ଦର୍ଶକ ବନ୍ଧୁ ବିଜେଡି ଦଳର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏବେ ସାରା ରାଜନୀତି ମାହୋଲରେ ହଲଚଲ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଛି ଏନେଇ ବିଜେଡି ଗୁରୁତ୍ଵ ଦେଉଛି । ତେବେ ବିରୋଧୀ ଦଳ ଗୁଡିକୁ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରଶାସନ ତଥା ଶାସିତ ଦଳକୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ବନ୍ଧୁଗଣ ଏହାରି ମଧ୍ୟରେ ବିଜେଡି ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଏକ ସଭାରେ ନିଜର ବଡ ବୟାନ ଦେଇଛନ୍ତି ।
ବିଜେଡି ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଅଧିକାଂଶ ସମୟ ନିଜର କଡା ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ଆଉ ଏବେ ମଧ୍ୟ ସେ ଏଭଳି କିଛି କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ଏହି ସଭାରେ ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି-‘କରୋନା ଚାଲି ଯାଇଛି ତୁଣ୍ଡି ଖୋଲି ଯାଇଛି କିନ୍ତୁ ତୁଣ୍ଡ ଏ ଯାଏଁ ଖୋଲି ନାହିଁ । ମୁଁ ଆହ୍ଵାନ କରୁଛି ଆଜି ଲ କଲେଜର ପୁରାତନ ଛାତ୍ର-ଛାତ୍ରୀ ମାନଙ୍କୁ । ସେମାନଙ୍କର ଭୟ କାହାକୁ । ଆମେ ସିନା ଚାକିରିଆ ବୋଲି କିଛି କହିପାରିବୁ ନାହିଁ ।
ପନିଷମେଣ୍ଟ ମିଳିଯିବ ସସ୍ପେଣ୍ଡ ହେଇଯିବୁ । ଆମେ ସିନା ଦଳରେ ଅଛୁ ବୋଲି ଖୋଲା ଖୋଲି କିଛି କହିପାରିବୁ ନାହିଁ ଦଳରୁ ବହିସ୍କୃତ ହେଇଯିବୁ । ଆମେ ସବୁ ଅନ୍ୟ ପ୍ରଲୋଭନାରେ ଅଛୁ ବୋଲି ସ୍ଵାର୍ଥରେ ବାଧା ଆସିବ । ଯିଏ କଳା କୋର୍ଟ ଖଣ୍ଡେ ପିନ୍ଧି ସତ କଥା କହି ଜଜ୍ ଙ୍କ ଦ୍ରୁଷ୍ଟି ଆକର୍ଷିତ କରି ତାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାଏ ଆପଣ ସେହି କଳା କୋର୍ଟ ପିନ୍ଧି ଥିବା ଅବସ୍ଥାରେ ଆମ ସମ୍ବିଧାନ କିପରି ସୁରକ୍ଷିତ ହେବ ସେସବୁ ଆଇନଜୀବି ମାନଙ୍କର ଦାୟିତ୍ଵ ।
ମୋର ଆପଣ ମାନଙ୍କୁ କେବଳ ଏତିକି ନିବେଦନ ଆପଣ ମାନେ ଏହି ଦାୟିତ୍ଵକୁ ନିର୍ବାହ କରନ୍ତୁ । ଆଉ ଗୋଟେ କଥା ଏହି କାମ୍ପସକୁ ସୁନ୍ଦର କରିବାକୁ ଚେଷ୍ଟା କରନ୍ତୁ ଯେତେବେଳେ ପୁରାତନ ଛାତ୍ର ଛାତ୍ରୀ ମାନେ ଆସିବେ ସେମାନେ କହିବେ ଏ କାମ୍ପସ କିଏ କରିଛି କାହାର ଏହି ଚିନ୍ତା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।