ବନ୍ଧୁଗଣ, ଶ୍ରୀ ମନ୍ଦିର ଚୁଲି ଭଙ୍ଗା ଘଟଣା ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ମହାପ୍ରଭୁ ଙ୍କ ଚୁଲି ଭଙ୍ଗା କୁ ନେଇ ଅନେକ ଭକ୍ତ ଙ୍କ ମନକୁ ଆଘାତ ଲାଗିଅଛି । ତେବେ ବର୍ତ୍ତମାନ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବଂ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି ତଥା ନିଜେ ଚୁଲି ଭାଙ୍ଗିଥିବା କଥା କୁ ସ୍ଵୀକାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିଯୁକ୍ତ ଜଗନ କ’ଣ କ’ଣ କହିଛନ୍ତି ଏହି ବବାଦରେ ? ଜଗନ କହିଛନ୍ତି ଯେ ଭୁଲ ଟେ ମୁଁ କରିଦେଇଛି । ଯଦି ମୋ ଦ୍ଵାରା ଭୁଲ ହେଇଯାଇଛି ତେବେ ଆଉ କ’ଣ ସେହି ଭୁଲ ଫେରି ଆସିବ କି ?
ସେ ସମୟରେ ମୋ ମାନସ୍ଥିତି ଯାହା ଥିଲା ମୁଁ କରି ଦେଇଛି । ଆଉ ବର୍ତ୍ତମାନ ମୁଁ ମିଛ କହୁନାହିଁ ହଁ ମୁଁ ନିଜେ ଚୁଲି ଭାଙ୍ଗିଛି । ମହାଲକ୍ଷ୍ମୀ ସେଠାରେ ରାନ୍ଧୁଛନ୍ତି କିନ୍ତୁ ମହାଲକ୍ଷ୍ମୀ କାହାକୁ ଦଉଛନ୍ତି ମେଞ୍ଚେ କାହାକୁ ଦଊ ନାହାନ୍ତି । ଆମ୍ଭ ପାଖରେ ତ କିଛି ନାହିଁ । ମହାଲକ୍ଷ୍ମୀ ଆମ୍ଭକୁ ତ କିଛି ଦଊନାହାନ୍ତି ତେବେ ଚୁଲି ରେ କାହାକୁ ଦିଆ ହଉଛି ଖାଇବାକୁ ? ତେବେ ଜଗନ କୁ ବେଗୁନିଆ ଦେଉଳି ଗ୍ରାମ ରୁ ଗିରଫ କରଯାଇଥିଲା ।
ସେ ଟାଟା ରେ ଜଣେ ଲାଇନମ୍ୟାନ ଭାବରେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରେ ଚାକିରି କରିଛନ୍ତି । ଏହି ଚାକିରି ସେ ପ୍ରାୟ ୧୦ ବର୍ଷ ହେବ କରିଛନ୍ତି ବୋଲି କହିଛନ୍ତି । ତାଙ୍କ ପରିବାର ଅଛି ମାତ୍ର ସେ ବିବାହ କରି ନାହାଁନ୍ତି ବୋଲି ମି-ଡି-ଆ ଆଗରେ ପ୍ରକାଶ କରିଛନ୍ତି । ମି-ଡି-ଆ ଭାଇ ବାରମ୍ବାର ଗୋଟିଏ କଥା କୁ ପଚାରିବାରୁ ସେ ବିରକ୍ତ ହୋଇ କହିଲେ ମୋ ଦ୍ଵାରା ଭୁଲ ହୋଇଯାଇଛି ମାତ୍ର ଆପଣ ବାରମ୍ବାର ସେହି କଥା କୁ ମତେ ପଚାରିଲେ ତାହା କ’ଣ ବଦଳିଯିବ କି ?
ଦୁଃଖ ଲାଗୁଛି ଏବଂ ଆପଣ ବାରମ୍ବାର ପଚାରିଲେ ଆହୁରୀ ଦୁଃଖ ଲାଗୁଛି । ମୁଁ କାହା ଚାପ ରେ ଯାଇ ଏଭଳି କରି ନାହିଁ । ମାତ୍ର ମୁଁ କ’ଣ ପାପ କରିଛି ? ଭଗବାନ ଙ୍କ ଭକ୍ତ ଯଦି କୌଣସି ବିତୃଷ୍ଣା ରେ ଚୁଲିଟି ଭାଙ୍ଗି ଦେଇଛି, ମାତ୍ର ମୁଁ ସେଠାରୁ କୌଣସି ଏକ ଟଙ୍କାର ମଧ୍ୟ ଜିନିଷ ନେଇ ନାହିଁ କି କାହାର କ୍ଷତି କରି ନାହିଁ ।
ପ୍ରଶାସନ କହୁଛନ୍ତି ୪୦ ରୁ ଉର୍ଦ୍ଧ ଚୁଲି ଭାଙ୍ଗିଛି ତେବେ ମତେ ଯଦି ସମୟ ଦେବେ ମୁଁ ୨ ଦିନ ମଧ୍ୟରେ ସାଙ୍ଗେ ସାଙ୍ଗେ ତିଆରିବ କରିଦେବି । ଭିତର ଖୋଲା ଥିଲା ଗଲି, ଏବଂ ମୁଁ ଏକା ଥିଲି ଅନ୍ୟ କେହି ମୋ ସାଙ୍ଗରେ ନଥିଲେ । ତେବେ ବନ୍ଧୁଗଣ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଅଚିଯୁକ୍ତ ଜଗନ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।