ଜାଲରେ ଫସିଥିବା ଚନ୍ଦ୍ରନାଗ (Thirsty Cobra) କୁ ଶୋଷରେ ଛଟପଟ ହେଉ ଥିବାର ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ପୃଥିବୀ ରେ ଅନେକ ଜୀବ ଜନ୍ତୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଆମେ କିଛି ପଶୁ ପକ୍ଷୀ ମାନଙ୍କୁ ନିଜ ଘରେ ପାଳୁଥିବା ବେଳେ କିଛି ପଶୁ ପକ୍ଷୀ ମାନଙ୍କୁ ଆମେ ମାରିକି ନିଜ ଭୋଜନ ରେ ବ୍ୟବହାର କରୁ । ଦେଖିବା ପାଇଁ ଗଲେ ଆଦିମ ମାନବ ଏହି ସବୁ ଜିନିଷ କୁ ଖୁବ ସମୟ ଧରି ଅନୁଭବ କରିଛି । କିନ୍ତୁ କିଛି ଏଭଳି ଜୀବ ମାନେ ଅଛନ୍ତି ଯାହାକୁ ଆମେ ଡରି ଥାଉ ସେମାନଙ୍କ ମଧ୍ୟରେ ସାପ ଅନ୍ଯତମ ।

ସାପ ଏକ ଡରୁଆ ପ୍ରାଣୀ କିନ୍ତୁ ଏହା ସେତେବେଳେ କାହାକୁ ମାରି ଥାଏ କିମ୍ବା କାମୁଡି ଥାଏ ଯେତେବେଳେ ତାକୁ ଲାଗେ କି ତା ଜୀବନ ପ୍ରତି ବିପଦ ଅଛି । ଏହି ଭଳି ଅନେକ ଘଟଣା ଘଟି ସାରିଛି । ଏହା ପରେ ଦେଖିବା ପାଇ ଗଲେ ଭାରତ ରେ ଏହା ଏକ ସାଧାରଣ କଥା ଅଟେ । କାରଣ ଏହି ଜାଗାରେ ଅନେକ ଗଛ ଓ ପାଣି ପାଗ ମଧ୍ୟ ଖୁବ ଗରମ । ଏହି ଜାଗାରେ ୬ ପ୍ରକାର ଋତୁ ଆସି ଥାଏ ।

ତେଣୁ କରି ଏମାନଙ୍କୁ ନିଜ ପିଲା ମାନଙ୍କୁ ଜନ୍ମ ଦେବା ପାଇ ଏକ ସୁରକ୍ଷିତ ଜାଗା ଦରକାର ଥାଏ । ମଣିଷ ନିଜର ଘର କରିବା ପାଇଁ ଅନ୍ୟ ମାନଙ୍କ ଘର ଦ୍ଵାରାକୁ ଛଡାଇ ନେଇଛି କହିବାର ମୂଳ କାରଣ ହେଉଛି କି ଏହା ଦ୍ଵାରା ମଣିଷ ନିଜର ସବୁ ପ୍ରକାର କ୍ଷତି ମଧ୍ୟ କରୁଛି । ତେବେ ବାଲେଶ୍ଵର ଜିଲ୍ଲାର ଏକ ସ୍ଥାନରେ ଏକ ଜାଲରେ ଚନ୍ଦ୍ରନାଗ ଟି ଫସି ଯାଇଥିଲା । ତେବେ ସେହି ଗାଁ ର ଲୋକମାନେ ସାପ ଉଦ୍ଧାର କାରୀ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକି ଥିଲେ ଏବଂ ସେ ତାଙ୍କୁ ସେହି ଜାଲ ରୁ ସାବଧାନ ଭାବରେ କାଟି ଥିଲେ ଏବଂ ସେହି ସାପ କୁ ଉଦ୍ଧାର କରିଥିଲେ ।

ତେବେ ସେହି ସାପ ଟି ଖୁବ ଶୋଷିଲା ଥିଲା ତେଣୁ ମିର୍ଜା ଆରିଫ ଏକ ପାଣି ବୋତଲରେ ତାକୁ ପାଣି ଦେଇଥିଲେ ଏବଂ ସେ ମଧ୍ୟ ପାଟି କୁ ଖୋଲି ଭଲ ଭାବରେ ପାଣି ପିଇ ଦେଇଥିଲା । ତେବେ ପରେ ତାକୁ ସାବଧାନ ର ସହିତ ଏକ ବ୍ୟାଗରେ ପୁରାଇ ଥିଲେ ଏବଂ ସୁରକ୍ଷିତ ଭାବରେ ଜଙ୍ଗଲ ରେ ଛାଡି ଦେଇଥିଲେ ।

ତେବେ ସେ କହିଥିଲେ କି ଆପଣ ଯଦି କୌଣସି ବିଷଧର ସାପ କୁ ଦେଖୁଛନ୍ତି ତେବେ ତାକୁ ମାରନ୍ତୁ ନାହିଁ । ଆପଣ ସାପ ଉଦ୍ଧାରକାରୀ ଙ୍କୁ ଡାକି ଦିଅନ୍ତୁ ସେ ତାକୁ ସୁରକ୍ଷିତ ଭାବରେ ସେଠାରୁ ନେଇଯିବେ । ତେବେ ଏକ ନିରୀହ ଏବଂ କଥା କହି ପାରୁ ନଥିବା ଜୀବ କୁ ଶୁଖିଲା ରେ ମାରନ୍ତୁ ନାହିଁ କିମ୍ବା କୌଣସି ଅନ୍ଧ ବିଶ୍ୱାସ ର ସାହାର୍ଯ୍ୟ ନିଅନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *