ବନ୍ଧୁଗଣ, ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ର J. ମହାପାତ୍ର ନାମକ ବ୍ୟକ୍ତି ଜଣକ ତାଙ୍କର ଘର କେଉଁଠାରେ ତଥା ତାଙ୍କର ନାମ ଏବଂ ଠିକଣା କୁ ନେଇ ପୋଲିସ ବର୍ତ୍ତମାନ ଗୋପନ ରଖିଅଛି । ତାଙ୍କୁ ଭଲ ନ ଲାଗିବାରୁ ସେ ହିଁ ଶ୍ରୀ ମନ୍ଦିରର ରୋଷଶାଳ ର ଚୁଲି ଭାଙ୍ଗିଛନ୍ତି ବୋଲି ସି-ସି-ଟି-ଭି କ୍ୟାମେରା ରୁ ସୂଚନା ମିଳିଅଛି ବୋଲି ପୋଲିସ ପ୍ରଶାସନ କହିଛନ୍ତି । ଅଭିଯୁକ୍ତ ନିଜେ ଏହି କଥା ସ୍ଵୀକାର କରିଥିବା କଥା ସାମ୍ନା କୁ ଆସିଅଛି । ଏହି ଘଟଣା ର ବର୍ତ୍ତମାନ ପରଦାଫାର୍ଶ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମାତ୍ର ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ରାତି ୧ ଟା ପର୍ଯ୍ୟନ୍ତ ସେ ଭିତରେ ରହିଲେ କେମିତି ? ଏବଂ ଶ୍ରୀ ମନ୍ଦିରର ଯେଉଁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚି ଯେଉଁଠାରେ ଥିଲା ଆଜି ମଧ୍ୟ ସେହି ଶଙ୍କା ଜଗନ୍ନାଥ ପ୍ରେମୀ ଙ୍କ ମନରେ ଯେ ଯଦି ଜଣେ ବ୍ୟକ୍ତି ଯାଇ ଶ୍ରୀ ମନ୍ଦିରରେ ଏଭଳି କାଣ୍ଡ ଭିଆଇ ପାରୁଛନ୍ତି ତେବେ କାଲି ସକାଳେ କିଛି ମଧ୍ୟ ହୋଇପାରେ ।
ବର୍ତ୍ତମାନ ଶ୍ରୀ ମନ୍ଦିରର ପରିଚାଳନା କମିଟି ର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି ଯେ ୧୧ ଟି ସିସିଟିଭି ସଚଳ ଅଛି । ୯୧ ଟି ସିସିଟିଭି ରୁ ୮୦ ଟି ସିସିଟିଭି ଅଚଳ ହୋଇଛି । ଏହା ଏକ ବଡ ଖୁଲାସା କରିଛନ୍ତି ମାଧବ ମହାପାତ୍ର । ଜେ.ମହାପାତ୍ର ନାମକ ଅଭିଯୁକ୍ତ ଙ୍କୁ ଖୋର୍ଦ୍ଧା ରୁ ବର୍ତ୍ତମାନ ଗିରଫ କରାଯାଇଅଛି ।
ଖୋର୍ଦ୍ଧା ରୁ ଅଣାଗଲା ପରେ ତାଙ୍କୁ ଯାହା ପଚରା ଉଚରା କରାଗଲା ଏବଂ ସେ ଯାହା ବୟାନ ଦେଇଛନ୍ତି ତାହାର ସୁମୁଲେସନ ଟେଷ୍ଟ କରାଯିବ ଏବଂ କିଭଳି ଭାବରେ ସେ ଗଲେ ଭିତରେ ରହିଲେ ଏହିସବୁର ସଂପୂର୍ଣ୍ଣ ବୟାନ ଦେଇଛନ୍ତି ଗଣମାଧ୍ୟମକୁ ପୁରୀର ଏସିପି । ତାଙ୍କୁ ଆଜି ଡାକ୍ତରୀ ମଇନା କରାଯିବା ପରେ କୋର୍ଟ କୁ ପଠାଦିଆଯିବ । ମାତ୍ର ତାଙ୍କୁ ରିମଣ୍ଡ ରେ ଅଣାଯାଇପାରେ ଏବଂ ରିମାଣ୍ଡ ରେ ଅଣାଯାଇ ତାଙ୍କୁ ଅଧିକ ପଚରା ଉଚରା କରାଯିବ ।
ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବର୍ତ୍ତମାନ ଏହି ଘଟଣା ଉପରେ ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଅଛି । ମାତ୍ର ଅଭିଯୁକ୍ତ ଜଣକ କିଏ ଏବଂ କାହିଁକି ସେ ଏପରି କାଣ୍ଡ ଭିଆଇଥିଲେ ତାହା ବର୍ତ୍ତମାନ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।