ଶ୍ରୀ ମନ୍ଦିରରେ ଆତ୍ମହତ୍ୟା ଶେଷ ସଙ୍କେତ ନୁହେଁ ତ ? ଦେଖନ୍ତୁ କଣ କହୁଛି ମାଳିକା ? (Malika BhavishyaVani)

ବନ୍ଧୁଗଣ ଏବେ ସାରା ଓଡିଶାରେ ଏକ ବଡ ଖବରକୁ ନେଇ ହଲଚଲ ସୃଷ୍ଟି ହୋଇଛି । ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଗତ କାଲି ଶ୍ରୀମନ୍ଦିର ଗୁମୁଟରୁ ଜଣେ କିନ୍ନର ଡେଇଁ ସିଂହ ଦ୍ଵାର ସାମ୍ନାରେ ନିଜ ପ୍ରାଣ ହରାଇଛନ୍ତି । ରକ୍ତ ଜୁଡୁବୁଡୁ ଥିବା ଅବସ୍ଥାରେ ପୋଲିସ ଟନକୁ ସିଂହ ଦ୍ଵାରରୁ ଉଦ୍ଧାର କରିଥିଲା ଆଉ ଜିଲ୍ଲା ଡାକ୍ତର ଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ହେଲେ ଗୁମୁଟ ଉପରେ ସେ କଣ କରୁଛନ୍ତି ସେ ବିଷୟରେ କେହି ଜାଣି ନାହାନ୍ତି ହଠାତ ସେ ଗୁମୁଟରୁ ଡେଇଁ ପ୍ରାଣ ହରାଇ ଥିଲେ । ବନ୍ଧୁଗଣ ଶ୍ରୀମନ୍ଦିରରୁ ଅନେକ କିଛି ସଙ୍କେତ ପୂର୍ବରୁ ମିଳି ଆସିଛି । ଯେବେ ଯେବେ ଶ୍ରୀକ୍ଷେତ୍ରରେ ସଙ୍କେତ ମିଳେ ତାହା କେବଳ ଓଡିଶା ଓ ଭାରତ ନୁହେଁ ତାହା ସାରା ବିଶ୍ଵରେ ଏକ ହଲଚଲ ସୃଷ୍ଟି କରିଥାଏ ।

ପ୍ରଥମେ ମନ୍ଦିରରେ ବାରମ୍ବାର ପଥର ଖସିବା ହେଉ 2019ରେ ପତିତ ପାବନ ବାନା ବାରମ୍ବାର ଛିଣ୍ଡି ଯାଇଥିଲା । ବଳ ସେତିକି ନୁହେଁ ଇତିହାସରେ ପ୍ରଥମେ ଥର ପାଇଁ ଆମେ ଦେଖିଲେ ଜଣେ ଦୁର୍ବୁତ୍ତ ଶ୍ରୀମନ୍ଦିର ଚୁଲି ଭାଙ୍ଗିଲା । ଏହି ଘଟଣାଟି ଗତ କିଛି ଦିନ ତଳେ ଘଟିଥିଲା । ଆଉ ଏବେ ଏହି କିନ୍ନରଙ୍କ ମୃତ୍ୟୁ । ବନ୍ଧୁଗଣ ମାଳିକାରେ ଯାହା ସବୁ ଲେଖା ହୋଇଛି ତାହା ଧୀରେ ଧୀରେ ଏବେ ସତ ହେବାରେ ଲାଗିଛି ।

ଏହି ସବୁ ଶେଷ ସମୟର ଲକ୍ଷଣ ଆସ୍ତେ ଆସ୍ତେ ଦେଖିବାକୁ ମିଳୁଛି । ମହାପୁରୁଷ ମାଳିକାରେ ଲେଖିଥିଲେ କିଛି ସଙ୍କେତ ବିଷୟରେ ଆଉ ଏସବୁ ହେଉଛି କଳିଯୁଗ ଶେଷ ହେବାରେ ସଙ୍କେତ । ତେବେ ବନ୍ଧୁଗଣ କିନ୍ନରଙ୍କ ମୃତ୍ୟୁ ପରେ ଏବେ ସାରା ବିଶ୍ଵରେ ହଲଚଲ ସୃଷ୍ଟି ହୋଇଛି । ଏହି କିନ୍ନର ଜଣକ ହେଉଛନ୍ତି ନିମାପଡା ଥାନା ବଡ ପୋଖରୀ କୋଠ ସାହିର କିନ୍ନର ବଳରାମ ।

କିନ୍ନରଙ୍କ ମୃତ ଦେହକୁ ନେଇ ତାଙ୍କ ପରିବାର ଲୋକଙ୍କ ସହ ଅନ୍ୟ କିନ୍ନର ମାନେ ଶେଷ ଯାତ୍ରା କରିଛନ୍ତି । ବଡ ଦାଣ୍ଡ ଦେଇ ଏହି ଶେଷ ଯାତ୍ରାଟି ଯାଇଥିଲା ଆଉ ସ୍ଵର୍ଗ ଦ୍ଵାରରେ କିନ୍ନରଙ୍କ ଶବ ସତ୍କାର କରାଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *