Ollywood ସୁପର ଷ୍ଟାର Sriram Panda ଙ୍କ ଜୀବନୀ ଓ ପରିବାର ବିଷୟରେ ଏମିତି କିଛି କଥା ଯାହା ଆଗରୁ ଆପଣମାନେ କେବେବି ଜାଣିନଥିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା ଦେଖିବାକୁ ନିଶ୍ଚିତ ରୂପରେ ଭଲ ପାଉଥିବେ ଏବଂ ସମୟ ପାଇଲେ ନିଜ ମନ ପସନ୍ଦ ର ସିନେମା କୁ ଦେଖୁଥିବେ ନିଶ୍ଚିତ । ତେବେ ସେ ବଲିଉଡ ସିନେମା ହେଉ କିମ୍ବା ସାଉଥର କିମ୍ବା ଓଲିଉଡ ର ସବୁ ସିନେମା କି ଲୋକମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ଓଲିଉଡ ଜଗତରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ ଏବଂ ତାଙ୍କ ବିଷୟରେ ଜାଣିବାକୁ ମଧ୍ୟ ବହୁତ ଇଚ୍ଛା କରିଥାନ୍ତି ।


ତେବେ ଓଡ଼ିଆ ସିନେମା ଦୁନିଆ ର ପ୍ରଥମ ମେଘାଷ୍ଟାର ହେଉଛନ୍ତି ଶ୍ରୀରାମ ପଣ୍ଡା। ଶ୍ରୀରାମ ପଣ୍ଡା ଙ୍କୁ କିଏ ନ ଜାଣେ ସେ ଅନେକ ଓଡ଼ିଆ ଲୋକଙ୍କ ପ୍ରିୟ ମଧ୍ୟ ଥିଲେ ତେବେ ହଠାତ ଏପରି କଣ ହୋଇଥିଲା କି ସେ ସବୁକିଛି ଛାଡି ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା। ଶ୍ରୀରାମ ପଣ୍ଡା ଙ୍କ ଅଭିନୟ କୁ ଲୋକ ମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ଲୁକ ଷ୍ଟାଇଲ କୁ ମଧ୍ୟ ଲୋକମାନଙ୍କର ପ୍ରିୟ ମଧ୍ୟ ହୋଇଯାଏ ।

ତେବେ ଶ୍ରୀରାମ ପଣ୍ଡା ୧୯୫୪ମସିହା କୋରାପୁଟ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କ ସିନେମା ଜୀଵନ ଆରମ୍ଭ ହୁଏ ୧୯୭୨ ମସିହା ଧରିତ୍ରୀ ସିନେମା ରୁ । ତେବେ ଏଥିରେ ସେ ଖୁବ ସୁନ୍ଦର ଅଭିନୟ କରିଥିଲେ ଏବଂ ସେ ଅଭିନୟ ଶିଖି ମଧ୍ୟ ନଥିଲେ । ତେବେ ତାଙ୍କ ଅଭିନୟ ରେ ଶରତ ପୂଜାରୀ ଏବଂ ଧୀର ବିଶ୍ୱାଳ ଖୁବ ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କୁ ଆଗକୁ ବଢିବା ପାଇଁ ସୁଯୋଗ ମଧ୍ୟ ଦେଇଥିଲେ ।


ତେବେ ସେ ଏହା ପରେ ଯାଯାବର ରେ ନଜର ଆସିଥିଲେ ତେବେ ସେ ପରେ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଥିଲେ ଏବଂ ସେଥିରେ ସେ ତ୍ରିପୁରା ମିଶ୍ର ଙ୍କ ସହ ଅଭିନୟ କରି ଥିଲେ । ଏହା ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ସୁବର୍ଣ୍ଣ ସୀତା ସିନେମା ରେ ଅଭିନୟ କରିବା ସମୟରେ ଶ୍ରୀରାମ ଏବଂ ତ୍ରିପୁରା ବିବାହ କରି ଦେଇଥିଲେ ।


ତେବେ ତାଙ୍କର ଗୋଟିଏ ପୁଅ ମଧ୍ୟ ହେଲା ଏହା ପରେ ତ୍ରିପୁରା ଅଭିନୟ ଦିନିଆ ରୁ ବିଦାୟ ନେଇ ଯାଇଥିଲେ । ତେବେ ଶ୍ରୀରାମ ପଣ୍ଡା ଅଭିନୟ ପରେ ନିର୍ଦେଶନା ଏବଂ ପ୍ରଯୋଜକ ଭାବରେ ସେ କାମ ମଧ୍ୟ କରିଥିଲେ । ତେବେ ପରେ ସେ ସଂସାର ଛାଡି ସନ୍ନ୍ୟାସୀ ହୋଇ ଯାଇଥିଲେ । ତେବେ ଶ୍ରୀରାମ ପଣ୍ଡା ଜୋର ଯାର ମୂଲକ ତାର, ଯାଯାବର, ମାନିନୀ, ସିନ୍ଦୂର ବିନ୍ଦୁ, ଚକା ଆଖି ସବୁ ଦେଖୁଛି ଆଦି ଅନେକ ସିନେମା ରେ ସେ ଅଭିନୟ କରିଛନ୍ତି । ଆପଣ ଙ୍କୁ ଶ୍ରୀରାମ ପଣ୍ଡା କିପରି ଲାଗନ୍ତି ନିଶ୍ଚିତ ଜଣେଇବେ ।

Leave a Reply

Your email address will not be published. Required fields are marked *