‘ମୁଁ ସାରସ୍ୱତ ସହ ଗପିବି, ତୋ ବୋପାର ଦମ ଅଛି ଯଦି ଗାଡି କିଣିକି ଦେଖା, ନହେଲେ…’ ଖୋଲିଗଲା Sonali ଙ୍କ ଅସଲ ମୁଖା, ମୃତ୍ୟୁ ପୂର୍ବରୁ ସୌମ୍ଯଙ୍କୁ କହିଥିଲେ ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ମଡେଲର୍ ସୌମ୍ୟ ନିଜ ପ୍ରେମିକା ସୋନାଲି ଙ୍କ ପାଇଁ ଆତ୍ମହତ୍ୟା କରି ଦେଇଥିଲେ ଏବଂ ନିଜ ମନ ର କଥା ଲେଖି ଦେଇଥିଲେ ସୁଇସାଇଡ଼ ନୋଟ୍ ରେ । ସୋନାଲି ଓ ସୌମ୍ୟ ଉଭୟ ପରସ୍ପରକୁ ଭଲ ପାଉଥିଲେ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିଲେ ।

ଏପରିକି ବାହାଘର କରିବା ପାଇଁ ସ୍ଥିର ମଧ୍ୟ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଥିଲେ । ସୌମ୍ୟ ଙ୍କ ସୁଇସାଇଡ଼ ନୋଟ୍ ରୁ ଏହା ଜଣା ପଡିଥିଲା ଯେ, ତାଙ୍କ ପ୍ରେମିକା ସୋନାଲି କେବଳ ତାଙ୍କ ସହିତ ନୁହେଁ ପୂର୍ବରୁ ଆହୁରି ଅନେକ ଯୁବକ ଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ ଏବଂ ସମ୍ପର୍କ ସ୍ଥାପନ କରିଥିଲେ । ସୌମ୍ୟ ଙ୍କ ସହିତ ସମ୍ପର୍କ ରେ ଥିବା ସମୟ ରେ ସେ ସାରସ୍ୱତ ନାମକ ଜଣେ ଯୁବକ ଙ୍କ ସହିତ ଅଧିକ ମିଳାମିଶା କରୁଥିଲେ ଏବଂ ସମ୍ପର୍କ ସ୍ଥାପନ କରିଥିଲେ ।

ଯାହାକୁ ନେଇ ସୌମ୍ୟ ସୋନାଲି ଙ୍କୁ ସନ୍ଦେହ ମଧ୍ୟ କରିଥିଲେ । ଏହି ସମ୍ବନ୍ଧରେ ଉଭୟ ଙ୍କ ମଧ୍ୟ ରେ କଥାବାର୍ତ୍ତା ମଧ୍ୟ ହୋଇଥିଲା । ଯାହାର କଲ୍ ରେକର୍ଡ଼ିଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ସୌମ୍ୟ ଙ୍କ ନିଜ ପ୍ରେମିକା ସୋନାଲି ଙ୍କ ସହିତ ଶେଷ କଲ୍ ର କଥାବାର୍ତ୍ତା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ଏହି କଲ୍ ରେକର୍ଡ଼ିଂ ରେ ସୌମ୍ୟ ସୋନାଲି ଙ୍କୁ ସାରସ୍ୱତ ଙ୍କ ସହିତ କଥା ନ ହେବାକୁ ଅନୁରୋଧ କରିଥିଲେ । କିନ୍ତୁ ସୋନାଲି ତାଙ୍କୁ ଉତ୍ତର ରେ କହିଥିଲେ ଯେ, ସେ ସାରସ୍ୱତ ଙ୍କ ସହିତ କଥା ହେବେ ଏବଂ ଏଥିପାଇଁ ତାଙ୍କ ଘର ଲୋକ ମଧ୍ୟ ତାଙ୍କୁ କିଛି କହିବେ ନାହିଁ । ଏହା ସହିତ ସୋନାଲି ସୌମ୍ୟ ଙ୍କ ବାପା ଓ ମାଆ ଙ୍କ ଉପରେ ମଧ୍ୟ ଅପବ୍ୟବହାର ଦୃଷ୍ଟି ରେ କଥା କହିଥିଲେ । କଲ୍ ରେକର୍ଡ଼ିଂ ରେ ସୌମ୍ୟ କାନ୍ଦୁ ଥିବାର ଜଣା ପଡୁଛନ୍ତି ।

କିନ୍ତୁ ସୋନାଲି ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ତାଙ୍କ ସହିତ କଥା ହେବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ସୌମ୍ୟ ବହୁତ କାନ୍ଦିଥିଲେ ଏବଂ ତାଙ୍କ କଥା ଶୁଣିବା ନିମନ୍ତେ ସୋନାଲି ଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସୋନାଲି ତାଙ୍କ କଥା କୁ ପ୍ରତ୍ୟାଖ୍ୟାନ କରି ଫୋନ କାଟି ଦେଇଥିଲେ । ତେବେ ଏହି କଲ୍ ରେକର୍ଡ଼ିଂ ରେ ହୁଏତ ସମ୍ପୂର୍ଣ୍ଣ ସତ୍ୟତା ମିଳିପାରୁ ନାହିଁ । ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ସତ୍ୟତା ତଦନ୍ତ ପରେ ହିଁ ଜଣା ପଡ଼ିବ । ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *