Exclusive ଭିଡିଓ: ‘ତୁମେ ଆତ୍ମହତ୍ୟା କଲେ ସୋନାଲିକୁ କିଛି ଫରକ ପଡ଼ିବନି ବରଂ ସେ…’, ସାମ୍ନାକୁ ଆସିଲା ସୋନାଲିଙ୍କ ମା-Soumyaଙ୍କ ଶେଷ ଅଡିଓ କଲ, ସୌମ୍ୟଙ୍କୁ ଏମିତି କହିଥିଲେ ସୋନାଲିଙ୍କ ମା’

ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ ଭୁବନେଶ୍ୱରର ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ସୌମ୍ୟଙ୍କ ମୃତ୍ୟୁକୁ ଏକ ସପ୍ତାହ ପୂରି ଯାଇଥିଲେ ହେଁ ଏହି ମାମଲାର ତଦନ୍ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସୁଇସାଇଡ୍ ନୋଟରେ ସୌମ୍ୟ ତାଙ୍କର ପ୍ରେମିକା ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ ହେଁ ପୋଲିସ ତାଙ୍କୁ ଏ ପର୍ଯ୍ୟନ୍ତ ଜେରା କରିନାହିଁ । ତେବେ ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ବର୍ଗ ।

ତେବେ ଏନେଇ ସୌମ୍ୟଙ୍କ ମାଆ କହିଛନ୍ତି ଯେ ସୌମ୍ୟ-ସୋନାଲିଙ୍କ ଭଲ ପାଇବା ବିଷୟରେ ବହୁତ କଥା ମୁଁ ଆଗରୁ ଜାଣିନଥିଲି । ସୋନାଲିକୁ ଭୁଲିଯିବା ପାଇଁ ତାଙ୍କ ମାଆ ସୌମ୍ୟକୁ କହିଥିଲେ । ମୁଁ ଏକଥା ଯଦି ଜାଣିଥାନ୍ତି ତେବେ ମୋ ପୁଅ ସୌମ୍ୟ କେବେ ବି ଆତ୍ମହତ୍ୟା କରିନଥାନ୍ତା । ସୋନାଲିଙ୍କ ମାଆଙ୍କ ସହିତ ସୌମ୍ୟ ଏ ବିଷୟରେ ପୂର୍ବରୁ କଥା ହୋଇଥିଲେ ।

ତାଙ୍କ ମାଆ ଯଦି ମୋତେ ଏ ବିଷୟରେ ପୂର୍ବରୁ ଅବଗତ କରିଥାନ୍ତେ ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା । ମୋ ସହିତ ସେ ଅନେକ ବିଷୟରେ କଥା ହେଉଥିଲେ ହେଁ ସୌମ୍ୟ-ସୋନାଲିଙ୍କ ବିଷୟରେ କିଛି କହିନଥିଲେ । ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୋନାଲିଙ୍କୁ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା । ସେତେବେଳେ ମଧ୍ୟ ସୋନାଲି ଆମକୁ କିଛି ଜଣାନଥିଲେ ।

ମୋ ପୁଅ ବୟସର ସମସ୍ତ ପୁଅମାନଙ୍କୁ ମୁଁ ଅନୁରୋଧ କରୁଛି ଭଲ ପାଇବା ପୂର୍ବରୁ ପ୍ରଥମେ ଝିଅକୁ ପରଖନ୍ତୁ । ସୋନାଲି ହେଉଛି ଗୋଟେ ମାୟାବିନୀ ତା’ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ । ସେ ସୌମ୍ୟ ସହିତ ଭଲପାଇବା ନାଟକ କରି ଅନ୍ୟ ପୁଅଙ୍କ ସହିତ ସମ୍ପର୍କ ରଖୁଥିଲେ । ତେଣୁ ସୌମ୍ୟ ଏହା ସହ୍ୟ କରିନପାରି ଆତ୍ମହତ୍ୟା କରିଦେଲା ।

ତେବେ ସେପଟେ ସୋନାଲି ଙ୍କ ମାଆ ଏବଂ ସୌମ୍ୟ ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଏଥିରେ ସୋନାଲିଙ୍କ ମାଆ ସୌମ୍ୟଙ୍କୁ କହିଛନ୍ତି ଯେ, ତମେ କାହିଁକି ତା ପଛରେ ପଡ଼ିଛ,ତାକୁ ଛାଡ଼ିଦିଅ ବୋଲି କହିଛନ୍ତି । ଅଡିଓ କଲ୍ ଟି ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ସୌମ୍ୟ ସୋନାଲି ଙ୍କ ର ସବୁ କଥା ମଧ୍ୟ କହିଛନ୍ତି ତାଙ୍କୁ ସବୁଦିନେ ଦିସ୍କୋ ଯିବା ବହୁତ ପସନ୍ଦ ସେ ସବୁବେଳେ ଖରାପ ପିଲାଙ୍କ ସହ ମିଶୁଛି । ତେବେ ମୁଁ ମନାକଲେ ମଧ୍ୟ ମୋ କଥା ଶୁଣେ ନାହିଁ ।

ତେବେ ଆଉ କିଛି ରାସ୍ତା ନାହିଁ ମୁଁ ଆତ୍ମହତ୍ୟା କରିବି । ତେବେ ସୋନାଲି ଙ୍କ ମାଆ କହିଥିଲେ କି ସେ ସେହିଭଳି ତାକୁ ତୁମେ ଆତ୍ମହତ୍ୟା କଲେ ମଧ୍ୟ କିଛି ଫରକ ପଡିବ ନାହିଁ । ତେବେ ଏହି ଭଳି ଭାଵରେ ସୌମ୍ୟ ସୋନାଲି ଙ୍କ ସହ ମଧ୍ୟ ଶେଷ ଥର କଥା ହୋଇଥିଲେ ଏବଂ ପରେ ସେ ଆତ୍ମହତ୍ୟା କରି ନେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *