ନମସ୍କାର ବନ୍ଧୁଗଣ ତେବେ ଅନେକ ଥର ମାଆ ଅନୁଭବ କରେ ଯେ, ତା ସ୍ତନରେ ଛୁଆ ପାଇଁ ଯଥେଷ୍ଟ କ୍ଷୀର ହୁଏ ନାହିଁ । ତେଣୁ ଛୁଆ ପାଇଁ ସେ ଟପ୍ ଫିଡ୍ ବା ଫର୍ମୁଲା ମିଲ୍କର ପ୍ରଚଳନ ଆରମ୍ଭ କରେ । କିନ୍ତୁ ନୂଆ କରି ମାଆ ହୋଇଥିବା ମହିଳାମାନେ ଏଭଳି କରି ଭୁଲ ପଦକ୍ଷେପ ନିଅନ୍ତି । ସେଥିପାଇଁ ମାଆମାନଙ୍କୁ ସ୍ତନ୍ୟପାନର କୌଶଳ ଜାଣିବା ଏକାନ୍ତ ଜରୁରୀ । ସ୍କିଲ୍ଡ୍ ବ୍ରେଷ୍ଟ ଫିଡିଂ ସଂପର୍କରେ ନୂଆ ମାଆ ମାନଙ୍କୁ ଅବଗତ କରାଇବାର ଆବଶ୍ୟକତା ରହିଛି ।
ତେବେ ଏହା ବିଷୟ ରେ ଡାକ୍ତର ସ୍ମିତା ସରଙ୍ଗୀ କିଛି ଆଲୋଚନା କରିଛନ୍ତି ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ତେବେ ଡେଲିଭରିର ପ୍ରଥମ ୫ ମିନିଟ ମଧରେ ନବଜାତ ଛୁଆକୁ ମାଆର ସ୍ତନ ସହ ଲଗାଇ ରଖନ୍ତୁ । ଏମିତି ପ୍ରକ୍ରିୟାରେ ହିଁ ଛୁଆର ପ୍ରାରମ୍ଭିକ ସ୍ତନ୍ୟପାନ ଆରମ୍ଭ ହୁଏ । ଆରମ୍ଭରୁ ଯଦି ଛୁଆ ମାଆ କ୍ଷୀର ଠିକ୍ ରୂପେ ପିଇ ପାରିଲା, ତାହା ହେଲେ ଆଗକୁ ଆଉ ଅସୁବିଧା ହେବା ନାହିଁ ।
ଯେଉଁ ମାଆ ବି ଏଭଳି ପ୍ରକ୍ରିୟାରେ ସଫଳ ହୋଇପାରିଲା, ତାକୁ ବି ଆଉ ଆଗକୁ ସ୍ତନ୍ୟପାନ କରାଇବାରେ କଷ୍ଟ କରିବାକୁ ହେବନି ଓ ସେ ଦୀର୍ଘ ସମୟ ଧରି ଛୁଆକୁ ସ୍ତନ୍ୟପାନ କରାଇପାରିବ । ଘଣ୍ଟାଏ ମଧ୍ୟରେ ଛୁଆ ସ୍ତନ୍ୟପାନ ସହ ଅଭ୍ୟସ୍ତ ହୋଇଯାଏ । ସେ ନିପ୍ପଲର ଚିରାଚରିତ ସ୍ବାଦ ବାରିପାରେ । ଏହା ସହ ପ୍ରଥମ ୬ ମାସ ଯାଏଁ ଛୁଆକୁ କେବଳ ମାଆ କ୍ଷୀର ପିଇବାକୁ ଦିଅନ୍ତୁ । ମାଆ କ୍ଷୀରକୁ ଛାଡି ମହୁ,ପାଣି କିଛି ବି ଦିଅନ୍ତୁ ନାହିଁ । ଶିଶୁ ଏହି ୬ ମାସ ମଧ୍ୟରେ କେବଳ ବ୍ରେଷ୍ଟ ଫିଡିଂ ହିଁ କରିବା ବାଞ୍ଚନୀୟ ।
ତେବେ ସ୍ତନ୍ୟପାନ ଜାରି ରଖିବା ପାଇଁ ଘରେ ରନ୍ଧା ହୋଇଥିବା ଖାଦ୍ୟ, ସେମିସଲିଡ ଡାଏଟ୍ ମାଆ ମାନେ ଖାଇବା ଦରକାର । ତେବେ ସ୍ତନ୍ୟପାନ କରାଇବା ବେଳେ ଛୁଆ ସହ କଥାବାର୍ତ୍ତା ହୁଅନ୍ତୁ । ଛୁଆକୁ ସ୍ତନ୍ୟପାନ ବାବଦରେ କିଛି ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ତାହା ହେଲା – ଛୁଆ ମାଆ ସ୍ତନକୁ କିପରି ଧରେ, ମାଆ କିପରି ବସେ ଓ ଛୁଆକୁ ମାଆ କିଭଳି ଧରିଥାଏ?
