ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମେହବୁବା କହି ପୁରୀ ଶ୍ରୀମନ୍ଦିର ସାମ୍ନାରେ ଡ୍ୟାନ୍ସ କଲେ ଯୁବତୀ, ତାପରେ କଣ ହେଲା ଦେଖନ୍ତୁ..ଏହି Video

ନମସ୍କାର ବନ୍ଧୁଗଣ ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀଙ୍କ ନୃତ୍ୟୁକୁ ନେଇ ଏବେ ସରଗରମ ଆଲୋଚନା । ସାମାଜିକ ଗଣମାଧ୍ୟମରେ ଏବେ ଏହାକୁ ନେଇ ସମାଲୋଚନା ସାଙ୍ଗକୁ କେହି କେହି ଯୁବତୀଙ୍କ ସମର୍ଥନରେ ବାହାରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଲୋଚନା ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ, ଏବେ ବଡ଼ ଦାଣ୍ଡରୁ କଥା ଯାଇ ଗାଁ ଦାଣ୍ଡରେ ପଡ଼ିଲାଣି । କହିବାକୁ ଗଲେ ହାଟରେ ପଡ଼ି ବାଟରେ ଗଡ଼ିଲାଣି ।

ତେବେ ଓଡ଼ିଆ ଲୋକକଥାରେ ଅଛି ଯେ ମନ୍ଦିର ଗଢ଼ିଲେ ନାଁ ଆଉ ବାଟରେ ଝାଡ଼ା ଫେରିଲେ ବି ନାଁ । ଠିକ୍ ଏମିତି କିଛି ଘଟିଛି କ୍ଷଣିକରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିବା କିଛି ଯୁବକ ଯୁବତୀଙ୍କ ନୃତ୍ୟ ନାଟିକାର ଚିତ୍ର । ତେବେ ଖୋଜୁଥିଲି ପାଇଗଲି ମନ ତୋତେ ଦେଇଦେଲି । ମୁଁ ତୋର ଦିଲ ଜାନିଆ ମୁ ତୋ ମେହେବୁବା ।

କିଛି ଏମିତି କହି ଜଗା ଦୁଆର ଆଗରେ ନାଚୁଥିଲେ ଯୁବତୀ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ୍ ପାଖରେ ମର୍ଡନ ଡ୍ୟାନ୍ସର ତାଳେ ତାଳେ ନାଚୁଥିବା ଏହି ଯୁବତୀ ଜଣଙ୍କ କିନ୍ତୁ ଏବେ ଖୁବ୍ ଟ୍ରୋଲର ଶିକାର ହୋଇଛନ୍ତି । ଏପରିକି ମର୍ଡନ ଗୀତର ତାଳେ ତାଳେ କାଳିଆ କଳା ଠାକୁରଙ୍କୁ ନେଇ ଏମିତି ସୋସିଆଲ ମିଡିଆରେ ରିଲ୍ କରି ପୋଷ୍ଟ କରିବାକୁ ନା ପସନ୍ଦ କରି ଏହା ଜଗନ୍ନାଥ ସଂସ୍କୃତିର ବିରୁଦ୍ଧ ବୋଲି କହିଛନ୍ତି ।

ତେବେ ମଠ ମନ୍ଦିର ମସଜିଦ ସଂସ୍କୃତି ନଷ୍ଟ କରି ପାର୍କ ଭ୍ରମ ସୃଷ୍ଟି କରିଲେ ଏମିତି କିଛି ହେବ ବୋଲି ମତ ପ୍ରକାଶ ପାଇଛି । କିଛି ଦିନ ତଳେ ଠିକ୍ ଏହି ଜାଗାରେ ଏକ ନବବିବାହିତ ଦମ୍ପତ୍ତି ମଧ୍ୟ ରିଲ୍ କରି ବିବାଦକୁ ଆସିଥିଲେ । ଅନେକ ବିରୋଧ କରୁଛନ୍ତି ତ କେହେ କେହି ସମର୍ଥନ ମଧ୍ୟ କରୁଛନ୍ତି । ଯିଏ ଯାହା କହିଲେ ବି ଅନେକ ଏଥିରୁ ଏଣ୍ଟରଟେନ୍ ହେଉଥିବା କହିବା ସହ ଏଥିରେ କିଛି ଭୁଲ୍ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ।

ଏହା ସହ ଜଗନ୍ନାଥ ସଂସ୍କୃତି ଭଲ ପାଇବା ଓ ପ୍ରେମର ଶିକ୍ଷା ଦେଇଥାଏ ଘୃଣାର ନୁହେଁ କହି ଅନେକ ଏଭଳି ଯୁବକ ଯୁବତୀଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ତିନିରଥ ଆଗରେ ଓଡ଼ିଶୀ, ଗୋଟିପୁଅ, ମାହାରୀ ଆଦି ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଚତୁର୍ଦ୍ଧାବିଗ୍ରହଙ୍କୁ ଭକ୍ତମାନେ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ସେହିପରି ମହାପ୍ରଭୁଙ୍କ ଅନେକ ଯାତ୍ରା ସମୟରେ ମଧ୍ୟ ପାରମ୍ପରିକ ଓଡ଼ିଶୀ, ମାହାରୀ ନୃତ୍ୟ ଆଦି ପରିବେଷଣ କରା ଯାଇଥାଏ ।

ମାତ୍ର ସେହି ବଡ଼ଦାଣ୍ଡରେ ତଥା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଧୁନିକ ଗୀତରେ ନୃତ୍ୟ ଘଟଣା ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଥିବା ଅନେକ ପୁରୀବାସୀ ମତ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *