ଷ୍ଟେଜ ଉପରେ ଗୀତ ଗାଉଥିବା ସମୟରେ ହଠାତ ଟଳି ପଡିଲେ କଣ୍ଠଶିଳ୍ପୀ । ହଁ ବନ୍ଧୁଗଣ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ, ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଦର୍ଶକ ବନ୍ଧୁ ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ତଥା ଦ୍ଵିତୀୟ ଅକ୍ଷୟ ମହାନ୍ତିଙ୍କ ଭାବେ ଜଣାଶୁଣା ଥିବା ଗାୟକ ମୁରଲୀ ମହାପାତ୍ରଙ୍କ ଷ୍ଟେଜ ଉପରେ ହିଁ ମୃତ୍ୟୁ ହୋଇଛି । ଗୀତ ଗାଉଥିବା ସମୟରେ ମୁରଲୀଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଛି । ଦର୍ଶକଙ୍କ ମନ ପସନ୍ଦର ଗୀତ ଗାଇଲେ ଆଉ ଗୀତ ଗାଇବା ସମୟରେ ହିଁ ଟଳି ପଡିଲେ ଗାୟକ ମୁରଲୀ ମହାପାତ୍ର । ମାତ୍ର 10 ମିନିଟ ଭିତରେ ହିଁ ଘଟି ଯାଇଥିଲା ଏଭଳି କିଛି ଅଘଟଣ ।
ଷ୍ଟେଜ ଉପରେ କାର୍ଯ୍ୟକ୍ରମ ଚାଲୁ ଥିବା ସମୟରେ ସମସ୍ତ ଦର୍ଶକ ତାଙ୍କ କଣ୍ଠର ଜାଦୁରେ ବହି ଯାଇଥିଲେ ହେଲେ ସେହି ସମୟରେ ଘଟିଗଲା କିଛି ଏଭଳି ଘଟଣା । ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଗାୟକ ମୁରଲୀ ମହାପାତ୍ର । କିଏ ଜାଣିଥିଲା ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ସେହି ଅଭୂଲା ଗୀତ ଯାଯାବର ହିଁ ତାଙ୍କ ଜୀବନର ଶେଷ ଗୀତ ହେଇଯିବ ବୋଲି । ଯାଯାବର ଗୀତ ହିଁ ଆଜି ଦର୍ଶକ ମାନଙ୍କ ସାମ୍ନାରେ ଶେଷ ଗୀତ ହେଇଗଲା ।
ଏଭଳି ଏକ ଅଘଟଣ ଘଟିଲା ଜୟପୁର ସହରରେ । ଜୟପୁର ଠାରେ ଦ୍ଵିତୀୟ ଅକ୍ଷୟ କୁମାର ରୂପେ ପରିଚିତ ଥିଲେ ମୁରଲୀ ମହାପାତ୍ର ସବୁଠାରୁ ବେଶୀ ବରିଷ୍ଠ କଣ୍ଠଶିଳ୍ପୀ ଥିଲେ । ଚଳିତ ବର୍ଷ ଦଶହରାର ସପ୍ତମୀ ଅବସରରେ ସହରର ରାଜନଗରରେ ଜୟପୁର କଳାକାରଙ୍କ ଦ୍ଵାରା ଏକ ପ୍ରକାରର କାର୍ଯ୍ୟକ୍ରମ ଚାଲି ଥିଲା । କାର୍ଯ୍ୟକ୍ରମରେ ପ୍ରଥମ ତିନୋଟି ଗୀତ ପରେ ଚାରି ନମ୍ବର ଗୀତ ଗାଇବା ପାଇଁ ତାଙ୍କୁ ଷ୍ଟେଜ ଉପରକୁ ଆସିବା ପାଇଁ କୁହା ଗଲା ।
ହେଲେ ସେ ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କଥା କହିଥିଲେ । ଆଉ ଗୀତ ଗାଇବାରେ ଭୁଲ ଥିଲେ ଦର୍ଶକ ମତେ କ୍ଷମା କରିବେ କହି ସେ ଆରମ୍ଭ କରିଥିଲେ ତାଙ୍କ ଚର୍ଚିତ ଯାଯାବର ଗୀତ । ଦର୍ଶକଙ୍କ ମନପସନ୍ଦ ଯାଯାବର ଗୀତ ଗାଉଥିଲେ । ଏପରି କି ଗୀତ ଗାଇବା ସମୟରେ ଷ୍ଟେଜରେ ତାଙ୍କ ସହ ଅନ୍ୟ କଣ୍ଠଶିଳ୍ପୀ ମାନେ ବି ଗୀତ ଗାଉଥିଲେ । ହେଲେ ହଠାତ ସେ ଷ୍ଟେଜରେ ଥିବା ଚେୟାର ଉପରେ ବସି ପଡିଲେ ଆଉ ଏହା ପରେ ସେ ଟଳି ପଡିଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।