ତେବେ ଛୁଆର ମୁଣ୍ଡ ଓ ଶରୀର ଯେମିତି ସମାନ ରହେ, ତାହା ନିଶ୍ଚିତ କରିବା ଦରକାର । ଛୁଆ କେବଳ ମାଆକୁ ଚାହିଁ ରହି ସ୍ତନପାନ କରିବା ଦରକାର । ଛୁଆର ପେଟ,ମାଆର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ । ଛୁଆର ପିଠି ଓ ମୁଣ୍ଡ ମାଆର ହାତରେ ଭଲଭାବେ ରହିବା ଜରୁରୀ । ତେବେ ମାଆ ସୁବିଧାଜନକ ଭାବେ ବସିବା ଜରୁରୀ । ମାଆ ସ୍ତନକୁ ସି-ପୋଜିସନରେ ଧରି ରଖିବା ଆବଶ୍ୟକ । ଛୁଆର ଉପର ଓଠକୁ ନିପ୍ପଲ ଟିପ୍ରେ ଘଷିବା ଦରକାର ।
ଏହା କଲେ ଶିଶୁ ପାଟି ଆଁ କରି ଭଲ ଭାବେ ସ୍ତନ୍ୟପାନ କରିପାରିବ । କ୍ଷୀର ଖୁଆଇଲା ବେଳେ ଛୁଆ ସହ କଥା ହେବା ଦରକାର ମାଆ । ସ୍ତନ ପୋଜିସନ ଛୁଆ ଓସାରିଆ ଭାବେ ପାଟି ଖୋଲିବା ଦରକାର । ଏରିଓଲାର ଅଧିକାଂଶ ଅଂଶ ଛୁଆର ପାଟିରେ ରହିବା ଆବଶ୍ୟକ । ଛୁଆର ନିମ୍ନ ଓଠ ବାହାରକୁ ରହିବା ଦରକାର । ଛୁଆର ଥୋଡି ସ୍ତନକୁ ସ୍ପର୍ଶ ଯେମିତି ହେଉଥିବ, ତାହା ନିଶ୍ଚିତ କରିବା ଦରକାର ।
ତେବେ ପ୍ରସବର ପ୍ରଥମ ଦୁଇ ଦିନରେ ମାଆ ସ୍ତନରୁ ବାହାରୁ ଥିବା କ୍ଷୀରକୁ କୋଲୋଷ୍ଟ୍ରମ କୁହାଯାଏ । ସିକ୍ରେସନ କମ୍ ରହେ । କୋଲୋଷ୍ଟ୍ରମ ହିଁ ନବଜାତର ପ୍ରଥମ ଟିକା ଭାବେ କାମ କରିଥାଏ । ମାଆକୁ ବିଶ୍ରାମ ଦେବା ପାଇଁ ଛୁଆକୁ ଫର୍ମୁଲା ଫିଡ୍ ଦେଇ ଅନେକ ଭୁଲ କରିବସନ୍ତି । ଏଭଳି କରିବା ଅନୁଚିତ । ଛୁଆ ଯଦି ସକଲିଂ କରିବ ନାହିଁ , ମାଆ କ୍ଷୀର ବି ହେବନାହିଁ ।
ଏହା ସହ ୨୪ ଘଣ୍ଟା ମଧ୍ୟରେ ଛୁଆ ଯଦି ସର୍ବନିମ୍ନ ୬ ଥର ପରିସ୍ରା କରେ ଓ ମାସକ ମଧ୍ୟରେ ଛୁଆର ଓଜନ ଯଦି ୫୦୦ ଗ୍ରାମ ବଢେ, ତାହା ହେଲେ ସେ ଭଲ ସ୍ତନ୍ୟପାନ କରୁଛି ବୋଲି ଜଣାପଡିବ ।
ତେବେ ମାଆ କ୍ଷୀର ସହଜରେ ହଜମ ହୋଇଯାଏ, ତେଣୁ ଛୁଆକୁ ବାରମ୍ବାର ଭୋକ ଲାଗେ । ଫଳରେ ଅଧିକ ସକଲିଂ ଓ କ୍ଷୀର ଦରକାର ହୁଏ । ମାଆ ନିଜର ନିୟମିତ ଡାଏଟ ନେବା ଉଚିତ । ମାଆ ଯଦି ଜଙ୍କ୍ ଫୁଡ ଖାଉଥାଏ ଏବଂ କାଫିନ ମିଶା ପାନୀୟ ପିଏ, ତାହା ହେଲେ ଛୁଆ ଅଧିକ କାନ୍ଦେ । ମାଆ ପାଇଁ ଅତ୍ୟଧିକ ଗାଈ କ୍ଷୀର ଛୁଆର ଗ୍ୟାସର କାରଣ ହୋଇଥାଏ ।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।