ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତୟା ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ହେଲେ ଗିରଫ । କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ ର ମିଳିତ ଟିମ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଙ୍କୁ ଗିରଫ କରିଛନ୍ତି । କୋଲକତା ରୁ ବସରେ ଫେରୁଥିବା ସମୟରେ ଶର୍ମିଷ୍ଠା ଓ ଝୁନା ଙ୍କୁ ଭଦ୍ରକ ର ନଳାଙ୍ଗ ନିକଟରେ ଗିରଫ କରିଛି ପୋଲିସ । ଶର୍ମିଷ୍ଠା ଓ ଝୁନା ଗୌହାଟୀ ଓ କୋଲକତା ରେ ରହୁଥିବା ଜଣା ପଡ଼ିଛି ।
ଏମିତିକି ଉଭୟ ବେଶ ବଦଳାଇ ରେଳ ଷ୍ଟେସନ ରେ ଲୁଚି ରହୁଥିଲେ । ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା । ଉଭୟ ଙ୍କୁ ତିହିଡ଼ି ଥାନା ରେ ରଖାଯାଇଛି । ଚାନ୍ଦବାଲି ଜେଏମଫସି କୋର୍ଟ ରେ ହାଜର କରାଯିବ । ଅଧିକ ତଥ୍ୟ ଉଗାଳିବା ପାଇଁ ଦଶ ଦିନିଆ ରିମାଣ୍ଡରେ ନେବାକୁ ଚିନ୍ତା କରିଛି କ୍ରାଇମବ୍ରାଞ୍ଚ ।
କେବଳ ଶର୍ମିଷ୍ଠା କି ଝୁନା ଙ୍କୁ ନୁହେଁ ତାଙ୍କ ସହିତ ଆଉ ତିନି ଜଣ ଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଗିରଫ ହୋଇଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠି ଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ । ସମସ୍ତଙ୍କୁ ମୁହାଁମୁହିଁ କରାଯାଇ ତଥ୍ୟ ଉଗାଳିବ କ୍ରାଇମବ୍ରାଞ୍ଚ । ଏହି ସମ୍ବନ୍ଧରେ ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ଏହି ହତୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଙ୍କୁ ଭଦ୍ରକ ର ନଳାଙ୍ଗ ଠାରେ ପୋଲିସ ଗିରଫ କରିଛି ।
ଉଭୟ ଅଭିଯୁକ୍ତ ଙ୍କୁ ଦଶ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ରିମାଇଣ୍ଡ ରେ ରଖିବ । ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ପୂର୍ବତନ ଓଆଇଏସ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେସନ ର ମାଲିକ ରଞ୍ଜନ ନାୟକ । ମାନସ ସ୍ୱାଇଁ ଙ୍କୁ ହତୟା ପରେ ଫେରାର ଥିଲେ ଶର୍ମିଷ୍ଠା ଓ ତାଙ୍କ ସହିତ ସହଯୋଗୀ ଝୁନା ।
ମାନସ ଙ୍କ ପାଖରେ ଥିବା ଏକ ମେମୋରୀ ଚିପ୍ ପାଇଁ ଏହି ହତୟାକାଣ୍ଡ ହୋଇଥିବା ବୋଲି ଚର୍ଚ୍ଚା ହେଉଛି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏବଂ ପୋଲିସ ହାତରେ ଲାଗି ପାରୁନାହିଁ । ତେଣୁ ସେହି ମେମୋରୀ ଚିପ୍ ଖୋଜିବା ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି କ୍ରାଇମବ୍ରାଞ୍ଚ ପାଇଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।