ସୋସିଆଲ ମିଡ଼ିଆରେ କାହିଁକି ଲୋକଙ୍କୁ ଜବାବ ଦେଉନାହାନ୍ତି … Varsha Priyadarshini

ଓଡିଶାର ଜଣେ ସୁପରିଚିତ ଅଭିନେତ୍ରୀ ଯାହାଙ୍କୁ ଆପଣ ମାନେ ଓଲିଉଡ କୁଇନ ନାମରେ ମଧ୍ୟ ଜାଣିଛନ୍ତି । ତେବେ ଆପଣଙ୍କର ଅତି ପ୍ରିୟ ଓଲିଉଡ କୁଇନ ବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ବର୍ଷାଙ୍କ କହିବା ଆଧାରରେ ଆଗକୁ ମୋର ବସ୍ ଫିଲ୍ମ ରିଲିଜ ହେବା ପାଇଁ ଯାଉଛି । ଫିଲ୍ମ ମାଧ୍ୟମରେ ଆମେ ଲୋକଙ୍କୁ ଫିଲ୍ମ ଦ୍ଵାରା ଅନେକ କିଛି ଶିକ୍ଷଣୀୟ ବାର୍ତ୍ତା ଭେଟି ଦେବୁ ।

ବିଶେଷ କରି ବର୍ତ୍ତମାନ ସମୟରେ  ସୋସିଆଲ ମିଡିଆକୁ ନେଇ ଯାହା ସବୁ ଘଟୁଛି । ସେଥିରୁ କିଛି ଝଲକ ଆପଣ ମାନେ ଫିଲ୍ମ ମାଧ୍ୟମରେ ଦେଖିପାରିବେ । ଯେମିତି କି ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ସୋସିଆଲ ମିଡିଆର ଅପପ୍ରଚାର କରନ୍ତୁ ନାହିଁ । ସୋସିଆଲ ମିଡିଆକୁ ଲୋକ ମାନେ ବିକାଶର କାରଣ କରିବା ଉଚିତ । ବିନାଶର କାରଣ କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ସୋସିଆଲ ମିଡିଆ ଦ୍ଵାରା ସମସ୍ତଙ୍କୁ ବାନ୍ଧି ରଖି ଭଲ ଭଲ କଥାର ପ୍ରଚାର ପ୍ରସାର କରି ଆମେ ସମସ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରିବା ଦରକାର ।

ଅନେକ ଲୋକ ମୋ ବିଷୟରେ କୁହନ୍ତି । ଯେ ମୋତେ ସୋସିଆଲ ମିଡିଆରେ କିଏ କଣ କହିଲେ । ମୁଁ ରିଆକ୍ଟ କାହିଁକି କରେ ନାହିଁ । ତେବେ ସେମାନଙ୍କୁ ମୁଁ ଏଠାରେ କହିବାକୁ ଚାହୁଁଛି । ମୋର କୌଣସି ବ୍ୟକ୍ତିର ସାମାଜିକ, ବ୍ୟକ୍ତିଗତ ଜୀବନ ଉପରେ ଟିପ୍ପଣୀ ଦେବାର ଅଧିକାର ନାହିଁ । ତେଣୁ କାହା ବିଷୟରେ କିଛି ଖରାପ କହିବାକୁ ପସନ୍ଦ କରେ ନାହିଁ । ଯେଉଁ ମାନେ ମୋ ବିଷୟରେ ଠିକ ଭାବେ କିଛି ନଜାଣି ମୋତେ ଯାହାବି କିଛି ସୋସିଆଲ ମିଡିଆରେ କହି ଦିଅନ୍ତି ।

ସେମାନଙ୍କୁ ମୁଁ ଜବାବ ଦେବାକୁ ଚାହେଁ ନାହିଁ । ଭଗବାନ ସେହି ଲୋକଙ୍କୁ ସଦ ବୁଦ୍ଧି ଦିଅନ୍ତୁ । ଯେମିତିକି ସେମାନେ ଠିକ ଓ ଭୁଲ ବିଷୟରେ ନିଜେ ବୁଝି ଅନ୍ୟଙ୍କୁ କିଛି କହିବେ । ଯେ ଯେଉଁ କଥା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଥାଏ । ସେହି ସବୁ କଥା ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମନେ କରେ ନାହିଁ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *