DJ ବାଜିବା ମାତ୍ରେ ଷ୍ଟେଜ ଉପରେ ନାଚି ଧୂଆଁ ଉଡାଇଲେ ନୂଆବୋହୂ, ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ, ବିବାହ ଉତ୍ସବ ସମୟରେ ସାଧାରଣତ ଅତିଥି ସମ୍ପର୍କୀୟ ଏବଂ ସାଙ୍ଗମାନେ ନାଚଗୀତ ରେ   ମଶଗୁଲ ହୋଇଥାନ୍ତି । ମାତ୍ର କେବେ ଶୁଣିଛନ୍ତି ଯେ ବିବାହ ସମୟରେ କନ୍ୟା ର ଧୂଳିଉଡା ନାଚ ? ସାଧାରଣତ ବିବାହ ସମୟରେ ଉଭୟ ବରକନ୍ୟା ସମସ୍ତ ନୀତିକାନ୍ତି ପୂରଣ କରିବାରେ ବ୍ୟସ୍ତ ରହିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣିବା ମାତ୍ରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ମଞ୍ଚ ଉପରେ କନ୍ୟାର ଧୂଳିଉଡା ଡ୍ୟାନ୍ସ । ସମ୍ପର୍କୀୟ ସହିତ କନ୍ୟାର ଏହିଭଳି ଧୂଳିଉଡା ନାଚ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସବୁଠାରୁ ମଜାଦାର କଥା ହେଲା ଯେ ବରକନ୍ୟା ଉଭୟ ମଞ୍ଚ ଉପରେ ଛିଡା ହୋଇ ଅତିଥି ଙ୍କ ଶୁଭେଛା ଗ୍ରହଣ କରୁଥିବା ସମୟରେ ଅଚାନକ ଗୀତ ବାଜିଥିଲା ଆଉ ଏହି ଗୀତ ଶୁଣିବା ପରେ କନ୍ୟା ନିଜକୁ ସମ୍ଭାଳି ପାରିନଥିଲେ ।

ହିନ୍ଦୀ ଗୀତ ର ତାଳେ ତାଳେ ଜବରଦସ୍ତ ଗୀତ ଆରମ୍ଭ କରିଦେଇଥିଲେ । ଏବଂ ଷ୍ଟେଜ ତଳେ ଥାଇ ତାଙ୍କୁ ସାଥ ଦେଇଥିଲେ ଜଣେ ସମ୍ପର୍କୀୟ । କନ୍ୟା ଜଣକ ଯେଉଁ ସଙ୍ଗୀତ ରେ ନାଚୁଥିଲେ ତାହା ଇରଫାନ ଖାନ ଙ୍କର ହିନ୍ଦୀ ମିଡିଅମ ର ଏକ ରିମିକ୍ସ ଥିଲା । ଏହି ଭିଡିଓ କୁ ବର୍ତ୍ତମାନ ସୋସିଆଲ ମିଡିଆ ରେ ୟୁଜରମାନେ ଖୁବ ପସନ୍ଦ କରୁଛନ୍ତି । ନାଲି ରଙ୍ଗର ଲେହେଙ୍ଗା ରେ କନ୍ୟା ଜଣଙ୍କ ଖୁବ ସୁନ୍ଦର ଦେଖାଯାଉଥିଲେ ।

ମଞ୍ଚ ଉପରେ ବର ସହିତ ଛିଡା ହୋଇଥିଲେ । ମାତ୍ର ଗୀତ ବାଜିବା ପରେ ସେ ନାଚିବା ଆରମ୍ଭ କରିଥିଲେ । ଏବଂ ତାଙ୍କ ଧମାକାଦାର ଡ୍ୟାନ୍ସ ଦେଖି ବର ମଧ୍ୟ ଆଶ୍ଚର୍ଯ୍ୟ । ଇଂଷ୍ଟାଗ୍ରାମ ରେ ଏହି ଭିଡିଓ କୁ ୱେଡିଙ୍ଗମିନିଷ୍ଟ୍ରୀରେ ପୋଷ୍ଟ କରାଯାଇଅଛି । ମାର୍ଚ୍ଚ ୩୦ ରେ ଏହି ଭିଡିଓ କୁ ସେୟାର କରାଯାଇଥିଲା ଯାହା ଏବେ ଶୁଦ୍ଧା ୩୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।

ଏହି ଭିଡିଓ ରେ ହଜାର ହଜାର ସଂଖ୍ୟା ରେ କମେଣ୍ଟ ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଲାଇକ ମଧ୍ୟ ରହିଅଛି । ତେବେ ମାତ୍ର ନିଜ ଖୁସି ପାଇଁ ନୃତ୍ୟ ପରିବେଷଣ କରିଥିବା କନ୍ୟା ବର୍ତ୍ତମାନ ସାରା ଦେଶରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି । ତେବେ ସୋସିଆଲ ମିଡିଆ ହିଁ ଏକ ମାଧ୍ୟମ ଅଟେ ଯାହା କି ମଣିଷ କୁ ଫେମସ କରାଇବାରେ ପଛଘୁଞ୍ଚା ଆଦୌ ଦେଉନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *