ ନୁହେଁ । ବଂର ନିଜ ଭଉଣୀ ସହିତ ସ୍ଵାମୀର ବାହା କରାଇଲା ସ୍ତ୍ରୀ । ତେବେ ସଂଗମ ସହର ପ୍ରୟାଗ ଠାରେ ଏପରି ଏକ ଖବର ଶୁଣିବାକୁ ମିଳିଛି । ତେବେ ରାଜକୁମାର ନାମକ ଏକ ଯୁବକ କିଛି ବର୍ଷ ତଳେ ରୁମୀ ନାମକ ଏକ ଯୁବତୀଙ୍କୁ ବିବାହ କରିଥିଲେ । ରୁମୀ ତା’ ର ନିଜ ସାନ ଭଉଣୀକୁ ମଧ୍ୟ ଭଲ ପାଉଥିଲା ।

ବାହାଘର ପରେ ରୁମୀ ସବୁଦିନ ତା’ ସାନ ଭଉଣୀ ସହ ଫୋନ କଲ୍ ରେ ଯୋଗାଯୋଗ କରୁଥିଲା । ୨ ଭଉଣୀ ବେଶ ହସଖୁସି ହୋଇ ସବୁଦିନ ଫୋନ ଦ୍ଵାରା କଥାବାର୍ତ୍ତା ମଧ୍ୟ ହୁଅନ୍ତି । କାରଣ ଉଭୟ ଭଉଣୀଙ୍କ ମଧ୍ୟରେ ଏତେ ଭଲ ପାଇବା ଥିଲା । ଯେ ୨ ଭଉଣୀ କେହି କାହା ଠାରୁ ଦୂରରେ ରହି ପାରନ୍ତି ନାହିଁ । ଯେହେତୁ ରୁମୀ ତାଙ୍କ ସାନ ଭଉଣୀକୁ ବହୁତ ଭଲ ପାଉଥିଲେ । ତେଣୁ ରୁମୀଙ୍କ ମୁଣ୍ଡକୁ ଏକ ଉପାୟ ଆସିଥିଲା । ରୁମୀ ଚାହୁଁଥିଲେ କି ମୋ ସାନ ଭଉଣୀ ସବୁଦିନ ପାଇଁ ମୋ ପାଖରେ ରହୁ ।

ତେଣୁ ସେ ନିଜ ସାନ ଭଉଣୀର ପ୍ରସ୍ଥାବ ନିଜର ସ୍ଵାମୀକୁ ହିଁ ଦେଇଥିଲେ । ଆଉ ରୁମୀ ନିଜ ସ୍ଵାମୀଙ୍କୁ କହିଥିଲେ । ଯେ ତମେ ମୋ ସାନ ଭଉଣୀକୁ ବାହା ହୋଇଯାଅ । ହେଲେ ସ୍ତ୍ରୀ ର ଏପରି ପ୍ରସ୍ତାବକୁ ଶୁଣି ସ୍ଵାମୀ ପ୍ରଥମେ ଏହି ପ୍ରସ୍ତାବ ପାଇଁ ମନା କରିଦେଇଥିଲେ । ଆଉ ସ୍ତ୍ରୀ ରୁମୀ ବହୁତ ଜିଦ ଧରି ବସିବାରୁ ସ୍ଵାମୀ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀଙ୍କର ନିଷ୍ପତ୍ତିରେ ହଁ ମାରିଥିଲେ । ଆଉ ତାଙ୍କ ସାନ ଭଉଣୀ ଅର୍ଥାତ ତାଙ୍କ ଶାଳୀକୁ ବାହା ହେବେ ବୋଲି ମଧ୍ୟ କହିଥିଲେ।

ଏହାପରେ ରୁମୀ ନିଜ ସାନ ଭଉଣୀ ସହ ନିଜ ସ୍ଵାମୀର ବିବାହ ଏକ ମନ୍ଦିରରେ କରାଇଦେଇଥିଲେ । ସମସ୍ତଙ୍କର ଉପସ୍ଥିତିରେ ରାଜକୁମାର ନିଜର ଶାଳୀକୁ ମନ୍ଦିରରେ ସିନ୍ଦୁର ପିନ୍ଧାଇ ବାହା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *