ଶୋଇପଡ଼ିଲା ଡ୍ରାଇଭର, ବ୍ରିଜ୍ ଉପରୁ ୫୦ ଫୁଟ ତଳକୁ ଖସି ପଡ଼ିଲା ବସ୍‌, ୧୫ ଜଣ ମୃତ, ୨୫ ଗୁରୁତର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୋଇପଡିଲା ଡ୍ରାଇଭର ବ୍ରିଜ ଉପରୁ ଖସି ପଡିଲା ବସ୍ ! ୫୦ ଫୁଟ ତଳକୁ ଖସି ପଡିଲା ବସ ! ତେବେ ସୂଚନା ମୁତାବିକ ମଧ୍ୟପ୍ରଦେଶର ଖାରଗୋନ ଠାରେ ଏପରି କିଛି ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯେଉଁଠାରେ କି ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେଇ ଇନ୍ଦୋର ଅଭିମୁଖେ ବସଟି ଯାତ୍ରା କରୁଥିଲା । ତେବେ ଯାତ୍ରୀ ମାନେ ଯେଝା ଯେଝା ନିଜର ଗନ୍ତବ୍ୟ ସ୍ତଳକୁ ଯାତ୍ରା କରୁଥିଲେ ।

କିଏ ନିଜ ଘରକୁ ତ ଅନ୍ୟ କିଏ ନିଜ ବନ୍ଧୁବାନ୍ଧବ ତଥା ନିଜ କାର୍ଯ୍ୟକ୍ଷେତ୍ରକୁ ବସ ଯୋଗେ ଯାଉଥିଲେ । ହେଲେ ବସଟି ସୁରୁଖୁରୁରେ ରାସ୍ତାରେ ଯାଉଥିଲା । ହଟାତ ଏକ ବ୍ରିଜ ଦେଇ ବସଟି ଗତି କରିବା ସମୟରେ ବସ ଚଲାଉଥିବା ଡ୍ରାଇଭର ଜଣଙ୍କର ଆଖି ଟିକେ ଲାଗି ଯାଇଥିଲା । ଯେଉଁ କାରଣରୁ ଡ୍ରାଇଭର ଜଣଙ୍କ ବସଟି ଚଳାଇବାର ଭାରସାମ୍ୟ ହରାଇ ବସିଥିଲା । ଯାହା ଫଳରେ ବ୍ରିଜ ଉପରୁ ବସଟି ତଳକୁ ଖସି ପଡିଥିଲା ।

ତେବେ ପାଖାପାଖି ୫୦ ଫୁଟ ଉଚତାରୁ ବସ ଟି ଖସି ପଡିବା କାରଣରୁ ଏକ ବହୁତ ବଡ ଦୁର୍ଘଟଣା ସେଠାରେ ଘଟି ଯାଇଛି । ଏହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ତେବେ ସୂଚନା ମୁତାବିକ ଏହି ବସ ଦୁର୍ଘଟଣାରେ ୧୫ ଜଣ ମୃ-ତ ହୋଇଥିବା ବେଳେ ୨୫ ଜଣ ଗୁରୁତର ଭାବରେ ଆଘାତ ହୋଇଛନ୍ତି । ଏହା ସହ ଅନ୍ୟ କିଛି ଅଳ୍ପକେ ବିପଦରୁ ତ୍ରାହୀ ପାଇବା ସହ ହେଲେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ତେବେ ମୃତକଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଗୁରୁତର ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଚିକିତ୍ସା ନିମନ୍ତେ ଘୋଷଣା କରିଛନ୍ତି । ଅନ୍ୟ ଲୋକ ମାନଙ୍କୁ ୨୫ ହଜାର ଟଙ୍କା ସରକାରଙ୍କ ତରଫରୁ ମିଳିଛି । ତେବେ ଗାଡି ଚାଳକଙ୍କ ଏପରି ହେଲାମନୋଭାବ ଡ୍ରାଇଭିଙ୍ଗ ଯୋଗୁ ଏପରି ଏକ ଅଭାବନୀୟ ବସ ଦୁର୍ଘଟଣା ଘଟି ଯାଇଛି ।

ଯାହାକୁ ନେଇ ମଧ୍ୟପ୍ରଦେଶ ର ଦୁଃଖର କଳା ବାଦଲ ଛିଡି ପଡିଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *