ମୋଟା ପେଟ କମେଇବା ପାଇଁ କଣ କରିବେ ? Niharika Das

ଆପଣମାନେ ଦେଖିଥିବେ କି ପ୍ରାୟତଃ ଲୋକମାନଙ୍କ ପେଟ ଦରକାର ଠାରୁ ଅଧିକ ବଢିଯାଏ । ସେମାନଙ୍କର ଗୋଟିଏ ପ୍ରଶ୍ନ କି ସେମାନେ କେମିତି ନିଜର ପେଟ ଅର୍ଥାତ ପେଟର ଚର୍ବିକୁ କମ କରିବେ । ଯେଉଁମାନେ ଅଧିକ ସମୟ ଧରି ବସି କାମ କରନ୍ତି ସେମାନଙ୍କ ପେଟ ବଢିଯାଏ । ଆଜିକାଲିର ଲାଇଫ ଷ୍ଟାଇଲ ଯୋଗୁ ଆମେ ଅଧିକ ଅଳସୁଆ ହୋଇ ଯାଉଛୁ ଓ ଏକ୍ସରସାଇଜ ପାଇଁ ବି ସମୟ ନାହିଁ, ସଠିକ ସମୟରେ ସଠିକ ଖାଦ୍ୟ ସେବନ କରୁ ନାହିଁ ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।

କହିଦେଉଛୁ କି ଆମ ଶରୀରକୁ ଯେତିକି ମାତ୍ରାରେ ପୋଷକ ତତ୍ଵ ଦରକାର ଯଦି ତାହା ଠାରୁ ଅଧିକ ଆପଣ ଖାଦ୍ୟ ସେବନ କରୁଛନ୍ତି ତେବେ ତାହା ଆମ ଶରୀରରେ ଫ୍ୟାଟ ହୋଇ ରହି ଯାଉଛି । କେତେକ ଲୋକମାନେ ଅତ୍ୟଧିକ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଆସି ଶୋଇ ପଡନ୍ତି କିମ୍ବା ବସି କାମ କରୁଛନ୍ତି । ଏମିତିରେ କିଛି ଖାଦ୍ୟ ଆମ ଶରୀରରେ ଚର୍ବି ରୂପରେ ଜମା ହୋଇଯାଏ ।

ଯେଉଁମାନେ ବସି କାମ କରନ୍ତି, ବସି ପଢନ୍ତି ସେମାନଙ୍କ କ୍ଷେତ୍ରରେ ପେଟର ଚର୍ବି ବଢିଯାଏ । ଆପଣ ବସି ଅଧିକ ସମୟ କାମ କରୁଛନ୍ତି ତେବେ ଆପଣ ୧୬୦୦ କ୍ୟାଲୋରିର ଖାଦ୍ୟ ଖାଇ ପାରିବେ । ଆପଣ ପେଟର ଚର୍ବି କମ କରିବା ପାଇଁ ସବୁଦିନ ଏକ୍ସରସାଇଜ କରିବା ଉଚିତ ।

ନଚେତ ଆପଣ ସବୁଦିନ ୩୦ ରୁ ୪୦ ମିନିଟ ଚାଳନ୍ତୁ । କମ କମ ଖାଦ୍ୟ ସେବନ କରନ୍ତୁ । କେବେ ବି ଅତ୍ୟଧିକ ଖାଦ୍ୟ ସେବନ କରନ୍ତୁ ନାହିଁ । ଦିନକୁ ୬ ଥର ଖାଦ୍ୟ ସେବନ କରନ୍ତୁ । କିନ୍ତୁ ଅଳ୍ପ ଅଳ୍ପ ଖାଦ୍ୟ ଖାଇବେ । ସଠିକ ସମୟରେ ପାଣି ପିଅନ୍ତୁ । ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନେ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ବସି କାମ କରନ୍ତୁ ନାହିଁ । ୧୦ ରୁ ୧୫ ମିନିଟ ଚାଲିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଲାଇଟ ଖାଦ୍ୟ ସେବନ କରନ୍ତୁ ।

ଏହା ଆପଣଙ୍କ ପେଟର ଚର୍ବି ଜମାଟ ବାନ୍ଧିବା ସମସ୍ୟା ଠାରୁ ଦୂରେଇ ରଖିବ । ଯଦି ଆପଣ ଗୋଟିଏ ସୁସ୍ଥ ଜୀବନଶୈଳୀ ମଧ୍ୟରେ ରହିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ଗୋଟିଏ ଗ୍ଳାସ ଉଷୁମ ପାଣି ସହ ଗୋଟିଏ ଚାମଚ ମେଥି ପାଉଡର ନେଇ ପାରିବେ । ଯଦି ଆପଣ ଏକ୍ସରସାଇଜ କରିବାକୁ ଯାଉଛନ୍ତି ତେବେ ୨୦ ମିନିଟ ପୂର୍ବରୁ ଆପଣ କଦଳୀ କିମ୍ବା ପାଉଁରୁଟି ଖାଇ ଏକ୍ସରସାଇଜ କରନ୍ତୁ । ସକାଳର ଖାଦ୍ୟରେ ଆପଣ ଓଟ୍ସ, ଛୁତୁଆ, ମାଣ୍ଡିଆ, ଇଟିଲି, ସାଲାଡ, ଘର ତିଆରି ଜୁସ ଖାଇ ପାରିବେ ।

ଆପଣ ସେଓ, କମଳା, କାକୁଡି, ଦହି, ଦହି ସର୍ବତ, ପଇଡ ପାଣି ସେବନ କରି ପାରିବେ । ଦ୍ଵିପହର ଖାଦ୍ୟରେ କେବେ ବି ରୁଟି କିମ୍ବା ଭାତ ମିଶାଇ ଖାଇବେ ନାହିଁ । ସନ୍ଧ୍ୟା ସମୟରେ ଫଳ, ଅଣ୍ଡା କିମ୍ବା ଗ୍ରୀନ ଟୀ ନେଇ ପାରିବେ । ରାତିରେ ବହୁତ ଅଳ୍ପ ଖାଦ୍ୟ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *